• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗୋଟିଏ ଫୋନକଲରେ ଜୀବନସାଥୀ! ଏପରି ଏକ ବିଜ୍ଞାପନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବର୍ତ୍ତମାନ ଗୋଟେ ଭଲ ଜୀବନସାଥୀ ପାଇବା କଷ୍ଟକର ବ୍ୟାପାର ହୋଇଗଲାଣି । ଆଜିକାଲିର ଦୁନିଆରେ କାହାକୁ ଭରସା କରିବା କଷ୍ଟ । ଏପରି ପରିସ୍ଥିତିରେ ମାତ୍ର ଗୋଟିଏ ଫୋନ କଲରେ ଜୀବନସାଥୀ ବାଛିବାକୁ ନିଷ୍ପତ୍ତି ନେଇଛନ୍ତି ଜଣେ ବ୍ୟକ୍ତି ।

ଭାରତରେ ବିବାହ ଏକ ସାମାଜିକ ପ୍ରଥା ଓ ପରମ୍ପରା । ଏଥିରେ କେବଳ ବର ଓ କନ୍ୟାର ବିବାହ ହୁଏ ନାହିଁ, ପୂରା ପରିବାର ଏହି ବିବାହରେ ବନ୍ଧନରେ ବାନ୍ଧି ହୁଏ । ବିବାହକୁ ଭାରତରେ ଏକ ଅତ୍ୟନ୍ତ ପବିତ୍ର ଅନୁଷ୍ଠାନ ମାନନ୍ତି । ପ୍ରଥମେ ବରକନ୍ୟାଙ୍କ ମଧ୍ୟରେ ପରିଚୟ ହୁଏ ପରେ ପରିବାର ମଧ୍ୟରେ ।

ଭାରତରେ ବିବାହ ପାରିବାରିକ ପୃଷ୍ଠଭୂମି ସହ ସାମାଜିକ ଚଳଣି, ଧର୍ମ, ଜାତି, ଶିକ୍ଷା, ଏବଂ ବୃତ୍ତିଗତ ଆଧାରିତ ହୋଇଥାଏ । ଏଣୁ ଏଥିପାଇଁ ବହୁ ସମୟ ଲାଗିଥାଏ । କିନ୍ତୁ ଭୋପାଳର ଏ ଘଟଣା ଅଦ୍ଭୁତ । ମାତ୍ର ଗୋଟିଏ ଫୋନକଲରେ ଜୀବନସାଥୀ ବାଛିବାର ବିଜ୍ଞାପନ ଦେଇ ଚର୍ଚ୍ଚାରେ ରହିଛି ହମସାଥୀ ସମାଜ କଲ୍ୟାଣ ସମିତି ।

ପ୍ରଦର୍ଶିତ ବିଜ୍ଞାପନ ଅନୁଯାୟୀ, ଯେଉଁମାନଙ୍କର ବିବାହ ହେଉନାହିଁ ସେମାନଙ୍କୁ ସମ୍ପର୍କ କରିବାକୁ ଅନୁରୋଧ କରାଯାଇଛି । ପୁଅ କିମ୍ବା ଝିଅ ମିଳୁନଥିଲେ, ବିବାହ ଭାଙ୍ଗି ଯାଇଥିଲେ, ନିର୍ବନ୍ଧ ଭାଙ୍ଗି ଯାଇଥିଲେ ଏପରି କିଛି ସମସ୍ୟା ପରେ ବିବାହ ହୋଇପାରୁନଥିଲେ, ବିବାହ କରାଇବାର ଦାୟିତ୍ୱ ଉକ୍ତ ସଂସ୍ଥା ନେଇଛି ।

ଆଉ ଏଥିପାଇଁ ମାତ୍ର ଗୋଟିଏ ଫୋନକଲର ଆବଶ୍ୟକତା ରହିଛି ବୋଲି ଉକ୍ତ ସଂସ୍ଥା ନିଜ ବିଜ୍ଞାପନରେ କହିଛି । ଏହା ସହ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏହା ସମସ୍ତଙ୍କୁ ବିବାହ କରାଇବାରେ ସାହାଯ୍ୟ କରିବ ବୋଲି ମଧ୍ୟ ଘୋଷଣା କରିଛି । ଏନେଇ ଏକ ଭିଡିଓ ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି । ଉକ୍ତ ବିଡିଓରେ ଲେଖାଯାଇଛି, ବନ୍ଧୁ, ଏହା ତୁମ ପାଇଁ ।

ପୋଷ୍ଟଟି ପ୍ରବଳ ମାତ୍ରାରେ ଭାଇରାଲ୍ ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ପୋଷ୍ଟକୁ ୪୦,୦୦୦ରୁ ଅଧିକ ଲାଇକ୍ ମିଳିସାରିଛି । ଜଣେ ୟୁଜର୍ସ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଏହା କେବଳ ଲୁଟେରା ଦଳ । କିଛି ଲୋକ ବିବାହ ଏବଂ କନ୍ୟାଙ୍କ ନାମରେ ଲୁଟ୍ ଅଭିଯାନ ଚଳାଇଛନ୍ତି । କୌଣସି ବ୍ୟକ୍ତି ସେମାନଙ୍କ ଜାଲରେ ପଡ଼ିବା ଉଚିତ୍ ନୁହେଁ । ବର୍ତ୍ତମାନ ପର୍ଯ୍ୟନ୍ତ କେତୋଟି ବିବାହ ସେମାନେ ସମାପ୍ତ କରିଛନ୍ତି ତାର ଏକ ସ୍ପଷ୍ଟୀକରଣ ରଖିବା ଉଚିତ ବୋଲି ଅନ୍ୟ ଜଣେ ୟୁଜର୍ସ କହିଛନ୍ତି ।