• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାଇ ! କେବେ ଖରା ତ କେବେ ଛାଇ । ସମୟର ଶବ୍ଦକୋଷରେ ଜଣାଶୁଣା ଶବ୍ଦଟିଏ । ନିର୍ମଳ ଆଉ ନିଷ୍କପଟ ତା’ ମନ । ସେ ସ୍ନେହର ପସରାଟିଏ ।  ଯିଏ ବାପା ଭଳି ତାଗିଦ୍‌ ବି କରେ ଆଉ ମା’ ଭଳି ସ୍ନେହ ବି କରିପାରେ । ଭାଇଭଉଣୀଙ୍କ ସମ୍ପର୍କ ସତରେ ଖୁବ୍‌ ନିଆରା । ପିଲାଦିନର ମାଡ଼ଗୋଳ ଭିତରେ ଏକ ଶକ୍ତ ରଜ୍ଜୁରେ ବନ୍ଧା ହୋଇଥାଏ ଏ ସମ୍ପର୍କ । ସୋସିଆଲ ମିଡିଆରେ ଭାଇଭଉଣୀଙ୍କ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହା ଦେଖି ଲୋକେ ଭାବପ୍ରବଣ ହୋଇଯାଉଛନ୍ତି । ନିଜ କ୍ୟାନସର ପୀଡ଼ିତ ଭଉଣୀ ପାଇଁ ବଡ଼ ଭାଇ ବଡ଼ ବଳିଦାନ ଦେଇଛି । 

ଭାଇରାଲ ଭିଡିଓ ରେ ଭାଇ ତା ଭଉଣୀକୁ ଲଣ୍ଡା କରୁଥିବା ଦେଖିବାକୁ ମିଳୁଛି । କାରଣ କ୍ୟାନସର ପାଇଁ ତା’ର ସବୁ ଚୁଟି ଉପୁଡ଼ି ଯାଇଛି । କ୍ୟାନସର ଏପରି ଏକ ରୋଗ, ଯାହା ମଣିଷକୁ ଧୀରେ ଧୀରେ ମୃତ୍ୟୁ ଶଯ୍ୟାକୁ ନେଇଯାଇଥାଏ । ଏହାର ଚିକିତ୍ସା ପଦ୍ଧତି ମଧ୍ୟ ଖୁବ ଯନ୍ତ୍ରଣାଦାୟକ। ତେବେ ଭଉଣୀକୁ ଲଣ୍ଡା କରିବା ପରେ ବଡ଼ ଭାଇ ମଧ୍ୟ ନିଜେ ଲଣ୍ଡା ହୋଇଯାଉଥିବା ଦେଖିବାକୁ ମିଳୁଛି  । ଯାହାହେଲେ ସେ ବଡ଼ ଭାଇ । ଭଉଣୀର ଏଭଳି ଅସମୟରେ ସାଥ୍‌ ଦେବେନି ତ ଆଉ କିଏ ଦେବ । ପିଲାଦିନର ମାଡ଼ଗୋଡ଼ କଥା ଭିନ୍ନ, ଏବେ ତ ଭଉଣୀ ପାଇଁ ସେ କିଛି ବି କରିପାରିବେ ।

 ଏହି ଦୃଶ୍ୟ ସତରେ ଖୁବ୍ ମର୍ମସ୍ପର୍ଶୀ । ନିଜ ବଡ଼ ଭାଇ ଚୁଟି କାଟି ଦେଉଥିବା ଦେଖି ଭଉଣୀର ଆଖିରେ ଲୁହ ଆସିଯାଇଛି । ସେ ଭାଇକୁ କୁଣ୍ଢେଇ କାନ୍ଦୁଛି । ଆଉ ତା’ପରେ ନିଜେ ଭାଇର ଚୁଟି କାଟୁଛି । ଆଉ ତା’ପରେ ଉଭୟେ କାନ୍ଦୁଥିବା ଦେଖିବାକୁ ମିଳିଛି । ତେବେ କେବଳ ଭାଇଭଉଣୀ ନୁହେଁ ୟୁଜର ମଧ୍ୟ ଭିଡିଓ ଦେଖି କାନ୍ଦି ପକାଉଛନ୍ତି ।

ଏହି ଭିଡିଓ ଟ୍ୱିଟରରେ @GoodNewsMVT ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୩୪ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି ।