Advertisment

ଆଲୋଚନା ପରେ ବି ମିଳିଲାନି ଲିଖିତ ପ୍ରତିଶ୍ରୁତି, ଆଜିଠୁ ଘରୋଇ ବସ୍ ଧର୍ମଘଟ

ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଧର୍ମଘଟ .....ସରକାରଙ୍କ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିନଥିବାରୁ ଧର୍ମଘଟ

author-image
Prangyan Parimita
ଅଦ୍ୟତନ ହୋଇଛି
Bus Strike In Odisha

bus strike,

ଆଜିଠୁ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ। ଗତକାଲି ସରକାରଙ୍କ ଆଲୋଚନା ପରେ ମଧ୍ୟ କୌଣସି ଲିଖିତ ପ୍ରତିଶ୍ରୁତି ମିଳିନଥିବାରୁ ଆଜିଠୁ ଧର୍ମଘଟ ନେଇ ଘୋଷଣା କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ପାର୍ବଣ ବେଳେ ଘରୋଇ ବସ୍ ସେବା ବନ୍ଦ ହେବା ପରେ ଯାତ୍ରୀ ପରିବହନ ସେବା ଗୁରୁତର ପ୍ରଭାବିତ ହେବାକୁ ଯାଉଛି।

Advertisment

ପୂଜା ଛୁଟିରେ ହଜାର ହଜାର ଲୋକ ଘରକୁ ଫେରୁଥିବା ବେଳେ ବସ୍ ଧର୍ମଘଟ ଯୋଗୁଁ ଯାତ୍ରୀମାନେ ହନ୍ତସନ୍ତ ହେବା ଏକ ପ୍ରକାର ନିଶ୍ଚିତ। ରାଜ୍ୟରେ ଏବେ ପ୍ରାୟ ୧୪ ହଜାର ଘରୋଇ ବସ୍ ଚଳାଚଳ କରୁଛି। ଘରୋଇ ବସ୍ ସେବା ଉପରେ ରାଜ୍ୟର ଦୈନିକ ୪ ଲକ୍ଷରୁ ଅଧିକ ଲୋକ ନିର୍ଭର କରନ୍ତି।...

ସୂଚନାଯୋଗ୍ୟ, ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ । ଏପଟେ ବସ୍ ମାଲିକ ସଂଘର ଧର୍ମଘଟ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଏକତରଫା ବୋଲି ପରିବହନ ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟ ବସ୍ ମାଲିକ ସଂଘକୁ ଅନ୍ଦୋଳନ ପ୍ରତ୍ୟାହାର ପାଇଁ ଅପିଲ୍ କରିବା ସହ କହିଛନ୍ତି, ଆଲୋଚନା ମାଧ୍ୟମରେ ହିଁ ସମାଧାନର ବାଟ ବାହାରିବ।

Advertisment

ଆସନ୍ତା ୨୬ ତାରିଖରେ ପୁଣି ଆଲୋଚନା ପାଇଁ ଡାକିଛୁ। ଲକ୍ଷ୍ମୀ ଯୋଜନା ଏକ ଲୋକାଭିମୁଖୀ କାର୍ଯ୍ୟକ୍ରମ ଏବଂ ଏହା ଚାଲୁ ରହିବ। ତେବେ ଦଶହରା ବେଳେ ସାଧାରଣ ଲୋକେ ଯେପରି ହଇରାଣ ନ ହୁଅନ୍ତୁ, ସେଥିଲାଗି ବସ୍ ମାଲିକମାନଙ୍କ ସହଯୋଗ ଲୋଡ଼ିଛନ୍ତି ମନ୍ତ୍ରୀ।

ଅନ୍ୟପକ୍ଷରେ ପରିବହନ ମନ୍ତ୍ରୀଙ୍କ ଅପିଲ ପରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଆମେ ମନ୍ତ୍ରୀଙ୍କ କଥାକୁ ସ୍ୱାଗତ କରୁଛୁ, ମାତ୍ର ଆମର ଲିଖିତ ପ୍ରତିଶ୍ରୁତି ଦରକାର।...

Bus Strike
Advertisment
Advertisment