/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703068119.jpg)
Chilika: 60 people stranded after boat stuck in mid-sea
ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାଟି ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିବା ବେଳେ ଚିଲିକା ମଝିରେ ଅଟକି ଯାଇଥିବା ଜଣାପଡିଛି । ଡଙ୍ଗାରେ ୬୦ ଜଣ ଯାତ୍ରୀ ଥିବା ବେଳେ ୪୦ରୁ ଅଧିକ ବାଇକ ଥିବା ସୂଚନା ମିଳିଛି । ମେସିନ୍ ଖରାପ ଯୋଗୁଁ ଡଙ୍ଗାଟି ଅଟକି ଥିବା କୁହାଯାଉଛି ।
ସୂଚନା ଅନୁସାରେ ଆଜି ଦିନ ୧ଟା ସମୟରେ ଜହ୍ନିକୁଦାରୁ ବାହାରିଥିଲା ଡଙ୍ଗା । ହେଲେ ୧ କିଲୋମିଟର ଯିବାପରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଆଉ ଚିଲିକାର ଅଥଳ ଜଳରାଶି ମଧ୍ୟରେ ଡଙ୍ଗାଟି ସ୍ଥିର ହୋଇ ରହିଯାଇଥିଲା । ତେବେ ଏହି ଘଟଣା ପରେ ଡଙ୍ଗା ଚାଳକମାନେ ପୁଣି ଥରେ ଡଙ୍ଗା କିପରି ଚାଲିବ, ସେଥିପାଇଁ ଉଦ୍ୟମ ଜାରି ରଖିଥିଲେ ।
ତେବେ ଡଙ୍ଗାରେ ଫସିବା ଘଟଣା ନୂଆ ନୁହେଁ । ଏହି ଜଳପଥ ଦେଇ କୃଷ୍ଣପ୍ରସାଦବାସୀ ନିଇତି ଯିବାଆସିବା କରନ୍ତି । ଏଭଳି ଅନେକ ଥର ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ୨୦୦୦ ମସିହାରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ତରଫରୁ ୬ କିମି ଯାତାୟତ ପାଇଁ ୨୫ ମିଟର ଓସାର ଓ ୧୫ ମିଟର ଗଭୀରର ଏକ ଚ୍ୟାନେଲ ଖୋଳା ଯାଇଥିଲା ।
ଏଥିପାଇଁ ଡଙ୍ଗା ସୁରୁଖୁରୁରେ ଯାତାୟତ କରୁଥିଲା । ହେଲେ ସେହି ଚ୍ୟାନେଲର ଆଉ ଖନନ କରାଯାଉ ନାହିଁ । ଚିଲିକାର ପଟୁମାଟି ପାଇଁ ଚ୍ୟାନେଲଟି ସମ୍ପୂର୍ଣ୍ଣ ପୋତି ହୋଇ ସାରିଲାଣି, ଯଦ୍ୱାରା ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ।
#ଚିଲିକା_ମଝିରେ_ଫସିଲା_ଡଙ୍ଗା
ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଡଙ୍ଗା । ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିବା ବେଳେ ଅଟକିଲା । ଡଙ୍ଗାରେ ୬୦ ଜଣ ଯାତ୍ରୀ ଓ ୪୦ଟି ବାଇକ ଥିବା ସୂଚନା ।..#Chillika#Odishapic.twitter.com/nHbqzauGlX— ଓଟିଭି (@otvkhabar) December 20, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)