/odishatv-khabar/media/post_attachments/uploadimage/library/16_9/16_9_0/BMC_1703871108.jpg)
BMC
ରାଜଧାନୀରେ କୁକୁରଙ୍କ ପାଇଁ ହେବ ଶ୍ମଶାନ ବା ମଶାଣି । କଥାଟା ଟିକେ ନୂଆ ଲାଗୁଛି ନା ? ହଁ ଆଜ୍ଞା ଆପଣମାନେ ଠିକ୍ ଶୁଣିଛନ୍ତି । ଭୁବନେଶ୍ୱରରେ କୁକୁରଙ୍କ ପାଇଁ ମଶାଣି କରିବ BMC । ଏଭଳି ଏକ ନୂଆ ଯୋଜନା ହାତକୁ ନେଇଛି ବିଏମସି । ଏନେଇ ଜାଗା ଚିହ୍ନଟ ହୋଇଥିବାବେଳେ ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ।
କୁକୁରଙ୍କ ମୃତଦେହ ଆଣିବା ପାଇଁ BMCର ୩ଟି ଜୋନ୍ରେ ୩ଟି ଗାଡ଼ି ବୁଲିବ । କୁକୁର ବନ୍ଧ୍ୟାକରଣ ନେଇ ହାଇକୋର୍ଟରେ କେସ୍ ଥିବା ବେଳେ ହାଇକୋର୍ଟଙ୍କ ନିଷ୍ପତ୍ତି ଆସିଲାପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡିଛି । ସେହିପରି ରାସ୍ତାରେ ଗାଈଗୋରୁ ବୁଲିଲେ ୭ ତାରିଖ ପରେ ବିଏମସି ଉଠାଇନେବ ବୋଲି ସତର୍କ କରିଛି । ଆଜି ବିଏମସି ଅଫିସରେ ବସିଥିବା କର୍ପୋରେସନ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି ।
ସୂଚନାରୁ ପ୍ରକାଶ, ସ୍ମାର୍ଟ ସିଟିରେ ପରିଣତ ହୋଇଛି ରାଜଧାନୀ ଭୁବନେଶ୍ୱର । ହେଲେ ସ୍ୱଚ୍ଛତା ପ୍ରତି ତିଳେ ମାତ୍ର ଧ୍ୟାନ ଦେଉନାହାନ୍ତି ରାଜଧାନୀବାସୀ । ମଲା କୁକୁରକୁ ରାସ୍ତା ପାର୍ଶ୍ୱକୁ ଫିଙ୍ଗି ଦେଉଛନ୍ତି । ଆଉ କିଛି ଲୋକ ଗୋରୁ ଓ ଗାଈଙ୍କୁ ଛାଡ଼ି ଦେଉଛନ୍ତି । ଯାହାଫଳରେ ଗୋରୁମାନେ ରାସ୍ତାରେ ଶୋଉଛନ୍ତି । ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଏଥିରେ କେତେବେଳେ ଲୋକଙ୍କ ଜୀବନ ଯାଉଛି ତ ଆଉ କେତେକେଳେ ଗୋରୁ ଗାଈଙ୍କ ମୃତ୍ୟୁ ହେଉଛି । ତେଣୁ ଦୁର୍ଘଟଣା ରୋକିବା ପାଇଁ ବିଏମ୍ସି ବୁଲା ଗୋରୁଙ୍କୁ ଉଠାଇ ନେବା ପାଇଁ ସତର୍କ ସୂଚନା ଜାରି କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)