• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସନ୍ତାକାଲି ଅଟୋ ଚଳାଚଳ ବନ୍ଦ । ଆଜି ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଧର୍ମଘଟ ଯୋଗୁଁ ରାଜ୍ୟରେ ଅଘୋଷିତ ବନ୍ଦ ଭଳି ସ୍ଥିତି ଉପୁଜିଥିବା ବେଳେ ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ଅଟୋ ଡ୍ରାଇଭରଙ୍କ ଆନ୍ଦୋଳନ ହେବ । ସ୍ମାର୍ଟସିଟି ଅନଲାଇନ ଅଟୋ ସଂଘ ପକ୍ଷରୁ ଆନ୍ଦୋଳନ ଡକରା ଦିଆଯାଇଛି । ପ୍ରାୟ ୧୦ ହଜାର ଅଟୋ ଓ କାର ଡ୍ରାଇଭର ଏଥିରେ ସାମିଲ ହେବେ ।

ଆସନ୍ତାକାଲି ଲୋୟର ପିଏମଜି ଓ ଜନପଥରେ ଧାରଣା ଦେବ ସଂଘ । ଆଜି ଆନ୍ଦୋଳନରେ ନିଜକୁ ଅପମାନିତ ବୋଧ କରି ଆନ୍ଦୋଳନ ଧମକ ଦେଇଛି  ଅଟୋ ସଂଘ । କାରଣ ଆନ୍ଦୋଳନରେ ସାମିଲ ହୋଇ ନଥିବାରୁ ସେମାନଙ୍କୁ ଅପମାନିତ କରାଯାଇଥିଲା । 

ସେପଟେ ଆଜି ଷ୍ଟିଅରିଂ ଛାଡ଼ ଧର୍ମଘଟ ଯୋଗୁଁ ଠପ୍ ହୋଇଗଲା ଜୀବନଯାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ ଘଂଟାଘଂଟା ଧରି ଅଟକି ରହିଲେ ଯାତ୍ରୀ । କେଉଁଠି ଛାତ୍ରଛାତ୍ରୀ ଓ ଅଧ୍ୟାପକ ତ କେଉଁଠି ତୀର୍ଥଯାତ୍ରୀ, ଗାଡି ନପାଇ ହନ୍ତସନ୍ତ ହୋଇଛନ୍ତି ସମସ୍ତେ । ଜରୁରୀ କାମରେ ଘରୁ ବାହାରିଥିବା ଲୋକେ ବି ହଇରାଣ ହରକତ ହୋଇଛନ୍ତି । 

ଷ୍ଟାଣ୍ଡରେ ବସ୍ ଠିଆ ହୋଇଥିଲା, ହେଲେ ଆସିନଥିଲେ ଡ୍ରାଇଭର । ଗଡିନଥିଲା ଗାଡି। ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ଯେପରି ଅଘୋଷିତ ଓଡ଼ିଶା ବନ୍ଦ କରିଦେଇଥିଲା। ବରମୁଣ୍ଡା ବସଷ୍ଟାଣ୍ଡ ହେଉ ଅବା ସବୁଠୁ ବ୍ୟସ୍ତବହୁଳ ବାଦାମବାଡି । ପିଲା ଛୁଆଙ୍କୁ ଧରି ଯାତ୍ରୀ ଘଂଟା ଘଂଟା ଧରି ଚାତକ ପରି ଅନାଇ ରହିଥିଲେ ବସର ଗଡିବା ବାଟକୁ । ବସରେ ସେମିତି ବସି ରହିଥିଲେ ଯାତ୍ରୀ । କିଏ ଦି ଘଂଟା ତ କିଏ ୪ରୁ ୫ ଘଂଟା । ଅପେକ୍ଷା କରି କରି ବିରକ୍ତି ହୋଇ ଶେଷରେ ଘରକୁ ଫେରିଥିଲେ ।