Advertisment

ଦିନେ କେହି ଆଡ଼ ଆଖିରେ ଚାହୁଁ ନଥିଲେ, ଆଜି ନୂଆ ରୂପ ନେବାକୁ ଯାଉଛି ୨୦୦ ବର୍ଷ ପୂର୍ବର ଡିଗି ପୋଖରୀ

ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା ପୋଖରୀ ଏବେ ହେବାକୁ ଯାଉଛି ପଦ୍ମ ପୋଖରୀ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଥିବା ପ୍ରାୟ ୨୦୦ ବର୍ଷ ପୂର୍ବର ଐତିହାସିକ ଡିଗି ପୋଖରୀ ଏବେ ନୂଆ ରୂପ ନେବାକୁ ଯାଉଛି।

ଅଦ୍ୟତନ ହୋଇଛି
200 Year Old Pond Renovated In Odisha's Bhadrak

200-year-old pond renovated in Odisha's Bhadrak

Advertisment

ଗାଁ ନାଁ ପଦ୍ମପୋଖରୀ, ପୋଖରୀ ନାଁ ଡିଗି...ତା’ରି ଭିତରେ ଫୁଟିଛି ଶହ ଶହ ପଦ୍ମ ଆଉ କଇଁ। ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା ପୋଖରୀ ଏବେ ହେବାକୁ ଯାଉଛି ପଦ୍ମ ପୋଖରୀ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଥିବା ପ୍ରାୟ ୨୦୦ ବର୍ଷ ପୂର୍ବର ଐତିହାସିକ ଡିଗି ପୋଖରୀ ଏବେ ନୂଆ ରୂପ ନେବାକୁ ଯାଉଛି। ଦିନେ ଯେଉଁ ପୋଖରୀ କାହା କାମରେ ଲାଗୁ ନ ଥିଲା, ଆଜି ସେ ପୋଖରୀ ପଦ୍ମ ଓ କଇଁରେ ହସି ଉଠୁଛି। ପୋଖରୀ ଅବହେଳିତ ହୋଇ ପଡ଼ିଥିବା ନେଇ ଓଟିଭିରେ ଖବର ପ୍ରସାରଣ ପରେ ପ୍ରଶାସନ ଚେତିଥିଲା।

Advertisment

ଡିଗି ପୋଖରୀକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। କାରଣ ୨ ବର୍ଷ ପୂର୍ବେ ଏହି ପୋଖରୀ ବଣବୁଦା ଅନାବନା ଦଳରେ ଭର୍ତ୍ତି ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲା। ନା ଏହି ପୋଖରୀକୁ କେହି ଆସୁଥିଲେ ନା ପାଖ ଜମିରେ ପାଣି ମନ୍ଦେ ମାଡ଼ି ପାରୁଥିଲା। ୨୦୦ ବର୍ଷର ପୁରୁଣା ପୋଖରୀ ହୋଇ ବି କେହି ଏହାକୁ ଆଡ଼ ଆଖିରେ ଚାହୁଁ ନ ଥିଲେ। ହେଲେ ୨ ବର୍ଷ ପୂର୍ବେ ଓଟିଭିରେ ଏନେଇ ଖବର ପ୍ରସାରଣ ପରେ ପ୍ରଶାସନ ଚେତିଥିଲା। ଜିଲ୍ଲା ଓ ବ୍ଲକ ପ୍ରଶାସନର ପ୍ରଚେଷ୍ଟାରେ ଆଜି ଏହା ବଦଳିଛି। ଏହାର ରୂପରଙ୍ଗ ପାଣିରେ ଖେଳୁଛି ପଦ୍ମ ଓ କଇଁ।

ଅଧିକ ପଢ଼ନ୍ତୁ: ଉଠିଲା ବାସନ୍ଦ; ପୁଣି ସ୍କୁଲ ଗଲେ, ଏକାଠି ବସିଲେ

ଏବେ ଏହି ପୋଖରୀ ଆଉ ପରିତ୍ୟକ୍ତ ଅବସ୍ଥାରେ ନାହିଁ ବରଂ ଏଠି ଫୁଟିଛି କଇଁ ଓ ପଦ୍ମ। ପୋଖରୀ ପାଖକୁ ଲାଗି ଏକ ଗ୍ରାମ୍ୟ ପାର୍କ ମଧ୍ୟ ତିଆରି ହୋଇଛି। ପୂର୍ବରୁ ଯେଉଁଠିକୁ କେହି ଆସୁ ନ ଥିଲେ, ଆଜି ସେଠିକୁ ସମସ୍ତେ ଆସୁଛନ୍ତି। ଏନେଇ ଲୋକେ ଓଟିଭିକୁ ଧନ୍ୟବାଦ ଦେବା ସହ ବାକି କାମ ତୁରନ୍ତ ସାରିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି।

Advertisment

ବର୍ତ୍ତମାନ ସୁଦ୍ଧା ଏହି ପୋଖରୀ ଏବଂ ପାର୍କର ବିକାଶ ପାଇଁ ୮୦ ଲକ୍ଷ ଟଙ୍କା ଆସି ସାରିଛି। ପୋଖରୀ ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ, ପାଚେରୀ ନିର୍ମାଣ, ବୃକ୍ଷରୋପଣ ଆଦି ଏକାଧିକ କାମ ଚାଲୁ ରହିଛି। ଆଗାମୀ ଦିନରେ ଏଠାରେ କୁନିକୁନି ପିଲାଙ୍କ ପାଇଁ ପାର୍କ, ପିଇବା ପାଣି ବ୍ୟବସ୍ଥା, ଶୌଚାଳୟ ସାଙ୍ଗକୁ ଫୁଡ୍ କୋର୍ଟ ବ୍ୟବସ୍ଥା ପାଇଁ ମଧ୍ୟ ଯୋଜନା ରହିଛି। ଏଥିପାଇଁ ଆହୁରି ଦୁଇ କୋଟି ଟଙ୍କାର ପ୍ରସ୍ତାବ ଦିଆ ହୋଇଛି ବୋଲି ଧାମନଗର ବ୍ଲକ୍ ପୁର୍ବତନ ଅଧ୍ୟକ୍ଷ ଅଶୋକ ନାୟକ କହିଛନ୍ତି।    

ବ୍ୟବସ୍ଥାର ବାଟମାରଣ ନ ହୋଇ ଯବି ସବୁ ଅର୍ଥ ଠିକ୍ ଠାକ୍‌ରେ ଖର୍ଚ୍ଚ ହୁଏ ଆଉ ଯୋଜନା ଅନୁସାରେ ନିର୍ଦ୍ଧାରିତ ସମୟରେ କାମ ସରେ ତା’ହେଲେ ଦିନେ ଅବହେଳିତ ହୋଇ ପଡ଼ି ରହିଥିବା ଐତିହାସିକ ଡିଗି ପୋଖୋରୀ ସୁନ୍ଦର ଏକ ପଦ୍ମପୋଖରୀ ହୋଇଯିବ।

Advertisment

(ରିପୋର୍ଟ-ସୌମ୍ୟ ରଞ୍ଜନ ସାହୁ, ଭଦ୍ରକ)

OTV Impact Pond
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ