/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691899734.jpg)
‘Team Shine
ଏଣିକି ରାଜଧାନୀ ଗଳିକନ୍ଦିରେ ବୁଲିବ ଟିମ୍ ସାଇନ୍ ବା ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ । ଟିମ୍ ସାଇନ ଅର୍ଥାତ ସାନିଟେସନ ଏବଂ ହାଇଜିନ୍ ଇନିସପେକ୍ସନ ଫର୍ ନିଟ୍ ଏନଭରମେଂଟ । ଆଜି ଏହାର ବିଧିବଦ୍ଧ ଶୁଭାରମ୍ଭ କରିବେ ଭୁବନେଶ୍ୱର ମେୟର ଓ କମିଶନର । ରାଜଧାନୀରେ ୧୦ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ରହିବେ । ପ୍ରତି ଟିମରେ ୫ ଜଣ ସଦସ୍ୟ ରହିବେ ।
ପ୍ରତି ଟିମର ନେତୃତ୍ୱ ନେବେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ । ଏହି ଅବସରରେ ବିଏମସି ଟିମ ସାଇନ ବା ଏନଫୋର୍ସମେଣ୍ଟ ଟିମର ରୋଡ଼ ସୋ ଅନୁଷ୍ଠିତ ହୋଇଛି । ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ବିଏମସି ଅଫିସ ଯାଏଁ ରୋଡ ସୋ କରାଯାଇଛି । ରାଲି ମାଧ୍ୟମରେ ରାଜଧାନୀ ବାସିନ୍ଦାଙ୍କୁ ସାନିଟେସନ୍ ନେଇ ସଚେତନ କରିବାକୁ ପ୍ରୟାସ କରାଯାଇଛି ।
ଏହି ଟିମର ସଦସ୍ୟମାନେ ଗଳିକନ୍ଦି ବୁଲି ବୁଲି ଯାଞ୍ଚ କରିବେ । ପରିବେଶ ସଫାସୁତୁରା ରଖିବା ପାଇଁ ଲୋକଙ୍କୁ ସଚେତନ କରିବା ସହ କେହି ଘର ସାମ୍ନାରେ ଅଳିଆ ପକାଇଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବେ ।
ଏନେଇ ବିଏମସି କମିସନର୍ କହିଛନ୍ତି, ଭୁବନେଶ୍ୱରୁ ସବୁ ଦୃଷ୍ଟିରୁ ଶ୍ରେଷ୍ଠ କରିବାକୁ ହେଲେ ପ୍ରଥମେ ସଫେଇକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ । ଆମେ ସଫା ରହିଲେ ସହର ସୁନ୍ଦରତା ବଢ଼ିବ । ପ୍ରଥମେ ଏକ ଟିମ୍ ଲୋକଙ୍କୁ ସଚେତନ କରିବା ସହ ବୁଝାଇବ । ଆଉ ବୁଝାଇବା ପରେ ବି କେହି ନବୁଝିଲେ ଆକ୍ସନ ନିଆଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)