Advertisment

ଖୁସି ଖବର!! ଚିଟଫଣ୍ତ ଜମାକାରୀଙ୍କୁ ମିଳିବ ଟଙ୍କା

ଗୋଲଡେନ ଲାଣ୍ଡ ଡେଭଲପର୍ସ ଓ ଜିଏଲପି ଡେଭଲପର୍ସର କ୍ଷୁଦ୍ର ଜମାକାରୀଙ୍କୁ ମିଳିବ ଟଙ୍କା ।

author-image
Manoranjan Behera
Chitfund Case

Chitfund Case

ଚିଟଫଣ୍ଡ ସଂସ୍ଥା ଗୋଲଡେନ ଲାଣ୍ଡ ଡେଭଲପର୍ସ ଏବଂ ଜିଏଲପି ଡେଭଲପର୍ସର କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସି ଖବର। ଆଠ ହଜାର କିମ୍ବା ତା ଠାରୁ କମ ଜମା କରିଥିବା ଜମାକାରୀଙ୍କୁ ଫେରସ୍ତ ମିଳିବ ଜମା ଟଙ୍କା। ଉଭୟ ସଂସ୍ଥାର ମୋଟ ୨ଲକ୍ଷ ୫୯ହଜାର ୨୮୦ଜଣ ଚିହ୍ନଟ ଜମାକାରୀଙ୍କୁ ୯୨କୋଟି ୫୮ଲକ୍ଷ ୭୮ହଜାର ୨୦୧ ଟଙ୍କା ଫେରସ୍ତ ଦେବାକୁ କଟକ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ ନିର୍ଦେଶ ଦେଇଛନ୍ତି।

Advertisment

ଗୋଲଡେନ ଲାଣ୍ଡ ଡେଭଲପର୍ସ ଏବଂ ଜିଏଲପି ଡେଭଲପର୍ସର ସ୍ଥାବର ଆସ୍ଥାବର ସମ୍ପତ୍ତି ନିଲାମ କରିବା ପରେ ବିକ୍ରିଲବ୍ଧ ଅର୍ଥ କ୍ଷୁଦ୍ର ଜମାକାରୀଙ୍କ ମଧ୍ୟରେ ବାଣ୍ଟିବାକୁ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ ନିର୍ଦେଶ ଦେଇଛନ୍ତି। ଉଭୟ ସଂସ୍ଥାର ମୋଟ ୪,୭୬,୧୦୨ ଜଣ ଜମାକାରୀ ଟଙ୍କା ଫେରି ପାଇବାକୁ ଆବେଦନ କରିଥିଲେ।

Chitfund Case
Advertisment
Advertisment