• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପିକନିକ କରିବାକୁ ଯାଇ ଯୁବ ମେଡ଼ିସିନ ରିପ୍ରେଜେଣ୍ଟେଟିଭ୍ ନିଖୋଜ। ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଜାମୁଟ ଗାଁର ଗଦଗଦା ଜଳପ୍ରପାତରେ ମେଡ଼ିସିନ ରିପ୍ରେଜେଣ୍ଟେଟିଭ୍ ନିଖୋଜ ହୋଇଯାଇଛନ୍ତି ।

ନିଖୋଜ ମେଡ଼ିସିନ ରିପ୍ରେଜେଣ୍ଟେଟିଭଙ୍କ ନାଁ ରାକେଶ ପୁରୋହିତ। ଘର ବଲାଙ୍ଗିର ସହରରେ। ୪ ଜଣ ସାଙ୍ଗଙ୍କ ସହ ପିକନିକ କରିବାକୁ ସେ ଗଦଗଦା ଯାଇଥିଲେ। ସେଠାରେ ଗାଧୋଇବାକୁ ଯାଇ ରାକେଶ ପାଣିରୁ ଆଉ ବାହାରି ପାରିନଥିଲେ । ଅନ୍ୟ ସାଙ୍ଗମାନେ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ। ଦିନ ୪ଟାରୁ ରାତି ୮ଟା ଯାଏଁ ଗଭୀର ପାଣିରେ ଖୋଜାଖୋଜି କରିଥିଲେ ପୋଲିସ ଓ ଅଗ୍ନିଶମ ବାହିନୀ।

ତଥାପି ତାଙ୍କୁ ଠାବ କରାଯାଇପାରିନଥିଲା। ରାତି ହେବାରୁ ସର୍ଚ୍ଚ ଅପରେସନକୁ ବନ୍ଦ କରାଯାଇଛି। ଆଜି ପୁଣି ସର୍ଚ୍ଚ ଅପରେସନ କରାଯିବ ବୋଲି ସୂଚନା ମିଳିଛି।..