Advertisment

ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ୨୫ ପିଲା ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଭଦ୍ରକ ବଡ଼ ଶଙ୍କରପୁର ଉର୍ଦ୍ଦୁ ୟୁଜିଏମଇ ସ୍କୁଲରୁ ଆସିଛି ଅଭିଯୋଗ । ଭଦ୍ରକ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ଅସୁସ୍ଥ ୨୫ରୁ ଅଧିକ ପିଲା ।

ଅଦ୍ୟତନ ହୋଇଛି
Lizard Found in Mid Day Meal In Odisha

Mid Day Meal

Advertisment

ପିଲାଙ୍କ ମଧ୍ୟାହ୍ନ ଭୋଜନରେ ଝିଟିପିଟି। ଆଉ ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ୨୫ରୁ ଅଧିକ ପିଲା ଅସୁସ୍ଥ ହୋଇଥିବା ଅଭିଯୋଗ। ଅଭିଯୋଗ ଆସିଛି, ଭଦ୍ରକ ବଡ଼ ଶଙ୍କରପୁରର ଏକ ଉର୍ଦ୍ଦୁ UGME ସ୍କୁଲରୁ। ମିଳିଥିବା ସୂଚନା ଅନୁଯାୟୀ, ସ୍କୁଲର ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଦାମୋଦର ଜୀଉ ସେବାୟତନ ପକ୍ଷରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଦିଆଯାଇଥିଲା।

Advertisment

କିଛି ପିଲା ଖାଇବା ପରେ ଖାଦ୍ୟରେ ଝିଟିପିଟି ଥିବା ଦେଖିଥିଲେ ଏବଂ ସେହି ଝିଟିପିଟି ଥିବା ଖାଦ୍ୟ ଖାଇଥିବାରୁ ଜଣଙ୍କ ପରେ ଜଣେ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ପିଲାଙ୍କୁ ବାନ୍ତି ଓ ମୁଣ୍ଡ ବୁଲାଇ ଦେହ ଅସୁସ୍ଥ ଲାଗିଥିବା ଅଭିଯୋଗ କରିଛନ୍ତି ଅଭିଭାବକମାନେ। ଏହାପରେ ଆମ୍ବୁଲାନ୍ସରେ ଅସୁସ୍ଥ ପିଲାଙ୍କୁ ନେଇ ଭଦ୍ରକ MCHରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ପିଲା ଭଦ୍ରକ ମେଡିକାଲର ଶିଶୁ ବିଭାଗରେ ଚିକିତ୍ସାଧିନ ଅଛନ୍ତି। ସେମାନଙ୍କ ଅବସ୍ଥା ଏବେ ସୁସ୍ଥ ଥିବା ଜଣାଯାଇଛି। ଖବର ପାଇ ଭଦ୍ରକ ବ୍ଲକ ଶିକ୍ଷାଧିକାରୀ ଡାକ୍ତରଖାନା ଯାଇ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି। ତେବେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଦାମୋଦର ଜୀଉ ସେବାୟତନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment
Mid-day Meal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ