New Year 2023
ଏଥର ନୂଆବର୍ଷରେ ମଦ ପିଇ ଗାଡ଼ି ଚଳାଇଲେ, ପୋଲିସ ହାତରେ ଧରାପଡ଼ିବା ଥୟ । ଗୋଟିଏ କି ଦୁଇଟି ନୁହେଁ, ୨୮ ସ୍ଥାନରେ ହେବ ଚେକିଂ। ରାତି ୨ଟା ଯାଏଁ ତନ୍ନ ତନ୍ନ କରି ଯାଞ୍ଚ କରିବ ପୋଲିସ ।
ନୂଆବର୍ଷ ପାଇଁ ଭୁବନେଶ୍ୱର ରେ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା । ଏଥର ସେଲିବ୍ରେସନ ପାଇଁ କଟକଣା ନଥିବାରୁ ସୁରକ୍ଷା ବଢ଼ାଇବ ପୋଲିସ । ୩୧ ତାରିଖ ସଂଧ୍ୟା ୭ଟାରୁ ରାତି ୨ଟା ପର୍ଯ୍ୟନ୍ତ ହେବ ଚେକିଂ ଆଉ ବ୍ଲକିଂ । ରାଜଧାନୀର ୨୮ଟି ଜାଗାରେ ଚେକ୍ ପୋଷ୍ଟ କରାଯାଇ ଚେକିଂ ହେବ କହିଲେ ଡିସିପି । ମଦ ପିଇ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ଧରିବାକୁ ୧୭ ଜାଗାରେ ରହିବ ଚେକ୍ ପୋଷ୍ଟ। ଅନ୍ୟପଟେ ୧୩ ପ୍ଲାଟୁନ ଫୋର୍ସ ଓ ୩ଟି ଜାଗାରେ ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ନିୟୋଜିତ ହେବେ । ଜିରୋ ନାଇଟ ସେଲିବ୍ରେସନ ହେଉଥିବା ହୋଟେଲରେ ବି ରହିବେ ସ୍ୱତନ୍ତ୍ର ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672149276.jpg)