Advertisment

ହୋଲ୍ଡିଂ ଟିକସ ଆଦାୟରେ ଏବର୍ଷ ବହୁ ପଛରେ BMC

୨୦୨୨-୨୩ ଆର୍ଥକ ବର୍ଷରେ ବିଏମସି ହୋଲ୍ଡିଂ ଟିକସ ଆଦାୟରେ ରେକର୍ଡ କରିଥିଲା । ୧୨୫ କୋଟି ଟଙ୍କା ଟାର୍ଗେଟ ଥିବା ବେଳେ, ଆଦାୟ ହୋଇଥିଲା ୭୫ କୋଟି ।

ଅଦ୍ୟତନ ହୋଇଛି
Dismal holding tax collection worries BMC

Holding Tax

Advertisment

ହୋଲ୍ଡିଂ ଟିକସ ଆଦାୟରେ ଏବର୍ଷ ବହୁ ପଛରେ BMC। ଟାର୍ଗେଟ୍ ପୂରଣ ହେଉନଥିବାରୁ ୱାର୍ଡ ଅଫିସରଙ୍କୁ ତାଗିଦ୍ କଲା ଭୁବନେଶ୍ୱର ମହାନଗର ନିଗମ । ଏଥିସହ ପ୍ରତି ଶନିବାର ହେବ ରାଜସ୍ୱ ଆଦାୟ ଦିବସ। ସୂଚନା ଅନୁସାରେ, ୨୦୨୨-୨୩ ଆର୍ଥକ ବର୍ଷରେ ବିଏମସି ହୋଲ୍ଡିଂ ଟିକସ ଆଦାୟରେ ରେକର୍ଡ କରିଥିଲା । ୧୨୫ କୋଟି ଟଙ୍କା ଟାର୍ଗେଟ ଥିବା ବେଳେ, ଆଦାୟ ହୋଇଥିଲା ୭୫ କୋଟି ।

Advertisment

ତେବେ ଚଳିତବର୍ଷ ନଭେମ୍ବର ମାସ ସରିବାକୁ ବସିଥିବା ବେଳେ, ଏବେବି ହୋଲ୍ଡିଂ ଟିକସ ଆଦାୟ ଆଶାନୁରୂପ ହୋଇପାରିନାହିଁ। ମେ ମାସରୁ ବିଏମସି କମିଶନର ରାଜସ୍ୱ ଆଦାୟକୁ ଗୁରୁତ୍ୱ ଦେବାକୁ ୱାର୍ଡ ଅଫିସରଙ୍କୁ ତାଗିଦ କରିବା ସହ ପ୍ରତି ଜୋନ୍‌ରୁ ୨ ଶହ କୋଟି ଟଙ୍କା ଲେଖାଏଁ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ସୂଚନା ମିଳିଛି। ୩ଟି ଜୋନ୍‌ରୁ ୬ଶହ କୋଟି ଟଙ୍କା ଆଦାୟ ଲାଗି ଟାର୍ଗେଟ ଥିଲା।

ତେବେ ଗତକାଲି କର୍ପୋରେସନ୍ ବୈଠକରେ ମିଳିଥିବା ମାସିକ ରାଜସ୍ୱ ଆଦାୟରେ ହୋଲ୍ଡିଂ ଆଦାୟ ୨ କୋଟି ଟପୁନଥିବା ନଜରକୁ ଆସିଛି। ଅକ୍ଟୋବର ମାସରେ ଆଦାୟ ହୋଇଛି ମାତ୍ର ୧ କୋଟି ୮୫ ଲକ୍ଷ ୯୭ହଜାର ୭୬୧ ଟଙ୍କା। ଏହାକୁ ନେଇ ବିଏମସିର ଷ୍ଟାଣ୍ଡି କମିଟି ଅଧ୍ୟକ୍ଷ କହିଛନ୍ତି ଯେ, ୱାର୍ଡ ଅଫିସର ବା ଟ୍ୟାକ୍ସ କଲେକ୍ଟର ମାନଙ୍କୁ ବିଏମସି ଏବେ ପରିମଳ ଓ ସ୍ୱଚ୍ଛତା କାମରେ ବ୍ୟବହାର କରୁଛି ।

Advertisment

ଯାହାର ସିଧାସଳଖ ପ୍ରଭାବ ଟ୍ୟାକ୍ସ ଆଦାୟ ଉପରେ ପଡ଼ୁଛି। ସେପଟେ ବିଏମସି ମେୟର ମଧ୍ୟ କହିଛନ୍ତି ଯେ, ହୋଲ୍ଡିଂ ଟ୍ୟାକ୍ସ ସମେତ ବିଏମ୍ସିର ସମସ୍ତ ଆୟ କିପରି ବଢ଼ିବ ସେଥିପାଇଁ ଚେଷ୍ଟା କରାଯାଉଛି।

Holding Tax BMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ