Advertisment

ଓଡ଼ିଶା ଆସୁଛି ଡାକୋଟା, ଯେଉଁଥିରେ ଦିନେ ସୁକର୍ଣ୍ଣୋଙ୍କୁ ଶତ୍ରୁ କବଳରୁ ରକ୍ଷା କରିଥିଲେ ବିଜୁ ବାବୁ

ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଡାକୋଟା ବିମାନ ।

ଅଦ୍ୟତନ ହୋଇଛି
Biju Patnaik's Iconic Dakota Plane

Dakota

Advertisment

ଆଜି ଓଡ଼ିଶା ଆସିବ ବହୁଚର୍ଚ୍ଚିତ ଡାକୋଟା ଏୟାର କ୍ରାଫ୍ଟ ! କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆସି ଆଜି ଭୁବନେଶ୍ୱର ରେ ପହଞ୍ଚିପାରେ ଡାକୋଟା ବିମାନ । ପୂର୍ବରୁ ଏନେଇ ପରିବହନ ବିଭାଗକୁ ଚିଠି ଆସିଥିଲା । ହେଲେ ବିମାନର ଲୋଡିଂ କାର୍ଯ୍ୟ ଶେଷ ହୋଇନଥିବାରୁ ଏହା ଗତକାଲି ପରିବର୍ତ୍ତେ ଆଜି ଆସିବ ବୋଲି ସୂଚନା ମିଳିଛି । ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଡାକୋଟା ବିମାନ । ଏଣୁ ଡାକୋଟା ଫେରାଇ ଆଣିବାକୁ ଓଟିଭି ଦୀର୍ଘ ବର୍ଷ ହେଲା ଖବର ପ୍ରସାରଣ କରି ଆସୁଥିଲା ।

Advertisment

ଏବେ କୋଲକାତା ବିମାନ ବନ୍ଦରର ଏକ ଅଗମ୍ୟ ସ୍ଥାନରେ ପଡ଼ି ରହିଥିଲା ଡାକୋଟା । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ହେଉଛି ଡାକୋଟା । ଡଚ୍‌ଙ୍କ କବଳରୁ ଇଣ୍ଡୋନେସିଆର ପ୍ରଥମ ପ୍ରଧାନମନ୍ତ୍ରୀ ସୁକୋର୍ଣ୍ଣୋଙ୍କୁ ଡାକୋଟା ସହାୟତାରେ ଉଦ୍ଧାର କରିଥିଲେ ବିଜୁ ବାବୁ । ତାସହ ୧୯୪୭ରେ ଶ୍ରୀନଗରରେ ପାକିସ୍ତାନ ଶତ୍ରୁ ସେନା କବଳରୁ ଭାରତୀୟ ସେନାଙ୍କୁ ଏୟାରଲିଫ୍ଟ କରିବା ସହ ଡାକୋଟା ଜରିଆରେ ଭାରତ ପହଞ୍ଚାଇଥିଲେ । ସେନା ପାଇଁ ଗୋଳାବାରୁଦ ଓ ଔଷଧ ପରିବହନ କରୁଥିଲେ, ସେତେବେଳର ଦୁର୍ଦ୍ଦଶ ପାଇଲଟ୍ ବିଜୁ ପଟ୍ଟନାୟକ ।

୨୦୨୧ ମସିହାରେ ଗଣମାଧ୍ୟମରେ ଖବର ପ୍ରଚାରିତ ହେଲା ଯେ, ବିଜୁବାବୁଙ୍କ ଡାକୋଟା ବିମାନ କାବାଡ଼ି ବାଲାଙ୍କୁ ବିକ୍ରି କରାଯିବ । କାରଣ ଓଡ଼ିଶା ସରକାର ଡାକୋଟା ଆଣିବେ ବୋଲି କହୁଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନେଉନଥିଲେ । କୋଲକାତା ଏୟାରପୋର୍ଟର ଡମ୍ପିଂୟାର୍ଡରେ ପଡ଼ି ରହିଥିଲା ଡାକୋଟା ।

Advertisment

ଅଧିକ ପଢ଼ନ୍ତୁ: ପୁଣି ମନେପଡ଼ିଲା ବିଜୁ ବାବୁଙ୍କ ଡାକୋଟା କଥା, ଖୁବ୍‌ଶୀଘ୍ର ଆସିବ ଓଡ଼ିଶା

ଦୀର୍ଘ ଦିନ ହେବ ଡାକୋଟା ଫେରାଇ ଆଣିବା କଥାକୁ ନେଇ ଆଲୋଚନା ହେଉଥିବା ବେଳେ କାହିଁକି ଆସି ପାରୁନଥିଲା ବିଜୁବାବୁଙ୍କ ଡାକୋଟା ? କେଉଁଠି ରହୁଥିଲା ଅସୁବିଧା ? ସୂଚନା ଅନୁସାରେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, ଏଏଆଇର ଅଧ୍ୟକ୍ଷ ଥିବାବେଳେ ସ୍ୱର୍ଗତ ଗୁରୁପ୍ରସାଦ ମହାପାତ୍ର ଏହି ଡାକୋଟା ବିମାନକୁ ମାଗଣାରେ ଓଡ଼ିଶା ସ୍ଥାନାନ୍ତରିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଏପରି କି ଭୁବନେଶ୍ୱର ବିମାନବନ୍ଦର ପରିସରରେ ଏହାକୁ ସ୍ଥାନିତ କରିବାକୁ ଏଏଆଇ ପକ୍ଷରୁ ସ୍ଥାନ ମଧ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା । ମାତ୍ର କେଉଁ ପରିସ୍ଥିତିରେ ଏହି ଯୋଜନା ବନ୍ଦ ହେଲା, ତାହା ବର୍ତ୍ତମାନ ବି ପ୍ରଶ୍ନବାଚୀ । ଏପରକି ଏଭଳି ଐତିହାସିକ ବିମାନକୁ ନିଜ ଖର୍ଚ୍ଚରେ ବି ଓଡ଼ିଶା ଆଣିବାକୁ ବହୁ ଓଡ଼ିଆ ଆଗଭର ଥିବା କହିଥିଲେ, ଡାକୋଟା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ରାଜ୍ୟ ସରକାରଙ୍କୁ ବାରମ୍ବାର ପ୍ରଦାନ କରିଥିବା ଅନିଲ୍ ଧୀର୍ ।

Advertisment

ବିଜୁ ପଟ୍ଟନାୟକଙ୍କ ପରିଚାଳିତ କଳିଙ୍ଗ ଏୟାରଲାଇନ୍ସରେ ପ୍ରାୟ ୧୫ଟି ଡାକୋଟା ବିମାନ ସାମିଲ ଥିଲା । ତେବେ ପ୍ରଶ୍ନ ଉଠୁଛି, ବିଜୁ ବାବୁଙ୍କ ନାଁକୁ ନେଇ ଗଠିତ ଦଳ ଦୁଇ ଦଶନ୍ଧି ଧରି ରାଜ୍ୟ ଶାସନରେ ଥିଲେ ମଧ୍ୟ, ଦୁର୍ଦ୍ଦଶ ପାଇଲଟ୍ ବିଜୁଙ୍କ କଥାକୁ ନେତା ଭାଷଣରେ ବଖାଣୁଥିଲେ ମଧ୍ୟ, ତାଙ୍କର ଏହି ବୀରତ୍ୱର ସନ୍ତକଟିକୁ ଓଡ଼ିଶା ଅଣାଯିବାରେ ଏତେ ବିଳମ୍ବ କାହିଁକି ? ବାଧା କେଉଁଠି ଥିଲା ?

Dakota
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ