• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଥାରେ ଅଛି ଯଦି କିଏ କାହା ପ୍ରତି ଅନ୍ୟାୟ କରିବ, ସେ ମଧ୍ୟ ସେମିତି ଅସୁବିଧାରେ ପଡ଼ିବ । କାରଣ ଏହି ଗୋଟିଏ ଜନ୍ମରେ ହିଁ ସବୁ ପାପ ପୁଣ୍ୟର ହିସାବ ହୋଇଥାଏ । ଆଉ ଯିଏ ଯେମିତି କରିଥାଏ ସିଏ ସେମିତି ଫଳ ପାଇଥାଏ । ଠିକ୍‌ ଏମିତି ଏକ ଘଟଣା ଆମ ସାମ୍ନାକୁ ଆସିଛି । ୫୦ ବର୍ଷିୟ ଜଣେ ବ୍ୟକ୍ତି ବାଗର ସାଇ, ଠାକୁରାଣୀଙ୍କ ପାଖରେ ମାନସିକ କରିଥିଲେ, ଯଦି ତାଙ୍କ ଇଚ୍ଛା ପୁରଣ ହୁଏ ତେବେ ଗୋଟିଏ ଛେଳି ବଳି ଦେବେ ।

ବର୍ତ୍ତମାନ ସମାଜରେ ବଳି ପ୍ରଥାକୁ ସମ୍ପୂର୍ଣ୍ଣ ବେଆଇନ୍ ଘୋଷଣା କରାଯାଇଥିବା ବେଳେ କିଛି କିଛି ସ୍ଥାନରେ ଏବେ ବି ବଳି ପ୍ରଥା ରହିଛି । ଲୋକଙ୍କ ଚିନ୍ତାଧାରା ଧିରେ ଧିରେ ଅନ୍ଧବିଶ୍ୱାସଠାରୁ ଦୂରକୁ ଯାଉଥିଲେ ବି କିଛି ଗାଁ ଗହଳିରେ ଏବେ ବି ବଳି ପ୍ରଥା ଚାଲିଛି । ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଉଛି । 

ତେବେ ଆମେ ଆଜି ଯେଉଁ କଥା କହୁଛୁ, ତାହା ଏଭଳି ଅନ୍ଧବିଶ୍ୱାସ ସହ ଯେତିକି ଜଡ଼ିତ ସେତିକି କର୍ମ ଅନୁସାରେ ଶାସ୍ତି କଥା ସହ ମଧ୍ୟ ଜଡ଼ିତ । ମାନସିକ କରିଥିବା ବ୍ୟକ୍ତି ଜଣକ ମଦନପୁର ଗାଁର ଖୋପା ଧାମ ଠାକୁରାଣୀଙ୍କ ପାଖରେ ଗୋଟିଏ ଛେଳି ବଳି ଦେଇଥିଲେ । ପୂଜାର୍ଚ୍ଚନା କରିବା ସହ ରୀତିନୀତି ଅନୁସାରେ ବଳି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଆଉ ଏହା ପରେ ଛେଳିକୁ କାଟି ମାଂସ ରନ୍ଧା ହୋଇଥିଲା । କିଛି ଗାଁ ଲୋକଙ୍କ ସହ ମିଶି ଉକ୍ତ ବ୍ୟକ୍ତି ମଧ୍ୟ ମାଂସ ଖାଇବାକୁ ବସିଲେ ।

ଏପର୍ଯ୍ୟନ୍ତ ତ ସବୁ କିଛି ଠିକ୍ ଚାଲିଥିଲା । ହେଲେ ଆମେ ଆଗରୁ କହିଛୁ ନା, ଏଇ ଜନ୍ମର ପାପର ଫଳ ସବୁ ଏଇଠି ହିଁ ମିଳିଥାଏ । ଯେଉଁ ନୀରିହ ଛେଳିକୁ ବଳି ନାଁରେ କାଟି ବାଗର ସାଇ ଖାଇବାକୁ ବସିଥିଲେ, ସେହି ଛେଳିର ଆଖି ତାଙ୍କ ଜୀବନ ନେଇଗଲା । ମାଂସ ବଢ଼ା ହେଉଥିବା ବେଳେ ବ୍ୟକ୍ତି ଜଣକ ହାଣ୍ଡିରୁ ଛେଳିର ଆଖିକୁ ଆଣିଥିଲେ । ଆଉ ତାକୁ ଖାଇବାକୁ ଚେଷ୍ଟା କରିଥିଲେ ।

ହେଲେ ଦୁର୍ଭାଗ୍ୟ ବଶତଃ ଆଖିଟି ତାଙ୍କ ତଣ୍ଟିରେ ଅଟକି ଗଲା । ଯେତେ ଚେଷ୍ଟା କଲେ ବି ତାହା ବାହାରିନଥିଲା କି ପେଟକୁ ଯାଇନଥିଲା । ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ହେଲେ କୌଣସି ସୁଫଳ ମିଳିନଥିଲା । ଶେଷରେ ବାଗର ସାଇଙ୍କ ଜୀବନ ଚାଲିଯାଇଥିଲା । ତେଣୁ କୁହାଯାଉଛି ସେ ଛେଳିକୁ ମାରିଥିଲେ ହେଲେ ଛେଳିର ଆଖିକୁ ମାରିନଥିଲେ । ଛେଳିର ଆଖି ତା’ର ମୃତ୍ୟୁର ବଦ୍‌ଲା ନେଲା ।