Advertisment

ଦୁର୍ଘଟଣା ପଛରେ ଅଛି କି ଅପରାଧିକ ଷଡ଼ଯନ୍ତ୍ର ? ଉତ୍ତର ଖୋଜିବାକୁ ଆକ୍ସନ ମୋଡ୍‌ରେ CBI

ତଦନ୍ତ ଆରମ୍ଭ କଲା କେନ୍ଦ୍ରୀୟ ଦୃତଦନ୍ତକାରୀ ସଂସ୍ଥା । ରେଳ ଉପକରଣରେ ଟାମ୍ପରିଂ ଆଶଙ୍କା ଦିଗକୁ ଅଧିକ ଫୋକସ୍ ।

ଅଦ୍ୟତନ ହୋଇଛି
Odisha Train Accident Reason

Train Accident

Advertisment

ଚାଲିଛି କାରଣ ଖୋଜା । କାହିଁକି ଘଟିଲା ବାହାନଗା ଟ୍ରେନ୍ ଟ୍ରାଜେଡି ? କେଉଁଠି ରହିଲା ତ୍ରୁଟି ? କିଏ ଏଥିପାଇଁ ଦାୟୀ ? ଦୁର୍ଘଟଣା ପଛରେ ଅଛି କି ଅପରାଧିକ ଷଡ଼ଯନ୍ତ୍ର ? ଏଭଳି ଅନେକ ଦିଗ ଏବଂ ଅନେକ ଅସମାହିତ ପ୍ରଶ୍ନର ଆରମ୍ଭ ହୋଇଛି ଉତ୍ତର ଖୋଜା । ରେଲୱେ ବୋର୍ଡର ସୁପାରିସ ପରେ ଆଜି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ବାଲେଶ୍ୱରରେ ପହଞ୍ଚିଛି । ଏସବୁ ଭିତରେ ବାହାନଗା ରେଳ ଷ୍ଟେସନର ରେଲ ଟ୍ରାକରୁ ତଦନ୍ତ ଆରମ୍ଭ କରିଛନ୍ତି କମିଶନ ଅଫ୍ ରେଲୱେ ସେଫ୍ଟି ସିଆରଏସ ।

Advertisment

ସିଆରଏସ ମୁଖ୍ୟ ଶୈଳେଶ ପାଠକ ଦୁର୍ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାପରେ ଷ୍ଟେସନର ସିଗ୍ନାଲ ରୁମ୍ ଓ କଣ୍ଟ୍ରୋଲ ରୁମକୁ ଯାଇ ଯାଞ୍ଚ କରିଛନ୍ତି। ଏହି ତଦନ୍ତରେ ରେଲୱେ ସେଫଟି କମିଶନରଙ୍କ ନିକଟରେ ଯେକୌଣସି ଲୋକ ଚାହିଲେ ଉପସ୍ଥିତ ହୋଇ ତଥ୍ୟ ରଖିପାରିବେ । ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ, ସାଧାରଣ ଜନତାଙ୍କ ସହ ଯେକୌଣସି ଲୋକ କମିଶନରଙ୍କ ନିକଟରେ ହାଜର ହୋଇ ତଥ୍ୟ ରଖିପାରିବେ ବୋଲି ଟୁଇଟ୍ କରିଛି ରେଲୱେ ।

ଅଧିକ ପଢ଼ନ୍ତୁ: କେମିତି ଦୁର୍ଘଟଣାଗ୍ରସ୍ତ ହେଲା କରମଣ୍ଡଳ ? ଗୋଟି ଗୋଟି କରି କହିଲେ କରମଣ୍ଡଳର ଲୋକୋ ପାଇଲଟ...

Advertisment

କେବଳ ସିବିଆଇ ନୁହେଁ, ବାହାନଗା ରେଳ ଦୁର୍ଘଟଣା ନେଇ ନିଜ ପକ୍ଷରୁ ଥାନାରେ ମାମଲା ରୁଜୁ କରିଛି ବାଲେଶ୍ବର ଜିଆରପି। ରେଲୱେର ଦାୟିତ୍ବହୀନତା ପାଇଁ ଦୁର୍ଘଟଣା ଘଟିଥିବା ଏତଲାରେ ଉଲ୍ଲେଖ କରାଯାଇଛି । ଏତଲା ପରେ ଲାଗିଛି ଆଇପିସି ଦଫା ୩୩୭, ୩୩୮, ୩୦୪-କ, ୩୪ । ତାସହ ଲାଗିଛି ରେଲୱେ ଆକ୍ଟର ଦଫା ୧୫୩, ୧୫୪ ଓ ୧୭୫। ଜିଆରପି ଡିଏସପି ରଞ୍ଜିତ ନାୟକଙ୍କୁ ଦିଆଯାଇଛି ମାମଲାର ତଦନ୍ତ ଦାୟିତ୍ବ। ସେପଟେ ରେଳ ବିଶେଷଜ୍ଞଙ୍କ ମତରେ, ରେଳ ଉପକରଣରେ ଟାମ୍ପରିଂ କରାଯାଇଥିବା ଆଶଙ୍କା ରହିଛି। ତେଣୁ ଏଭଳି ଅପରାଧିକ ଦିଗ ଉପରେ ସିବିଆଇ ତଦନ୍ତକୁ ତ୍ୱରାନ୍ୱିତ କରିପାରେ ।

ଲୋମଟାଙ୍କୁରା ଦୁର୍ଘଟଣା ପରେ ଗ୍ରାଉଣ୍ଡ ଜିରୋ ଅନୁଧ୍ୟାନ କରି ଏଭଳି ଢଙ୍ଗରେ ଚରମବାଣୀ ଶୁଣାଇଥିଲେ ପ୍ରଧାନମନ୍ତ୍ରୀ। ଆଉ ତା ର ୪୮ ଘଣ୍ଟା ଭିତରେ ବାଲେଶ୍ବରରେ ପହଞ୍ଚି ଦୁର୍ଘଟଣା ପଛର ସତ ଖୋଜୁଛି ସିବିଆଇ ।

Advertisment

Train Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ