Advertisment

ବ୍ରିଟିଶ୍ ଅମଳର ଡାକବଙ୍ଗଳା ଏବେ ଭୂତଙ୍କ ଚରାଭୂଇଁ : ଭିତରୁ ଆସୁଛି ‍‍ଭୟଙ୍କର ଶବ୍ଦ !

କଟକ ନିଶ୍ଚିନ୍ତକୋଇଲିର ସାନରାଉତପତି ଗାଁରେ ରହିଛି ବ୍ରିଟିଶ୍ ଅମଳର ଡାକ ବଙ୍ଗଳା, ଏବେ ଏହା ଭୂତ ଘର

author-image
Prangyan Parimita
ଅଦ୍ୟତନ ହୋଇଛି
haunted

haunted

ବ୍ରିଟିଶ ଅମଳର ଡାକବଙ୍ଗଳା । ପ୍ରଥମେ ଘୋଡାଶାଳ ଥିଲା । ପରେ ଜଳସେଚନ ଅଫିସ ଓ ପୁଣି ଡାକବଙ୍ଗଳା। ହେଲେ ଏବେ ଭୁତ ଘର। ଦୀର୍ଘ ୨୫ ବର୍ଷ ହେଲାଣି ସେଠାକୁ ଯିବାକୁ ଡରୁଛନ୍ତି ଲୋକେ । ତେବେ କଣ ପାଇଁ ଏ ଡର। କାହିଁକି ଡାକବଙ୍ଗଳା ପାଖକୁ ଯାଆନ୍ତିନି ଲୋକେ। କିଛି ଅଦୃଶ୍ୟ ଶକ୍ତି ତା ଭିତରେ ବାସ କରୁଛି କି ? ସ୍ଥାନୀୟ ଲୋକେ କାହିଁକି ତାକୁ ଭୂତଘର ବୋଲି କହୁଛନ୍ତି।

Advertisment

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ପଂଚାୟତର ସାନରାଉତପତି ଗାଁରେ ଅଛି ସେହି ଡାକ ବଙ୍ଗଳା । ଭିତରେ ଚାରିଆଡ଼ ବଣ ଜଙ୍ଗଲରେ ଭର୍ତ୍ତି । କିଛି କବାଟ ଭାଙ୍ଗି ଯାଇଛି ଆଉ କିଛି ଅଛି । କାନ୍ଥରେ ଚେର ମାଡି ଗଲାଣି, ଉଇ ଚରିଲେଣି। ଅଳିଆ ଅଳନ୍ଧୁ ବୋଝେଇ ଆସବାବପତ୍ର ସବୁ ଏପଟ ସେପଟ ହେଇ ପଡିଛି । ହେଲେ ଡାକ ବଙ୍ଗଳାର ଯେଉଁ ଘରେ ତତ୍କାଳିନ ଜଗୁଆଳିକୁ କୌଣସି ଏକ କାରଣରୁ ହତ୍ୟା କରାଯାଇଥିଲା ତାହା ଏବେବି ଭିତର ପଟୁ ବନ୍ଦ ଅଛି। ଗାଁ ଲୋକ କୁହନ୍ତି ସେହି ଜଗୁଆଳିର ଅତୃପ୍ତ ଆତ୍ମା ଏବେବି ସେ ଡାକବଙ୍ଗଳା ଭିତରେ ରହୁଛି।  

ଉପର ମହଲାକୁ ପାହାଚ ଅଛି ହେଲେ ଉପରକୁ ଯିବା ସମ୍ଭବ ନୁହେଁ। ଗାଁର ଯୁବକମାନେ ବି ସାହସ ଜୁଟାଇ ପାରିଲେନି ଉପରକୁ ଯିବାକୁ। ସେମାନଙ୍କ କହିବା କଥା ଏଠାରେ ସେ ଜଗୁଆଳିର ଆତ୍ମା ସହିତ ଅନ୍ୟ ଆତ୍ମାମାନଙ୍କ ବାସ ରହିଛି। ବେଳେ ବେଳେ ବିକଟାଳ ଶବ୍ଦ ହୁଏ। କିଏ ସବୁ ଖସ ଖସ ହୋଇ ଚାଲି ଯିବାଭଳି ଜଣାପଡେ। ସେଇଥିପାଇଁ ସେମାନେ ଏଠାକୁ ଆନ୍ତିନି। ସେ ସମୟର ଅଫିସ କାଗଜପତ୍ର ଆସବାବପତ୍ର ଏବେବି ଇତସ୍ତତଃ ପଡିଛି। ହେଲେ ଜିନିଷ ପତ୍ର ସବୁ ଏଭଳି ଅବ୍ୟବସ୍ଥିତ କିଭଳି ହେଲା ତାହାବି ପ୍ରଶ୍ନବାଚୀ।

Advertisment

ଏଇଠି କହି ରଖୁଛି ଓଟିଭି ଭୁତ ପ୍ରେତମାନଙ୍କ ଅସ୍ତିତ୍ୱ ଉପରେ ବିଶ୍ୱାସ କରେନି । କିମ୍ବା ଆପଣମାନେ ମନ ଭିତରେ ମଧ୍ୟ ଭୟ ତିଆରି କରନ୍ତୁନି। ଖାଲି ଏତିକି ଉଦ୍ୟମ ହେବା ଆବଶ୍ୟକ ସରକାର ଚାହିଁଲେ ଏହି ଜାଗାକୁ ପୁନଃ ଉଦ୍ଧାର କରି ଏକ ସ୍ମାରକୀ ଭାବରେ ସଂରକ୍ଷିତ କରିପାରିବେ।

(ରିପୋର୍ଟ- ମନୋଜ ଆଚାର୍ଯ୍ୟ, ସାଲେପୁର)

Advertisment
Advertisment