Advertisment

ଏମିତି ଆମ ବ୍ୟବସ୍ଥା ! ଶବକୁ ପୁଣି ଅସମ୍ମାନ; ମିଳିଲାନି ଗାଡ଼ି, ଷ୍ଟ୍ରେଚରରେ ବୋହିଲେ ୮ କି.ମି.

ମେଡିକାଲ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେଇନଥିବା ବେଳେ, ସିନାପାଲି ଚିକିତ୍ସାଳୟରେ ମହାପ୍ରୟାଣ ଗାଡିର ବ୍ୟବସ୍ଥା ନାହିଁ ଓ ବ୍ୟକ୍ତିଗତ ଭାବରେ ଯୋଗାଇ ଦିଆଯାଏ ବୋଲି ଲୋକେ ଅଭିଯୋଗ କରିଛନ୍ତି ।

ଅଦ୍ୟତନ ହୋଇଛି
Koraput Medical Negligence

Nuapada Health Department, Body Carried On Stretcher

Advertisment

ପୁଣି ଶବକୁ ଅସମ୍ମାନ, ମିଳିଲାନି ମହାପ୍ରୟାଣ ଗାଡ଼ି । ଷ୍ଟ୍ରେଚରରେ ମରଶରୀରକୁ ୮ କିଲୋମିଟର ବାଟ ଟାଣି-ଟାଣି ନେଲେ ପରିବାର ଲୋକ । ନୂଆପଡ଼ା ଜିଲ୍ଲା ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସିନାପାଲି ବ୍ଲକ ଗରଡ଼ାମାଲର ସରସ୍ୱତୀ ସା’ଙ୍କ ମୃତ୍ୟୁ ପରେ ମହାପ୍ରୟାଣ ଗାଡ଼ି ମିଳିନଥିଲା । ବେସରକାରୀ ଭାବେ ମଧ୍ୟ କୌଣସି ଗାଡ଼ି ଯୋଗାଡ଼ ହୋଇପାରି ନଥିବାରୁ, ଶେଷରେ ଷ୍ଟ୍ରେଚରରେ ମରଶରୀର ଲଦି ଟାଣି ଟାଣି ନେଇଥିଲେ । ଏନେଇ ମେଡିକାଲ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେଇନଥିବା ବେଳେ, ସିନାପାଲି ଚିକିତ୍ସାଳୟରେ ମହାପ୍ରୟାଣ ଗାଡିର ବ୍ୟବସ୍ଥା ନାହିଁ ଓ ବ୍ୟକ୍ତିଗତ ଭାବରେ ଯୋଗାଇ ଦିଆଯାଏ ବୋଲି ଲୋକେ ଅଭିଯୋଗ କରିଛନ୍ତି ।

Advertisment

ପୂର୍ବରୁ କୋରାପୁଟ ପଟାଙ୍ଗି ସୀମାନ୍ତ ଅଞ୍ଚଳରୁ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ପତ୍ନୀଙ୍କ ଶବକୁ ୩୩ କି.ମି. ପର୍ଯ୍ୟନ୍ତ କାନ୍ଧରେ ବୋହିଥିଲେ ସ୍ୱାମୀ। ପତ୍ନୀଙ୍କ ଶବକୁ ଗାଡ଼ିରେ ଗାଁକୁ ଆଣିବା ପାଇଁ ପାଖରେ ଟଙ୍କା ନଥିବାରୁ ବ୍ୟକ୍ତି ଜଣକ କାନ୍ଧରେ ବୋହି ବୋହି ନେଉଥିବା ଦେଖିବାକୁ ମିଳିଥିଲା। ଏହାଦେଖି ବାଟରେ ପୋଲିସ ଅଟକାଇଥିଲା ଓ ଆମ୍ବୁଲାନ୍ସ କରି ଶବ ପଠାଇବାର ବ୍ୟବସ୍ଥା କରିଥିଲା।

ଅଧିକ ପଢ଼ନ୍ତୁ: ସରକାରୀ ବ୍ୟବସ୍ଥାକୁ ଉପହାସ, ଚଉକିକୁ ଆଶାବାଡ଼ି କରି ବୃଦ୍ଧା କୋଷେ ଦୂର ଯାଉଛନ୍ତି ! କିଏ ବୁଝିବ ଦୁଃଖ..?

Advertisment

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ ଗୁରୁ ଓ ତାଙ୍କ ପତ୍ନୀ ବିଶାଖାପାଟଣାରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ପତ୍ନୀଙ୍କୁ ସାଗରବାଲସା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗୁରୁ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ପତ୍ନୀଙ୍କ ଅକାଳ ବିୟୋଗରେ ଗୁରୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବା ବେଳେ ଶେଷକୃତ୍ୟ ପାଇଁ ପତ୍ନୀଙ୍କ ଶବକୁ ଗାଁକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ଆଦୌ ସହଯୋଗ କରିନଥିଲେ ବୋଲି ଗୁରୁ ଅଭିଯୋଗ କରିଥିଲେ। ଡାକ୍ତରଖାନା ପକ୍ଷରୁ ଶବ ନେବା ପାଇଁ ଗାଡ଼ି ଦିଆଯାଇ ନଥିଲା।

ଏହାପରେ ସହାୟତା ପାଇଁ ଗୁରୁ ଅନେକଙ୍କୁ ଆକୁଳ ନିବେଦନ କରିଥିଲେ। ହେଲେ କେହି ବି ତାଙ୍କୁ ସାହାଯ୍ୟ କରିନଥିଲେ। ପତ୍ନୀଙ୍କ ଚିକିତ୍ସା ବାବଦରେ ସମସ୍ତ ଟଙ୍କା ଖର୍ଚ୍ଚ କରି ସାରିଥିବାରୁ ଗାଡ଼ି ଭଡ଼ା କରି ନେବାକୁ ଗୁରୁଙ୍କ ପାଖରେ ଟଙ୍କାଟିଏ ବି ନଥିଲା। ଶେଷରେ ପତ୍ନୀଙ୍କୁ କାନ୍ଧରେ ବୋହି ଗାଁକୁ ଯିବାକୁ ସ୍ଥିର କରିଥିଲେ ଗୁରୁ । ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ଗୁରୁ ପ୍ରାୟ ୩୩ କି.ମି. ଚାଲିବା ପରେ ବିଜୟନଗର ନିକଟରେ କିଛି ଲୋକ ଏହାଦେଖି ସ୍ଥାନୀୟ ପୋଲିସକୁ ‌ଖବର ଦେଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁଙ୍କୁ ସହଯୋଗ କରିଥିଲା ।

Advertisment

Medical Negligence Ambulance Dead Body
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ