New Year 2025 Arrives: ଆସିଲା ନୂଆବର୍ଷ ୨୦୨୫, ସ୍ୱାଗତ କଲେ ନ୍ୟୁଜିଲାଣ୍ଡବାସୀ

ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ନୂଆବର୍ଷକୁ ସ୍ୱାଗତ । ୨୦୨୪କୁ ବିଦାୟ ଦେଇ ୨୦୨୫କୁ ସ୍ୱାଗତ କଲା ଅକଲାଣ୍ଡ ।

New Year 2025

ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ନୂଆବର୍ଷକୁ ସ୍ୱାଗତ । ୨୦୨୪କୁ ବିଦାୟ ଦେଇ ୨୦୨୫କୁ ସ୍ୱାଗତ କଲା ଅକଲାଣ୍ଡ । ନୂଆବର୍ଷ ପାଇଁ ସ୍କାଏ ଟାୱାରରେ ଲାଇଟ୍ ଶୋ ହୋଇଛି । ସାରା ବିଶ୍ୱରେ ପ୍ରଥମେ ନୂଆବର୍ଷକୁ ସ୍ୱାଗତ କଲା ଅକଲାଣ୍ଡ । ଆତସବାଜି ସହ ପରସ୍ପରକୁ ଶୁଭେଚ୍ଛା ଜଣାଇ ନୂଆବର୍ଷ ପାଳୁଛନ୍ତି ନ୍ୟୁଜିଲାଣ୍ଡବାସୀ ।

ସେପଟେ ମାତ୍ର ଆଉ କେଇ ଘଣ୍ଟାର ଅପେକ୍ଷା । ଆମ ସମସ୍ତଙ୍କ ଗହଣରୁ ବିଦାୟ ନେବାକୁ ବସିଛି ବର୍ଷ ୨୦୨୪ । ଏପଟେ ପ୍ରବେଶ ଅପେକ୍ଷାରେ ନୂଆ ବର୍ଷ ୨୦୨୫ । ଆଜି ବର୍ଷର ଶେଷଦିନ । ଦେଶର ବିଭିନ୍ନ ସ୍ଥାନରୁ ଆସୁଛି ୨୦୨୪ର ଶେଷ ସୂର୍ଯ୍ୟାସ୍ତର ଚିତ୍ର । ଏହି ମନୋରମ ଦୃଶ୍ୟକୁ ଦେଖିବାକୁ ବିଭିନ୍ନ ସ୍ଥାନରେ ଲୋକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଛି ।

ସେପଟେ ଜିରୋ ନାଇଟ୍ ସେଲିବ୍ରେସନ ବେଳେ ମଦୁଆଙ୍କ ଉପରେ ସରକାରଙ୍କ ରହିବ କଡ଼ା ନଜର । ମଦ୍ୟ ପାନ ଜନିତ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସରକାରଙ୍କ ତରଫରୁ କୁହାଯାଇଛି । ଅସ୍ଥାୟୀ ବାର ଖୋଲିବା ପ୍ରକ୍ରିୟାକୁ ସଂପୂର୍ଣ୍ଣ ଭାବେ ବନ୍ଦ କହିଛନ୍ତି ସରକାର ।

ଅଧିକ ପଢ଼ନ୍ତୁ: ରାତି ପାହିଲେ ନବବର୍ଷ, ପାର୍ଟି ମୁଡ୍‌ରେ ଟୁଇନ୍ ସିଟି

ବେଆଇନ ମଦ କାରବାର ଉପରେ ଗତ ୨୭ ତାରିଖରୁ ଚଢ଼ାଉ ଚାଲିଛି । ଅନେକ ସ୍ଥାନରେ ମଦ ଜବତ କରାଯିବା ସହ ବେଆଇନ ମଦ ବେପାରୀଙ୍କୁ ଗିରଫ ମଧ୍ୟ କରିଛି ଅବକାରୀ ଟିମ୍ । ପୂରା ଓଡ଼ିଶାରେ ପୋଲିସ, ଅବକାରୀ ବିଭାଗ ମିଳିତ ଭାବେ ଏହି ପ୍ରକ୍ରିୟା ଚଳାଇଛନ୍ତି । ନୂଆ ବର୍ଷରେ ବେଆଇନ ମଦ କାରବାର ସଂପୂର୍ଣ୍ଣ ବନ୍ଦ ପାଇଁ ଆହୁରି କଠୋର ହେବେ ରାଜ୍ୟ ସରକାର ।

ପ୍ରତି ଜିଲ୍ଲାରେ ରହିବେ ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ । ଜିଲ୍ଲାରେ କୌଣସି ଜାଗାରେ ଯେମିତି ଚୋରା ମଦ ବିକ୍ରି ନହେବ, ତାହାର ଟାର୍ଗେଟ ନେଇ ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟ କରିବ । ଆଜି ବର୍ଷର ଶେଷଦିନ । ଆଉ କେଇ ଘଣ୍ଟାପରେ ୨୦୨୪କୁ ବିଦାୟ ଦେଇ ପାଦ ଥାପିବ ୨୦୨୫ । ଆଜି ରାତି ୧୨ରେ ହେବ ଜିରୋ ନାଇଟ୍ ସେଲିବ୍ରେସନ୍ । ଏନେଇ ପାର୍ଟି ମୁଡ୍‌ରେ ସମସ୍ତେ । ନୂଆବର୍ଷକୁ ସ୍ୱାଗତ କରିବାକୁ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଚାରିଆଡେ ପ୍ରସ୍ତୁତି ଜୋରଦାର ।

ଟୁଇନ୍ ସିଟିରେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ବ୍ୟାପକ ବ୍ୟବସ୍ଥା କରିଛି । ଜିରୋ ନାଇଟ୍ ବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଥିବା ପୋଲିସ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ଅଭିଯାନକୁ ଜୋରଦାର କରିବ । ବାର, ପବ୍ ଓ ହୋଟେଲରେ କଡ଼ାକଡ଼ି ହେବ ଚେକିଂ । ଆଜି ସନ୍ଧ୍ୟାରୁ ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରାଯିବ ।

ଅଧିକ ପଢ଼ନ୍ତୁ: ଆଖି ସାମ୍ନାରେ ଜଳୁଥିଲେ ଆପଣାର ଲୋକ, ହେଲେ ପାଖକୁ ଯିବାକୁ ମିଳୁନଥିଲା ଅନୁମତି