Beggar Free Bhubaneswar
ଭିକାରୀ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର। ରାସ୍ତାକଡ଼ କିମ୍ବା ମନ୍ଦିର ସାମ୍ନାରେ ଆଉ ଭିକ ମାଗିପାରିବେନି ଭିକାରୀ । ରାସ୍ତାରେ ଦେଖିଲେ ଉଠାଇନେବ ବିଏମସି ସ୍କ୍ୱାର୍ଡ । କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଭିକାରୀ ମାନଙ୍କୁ ଥଇଥାନ କେନ୍ଦ୍ରରେ ରଖିବା ସହ ରାସ୍ତା କିମ୍ବା ମନ୍ଦିର ଆଖପାଖରେ ଦେଖିଲେ ବିଏମସି ଉଠାଇନେବାକୁ ନିଷ୍ପତ୍ତ ହୋଇଛି ।
ରାଜଧାନୀର ୩ ଜୋନରେ ତିନୋଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ବୁଲିବା ସହ ଭିକାରୀଙ୍କ ଉପରେ ନଜର ରଖିବ । ବିଏମସି ଅଧୀନରେ ଥିବା ୫ଟି ଭିକାରୀ ଥଇଥାନ କେନ୍ଦ୍ରରେ ଏମାନଙ୍କୁ ରଖିବାକୁ କହିଛି ବିଏମସି । ପୂଜା ପୂର୍ବରୁ ଦର୍ଶନାର୍ଥୀ ଯେପରି ଅସୁବିଧାର ସାମ୍ନା ନକରନ୍ତୁ ସେଥିପାଇଁ ଏହି ନିଷ୍ପତ୍ତି ନେଇଛି ବିଏମସି । ରଙ୍ଗ ବଜାର, ଅନ୍ଧାରୁଆ, ନିଳାଦ୍ରୀବିହାର, ପିଡବ୍ଲୁଡି କଲୋନୀ ଭଳି ଅଂଚଳରେ ଭିକାରି ଥଇଥାନ କେନ୍ଦ୍ର ରହିଛି । ପ୍ରତ୍ୟେକ କେନ୍ଦ୍ରରେ ଶହେ ଲେଖାଏଁ ଭିକାରୀ ରହିବା ବ୍ୟବସ୍ଥା ରହିଛି ।
ଅଧିକ ପଢ଼ନ୍ତୁ: ବିଶ୍ୱର ସବୁଠୁ ଦାମୀ ଭିକାରୀ; ଯାହାଙ୍କ ମାସକୁ ରୋଜଗାର..
କିଛି ଭିକାରୀଙ୍କ ପରିବାର ସହ ଯୋଗାଯୋଗ କରାଇ ସେମାନଙ୍କୁ ଘରେ ଛାଡି ଦିଆଯାଇଛି । ଯଦି କୌଣସି ପରିବାର ଘରେ ଛାଡି ଦିଆଯାଇଥିବା ଭିକାରୀଙ୍କୁ ପୁଣି ଭିକ୍ଷାବୃତ୍ତି ପାଇଁ ପଠାନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697511142.jpg)