• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କର୍ମଚାରୀମାନେ ହେଉଛନ୍ତି କମ୍ପାନୀର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି । ପ୍ରତିଟି କର୍ମଚାରୀର ଅକ୍ଲାନ୍ତ ପରିଶ୍ରମ ଓ ଉଦ୍ୟମକୁ ସଦାସର୍ବଦା ପ୍ରଶଂସା ଓ ଗ୍ରହଣ କରିବା ନିହାତି ଆବଶ୍ୟକ । କିନ୍ତୁ ନିକଟରେ ଏକ କମ୍ପାନୀର ବ୍ୟବହାରକୁ ନେଇ ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କରିଛନ୍ତି ୟୁଜର୍ସ । ବାକି କର୍ମଚାରୀଙ୍କୁ ଶିକ୍ଷା ଦେବା ପାଇଁ ସବୁଠୁ ଭଲ କାମ କରୁଥିବା କର୍ମଚାରୀକୁ କମ୍ପାନୀରୁ ବାହାର କରି ଦିଆଯାଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡିଟ୍‌ର ଏକ ଯୁଜର୍ସ ଏନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟ ମଧ୍ୟ ବେଶ୍‌ ଭାଇରାଲ ହେବାରେ ଲାଗିଛି । ପୋଷ୍ଟରେ ୟୁଜର୍‌ ନିଜ କମ୍ପାନୀର ଜଣେ ଭଲ କାମ କରୁଥିବା କର୍ମଚାରୀଙ୍କୁ ବାହାର କରାଯାଇଥିବା କାରଣ କହିଛନ୍ତି । ସେ କହିଛନ୍ତି ଯେ, କମ୍ପାନୀ ଏଥିପାଇଁ କର୍ମଚାରୀକୁ ବିଦା କଲେ, ଯେପରିକି ପ୍ରତିଟି କର୍ମଚାରୀ ଜାଣିବା ଦରକାର ଯେ କମ୍ପାନୀ ଚାହିଁଲେ କୌଣସି କର୍ମଚାରୀଙ୍କୁ ବି ବିଦା କରିପାରିବ ।

କେବଳ କିଛି କର୍ମଚାରୀଙ୍କୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଏଭଳି ପଦକ୍ଷେପ ନେଲା କମ୍ପାନୀ । ତେବେ ୟୁଜର୍‌ ଜଣକ କହିଛନ୍ତି ଯେ, ଦିନେ ତାଙ୍କୁ ବି ବିଦା କରାଯିବା ନେଇ ଧମକ ମିଳିଥିଲା । ବର୍ତ୍ତମାନ କମ୍ପାନୀର ସର୍ବୋତ୍ତମ କର୍ମଚାରୀଙ୍କୁ ବାହାର କରିଦେବା ଘଟଣାରେ ତାଙ୍କୁ କୁହାଗଲା ଯେ, ସେ ଭଲ କାମ କରୁନଥିଲେ । କିନ୍ତୁ ମ୍ୟାନେଜର୍‌ ସମସ୍ତଙ୍କୁ କହିଛନ୍ତି ଯେ, କର୍ମଚାରୀଙ୍କୁ ଶିକ୍ଷା ଦେବା ପାଇଁ ଏଭଳି କରାଯାଇଛି ।

ଏହି ପୋଷ୍ଟକୁ ଏଯାଏଁ ୮୦୦ ଅପବୋଟ୍‌ ଓ ୧୫୦ରୁ ଅଧିକ କମେଣ୍ଚ ମଧ୍ୟ ମିଳିଛି । ପୋଷ୍ଟକୁ ନେଇ ୟୁଜର୍ସ ଅନେକ ପ୍ରକାର କମେଣ୍ଟ କରୁଛନ୍ତି । କିଏ ନିନ୍ଦା କରୁଛି ତ କିଏ ପ୍ରଶଂସା ମଧ୍ୟ କରିଛନ୍ତି ।