Advertisment

ବସ୍ ଧର୍ମଘଟ ନିଷ୍ପତ୍ତିରେ ଫାଟ ! ବସ୍ ମାଲିକ ସଂଘର ଧର୍ମଘଟକୁ ବାଲେଶ୍ୱର ସଂଘର ବିରୋଧ

ବିରୋଧ କଲେ ବାଲେଶ୍ୱର ଜିଲ୍ଲା ବସ୍ ମାଲିକ ସଂଘ ସଭାପତି...ଆଜି ବସ୍ ଚଳାଇବାକୁ ସାମ୍ବାଦିକ ସମ୍ମିଳନୀରେ ସୂଚନା

author-image
Prangyan Parimita
Balasore Private Bus Owners’ association are against strike decision call

Balasore Private Bus Owners’ association are against strike decision call

ବସ୍ ଧର୍ମଘଟ ନିଷ୍ପତ୍ତିରେ ଫାଟ। ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ନିଷ୍ପତ୍ତିକୁ ବାଲେଶ୍ୱରରୁ ବିରୋଧ। ବାଲେଶ୍ୱର ଜିଲ୍ଲା ବସ୍ ମାଲିକ ସଂଘ ସଭାପତି ବାଦଲ ଦାସ ଧର୍ମଘଟକୁ ବିରୋଧ କରିଛନ୍ତି। ଧର୍ମଘଟ ନିଷ୍ପତ୍ତିକୁ ବିରୋଧ କରିବା ସହ ବସ୍ ଚଳାଇବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି ।

Advertisment

କହିଛନ୍ତି ଯେ, ଆମେ ଧର୍ମଘଟକୁ ବିରୋଧ କରୁନୁ, ମାତ୍ର ଏହା ଉଚିତ ସମୟ ନୁହେଁ । ଦଶହରା ସମୟରେ ଧର୍ମଘଟ ଠିକ୍ ନୁହେଁ ବୋଲି କହିଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ ମାଲିକ ସଂଘ ସଭାପତି । ଆମେ ବାଲେଶ୍ୱର ଜିଲ୍ଲାରେ ବସ୍ ଚଳାଇବାକୁ ନିଷ୍ପତ୍ତି ନେଇଛୁ। କଟକ, ଭୁବନେଶ୍ୱରକୁ ଚଲାଇବୁ, ସରକାର ସୁରକ୍ଷା ଦିଅନ୍ତୁ।...

ସେପଟେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ଯୋଗୁଁ ବସ ସେବା ଠପ୍ । ଏଥିଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବସ ଚାଲୁ ନଥିବାରୁ ଘଣ୍ଟା ଘଣ୍ଟାଧରି ଅପେକ୍ଷା କରି ରହିଛନ୍ତି ଯାତ୍ରୀ। ଉପକୂଳରୁ ଉପାନ୍ତ ସବୁଠି ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ଗନ୍ତବ୍ୟ ସ୍ଥଳକୁଯିବା ପାଇଁ ସେମାନେ ଅନେକ ଅସୁବିଧା ଭୋଗୁଛନ୍ତି ।

Advertisment
Bus Strike
Advertisment
Advertisment