/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700286838.jpg)
BJP National VP Baijayant Panda turns saviour for migrant workers stranded in SA
ମଧ୍ୟ ଆଫ୍ରିକାର ଗବୋନରେ ଫସିରହିଥିବା ୨୧ ଜଣ ଶ୍ରମିକଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ। ସଂପୃକ୍ତ ଶ୍ରମିକ ମାନେ ଯେଭଳି ସୁରକ୍ଷିତ ଫେରିବେ, ସେଥିପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ଲେଖି ନିବେଦନ କରିଛନ୍ତି ବୈଜୟନ୍ତ।
ମିଳିଥିବା ସୂଚନା ଅନୁଯାୟୀ, ଏହି ୨୧ ଜଣଙ୍କ ମଧ୍ୟରେ ଅଛନ୍ତି ୧୪ ଜଣ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ୧୧ ଜଣ, ଭଦ୍ରକର ୨ ଏବଂ ଢେଙ୍କାନାଳର ଜଣେ। ଅନ୍ୟ ୬ ଜଣ ହେଉଛନ୍ତି ପଶ୍ଚିମବଙ୍ଗ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଏବଂ ବିହାରର। ଅଧିକ ରୋଜଗାର ତଥା ମାସିକ ୫୦ ହଜାର ଟଙ୍କା ଦରମା ଆଶାରେ ଏମାନେ ଏଜେଣ୍ଟଙ୍କ ଜରିଆରେ ଗବୋନକୁ ଯାଇଥିଲେ।
ସେଠାରେ ଶାରିରୀକ ଏବଂ ମାନସିକ ନିର୍ଯାତନାର ଶୀକାର ହେଉଥିବା ଅଭିଯୋଗ ଆଣିଥିଲେ ସଂପୃକ୍ତ ଶ୍ରମିକ ମାନେ। ଏ ସଂପର୍କରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଜଣାଇବା ପରେ ସେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ସୁରକ୍ଷିତ ଉଦ୍ଧାର ପାଇଁ ନିବେଦନ କରିଛନ୍ତି।....
ମଧ୍ୟ ଆଫ୍ରିକାର ଗବୋନରେ ଫସିରହିଥିବା ୨୧ ଜଣ ଶ୍ରମିକଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ । ସଂପୃକ୍ତ ଶ୍ରମିକ ମାନେ ଯେଭଳି ସୁରକ୍ଷିତ ଫେରିବେ, ସେଥିପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ଲେଖି ନିବେଦନ କରିଛନ୍ତି ବୈଜୟନ୍ତ ।..#India#Rescuepic.twitter.com/Os3fa6niRd
— ଓଟିଭି (@otvkhabar) November 18, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)