• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନା ପରଦା ପଡ଼ିଛି, ନା କବାଟ ଅଛି, ମଝିରେ କାନ୍ଥ ବି ନାହିଁ । ଗୋଟିଏ କୋଠରୀରେ ହିଁ ଦୁଇଟି ଟୟଲେଟ୍‌ ସିଟ୍‌ ଲାଗିଛି । ଗାଁ ମୁଖିଆ ଓ ସେକ୍ରେଟାରରି ମିଶି ୧୦ ଲକ୍ଷ ଟଙ୍କା ଖର୍ଚ୍ଚରେ ପାଇଖାନା ତିଆରି କରିଛନ୍ତି । ହେଲେ ଦୁଃଖର କଥା ଲୋକେ ଏହାକୁ ବ୍ୟବହାର କରିପାରୁ ନାହାନ୍ତି । ପାଇଖାନାକୁ ବ୍ୟବହାର କିପରି କରିବେ, ସେନେଇ ଲୋକେ ଦ୍ୱନ୍ଦରେ ପଡ଼ିଛନ୍ତି । ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ ଏଭଳି ଏକ ପାଇଖାନା ଘରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ବସ୍ତି ଜିଲ୍ଲାର ୨୦ କିଲୋମିଟର ଦୂର କୁଦରହା ବ୍ଲକର ଗୌରାଧୁନ୍ଦା ଗାଁ । ଏହି ଗାଁରେ ତିଆରି ହୋଇଥିବା ଏକ ପାଇଖାନା ଦେଖି ପଞ୍ଚାୟତ ରାଜ ଅଧିକାରୀଙ୍କ ଅକଲ ଗୁଡୁମ୍‌ । ପାଇଖାନାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହେବା ସହ ଅଭିଯୁକ୍ତ ନାମରେ ନୋଟିସ୍‌ ଜାରି କରିଛନ୍ତି । ଗାଁର ମୁଖିଆ ଓ ସେକ୍ରେଟେରି ମିଶି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ପାଇଖାନାକୁ ତିଆରି କରାଇଛନ୍ତି । ଗୋଟିଏ ଘର ଭିତରେ ୨ଟି ଟୟଲେଟ୍ ସିଟ ପାଖକୁ ପାଖ ଲାଗିକି ରହିଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ତ ହେଲା, ହେଲେ ପାଇଖାନାକୁ କେହି ବ୍ୟବହାର କରି ପାରୁନାହାନ୍ତି ।

ଅଧିକ ପଢ଼ନ୍ତୁ: ସୁନା ଅଣ୍ଡାଦିଆ କୁକୁଡା; ଗୋଟାକୁ ୫୦ ହଜାର ଟଙ୍କା

ତେବେ ଏହି ଘଟଣା ଜଣାପଡ଼ିବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ପାଇଖାନା ତିଆରି କରାଯାଇଥିବା ଦୁଇ ଜଣଙ୍କ ନିକଟକୁ ଏକ ନୋଟିସ୍‌ ଜାରି କରାଯାଇଛି । ଏହା ସହ ତୁରନ୍ତ ପାଇଖାନାକୁ ବ୍ୟବହାରଯୋଗ୍ୟ  କରିବାକୁ ନିର୍ଦ୍ଦେଶ ବି ଦିଆଯାଇଛି । ରିପୋର୍ଟ ମିଳିବା ପରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି ।