Advertisment

ଭୟଭୀତ କରୁଛି ବାବା ଭାଙ୍ଗାଙ୍କ ଭବିଷ୍ୟତବାଣୀ : ୨୦୨୨ରେ ଜଳସଙ୍କଟ ସାଙ୍ଗକୁ ଆକ୍ରମଣ କରିବେ ଏଲିଏନ୍‌

ନୂଆବର୍ଷକୁ ନେଇ କାହିଁ କେତେ ଉତ୍ସାହ । କିଏ କେତେ ପ୍ରକାର ପ୍ଲାନ୍ ବି କରିଛନ୍ତି । ହେଲେ ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ କହୁଛି ଏମିତି କଥା, ଯାହାକୁ ଶୁଣିଲେ କେହି ବି ଭୟଭୀତ ହୋଇଯିବ ?

author-image
Prangyan Parimita
Baba Vanga

Baba Vanga

ବିଦାୟ ନେବ ୨୦୨୧।  ନୂଆ ସମ୍ଭାବନା ନେଇ ଆସୁଛି ନବବର୍ଷ ୨୦୨୨। ଏଥିପାଇଁ ସବୁଠି ଉତ୍ସାହ । ହେଲେ ୨୦୨୨ ଭବିଷ୍ୟବାଣୀକୁ ନେଇ ଆତଙ୍କିତ ବିଶ୍ୱବାସୀ । ବୁ‌ଲଗେରିଆର ପ୍ରସିଦ୍ଧ ଜ୍ୟୋତିର୍ବିଦ ଭାନଭେଲିୟା ପାଣ୍ଡେଭା ଗୁସ୍ତେରୋଭା ଓରଫ୍ ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ ‘ଆଷ୍ଟ୍ରୋଫେମ୍‌ ଡଟ୍‌ କଅମ୍‌’ ପ୍ରକାଶ କରିଛି । ଯାହାକୁ ନେଇ ସବୁଠି ଚର୍ଚ୍ଚା ଓ ଆଲୋଚନା ।  ଛୋଟ ବେଳୁ ଦୃଷ୍ଟିଶକ୍ତି ହରାଇଥିବା ଭାଙ୍ଗା ୧୯୯୬ ମସିହାରେ ସ୍ୱର୍ଗବାସ କରିଥିଲେ ମଧ୍ୟ ତାଙ୍କ ଭବିଷ୍ୟବାଣୀ ସତ ପ୍ରମାଣିତ ହେଉଛି।

Advertisment

୨୦୨୨ ପାଇଁ ବାବା ଭାଙ୍ଗା କରିଥିବା ଭବିଷ୍ୟବାଣୀର ଗୋଟିଏ ହେଉଛି ଜଳ ସଙ୍କଟ । ନଦୀ ପ୍ରଦୂଷଣ ଯୋଗୁଁ ଆସନ୍ତା ବର୍ଷ ଜଳକଷ୍ଟ ବଢିବ। ନୂତନ ଉତ୍ସରୁ ପାଣି ପାଇବା ପାଇଁ ଅନେକ ଉପାୟ କରିବେ ଲୋକେ । ୨୦୨୨ରେ ପଙ୍ଗପାଳ ଆକ୍ରମଣ ହେବ ବୋଲି କହି ଯାଇଛନ୍ତି । ତାଙ୍କ କହିବା କଥା, ତାପମାତ୍ରା ୫୦ ଡିଗ୍ରି ସେଲିସିୟସ୍‌ ଯାଏଁ ବୃଦ୍ଧି ପାଇବା ପରେ ପଙ୍ଗପାଳ ଫସଲ ଓ କ୍ଷେତକୁ ମାଡି ଆସିବା ଯୋଗୁଁ ଅନାହାର ପଡ଼ିବ । ଏସବୁ ବାଦ ୨୦୨୨ରେ ଏଲିଅନ୍‌ମାନେ ପୃଥିବୀ ଆକ୍ରମଣ କରିବେ ବୋଲି ମଧ୍ୟ ସେ କହିଯାଇଛନ୍ତି । ଏଲିଅନ୍‌ ମାନେ ପୃଥିବୀ ପ୍ରତି ‘ଔମୁଆମୁଆ’ ନାମରେ ଗୋଟାଏ ଗ୍ରହାଣୁ ନିକ୍ଷେପ କରିବେ।

ଅନ୍ୟପଟେ ଏଯାବତ୍‌ ତୁଷାରରେ ଜମାଟ ବାନ୍ଧି ରହିଥିବା ଗୋଟାଏ ନୂଆ ମାରାତ୍ମକ ଭୂତାଣୁ ସାଇବେରିଆରୁ ଆବିଷ୍କାର ହେବ ବୋଲି ସେ କହିଛନ୍ତି ।୨୦୨୨ରେ ଅଷ୍ଟ୍ରେଲିଆ ସମେତ କେତେକ ଏସୀୟ ରାଷ୍ଟ୍ର ବନ୍ୟା ପ୍ଳାବିତ ହେବ ବୋଲି ମଧ୍ୟ ବାବା ଭନ୍‌ଗା ସତର୍କ କରାଇ ଯାଇଛନ୍ତି । ସେ ଆହୁରି ମଧ୍ୟ କହିଯାଇଛନ୍ତି ଯେ, ଲୋକେ ଅଧିକ ସମୟ ସେମାନଙ୍କ ଫୋନ୍‌ ଏବଂ ଗ୍ୟାଜେଟ୍‌ ଆଦିରେ ବ୍ୟସ୍ତ ରହିବା ହେତୁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେବ। କାରଣ, କଳ୍ପନା ଓ ବାସ୍ତବତା ମଧ୍ୟରେ ଫରକ ଜାଣି ନ ପାରି ସେମାନଙ୍କର ମତିଭ୍ରମ ଘଟିପାରେ ।

Advertisment

ସର୍ବଦା ସଠିକ୍‌ ଭବିଷ୍ୟବାଣୀ କରୁଥିବା ବାବା ଭାଙ୍ଗାଙ୍କର ୮୫ ବର୍ଷ ବୟସରେ ମୃତ୍ୟୁ ଘଟିଥିଲେ ମଧ୍ୟ ତାଙ୍କ ପୂର୍ବାନୁମାନ ସତ ହେଉଥିବା ଯୋଗୁ ସାରା ବିଶ୍ୱରେ ସେ ଏବେ ଚର୍ଚ୍ଚାରେ ରହିଛନ୍ତି ।

Baba Vanga Predictions
Advertisment
Advertisment