/odishatv-khabar/media/post_attachments/uploadimage/library/16_9/16_9_0/death_1702188963.jpg)
death
ସୁବର୍ଣ୍ଣପୁର ଉଲୁଣ୍ଡା ରେଞ୍ଜ ହାତିଲିମୁଣ୍ଡା ଜଙ୍ଗଲରେ ଅଭାବନୀୟ ଘଟଣା । ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ଶିଶୁ ମୃତ । ବିଦ୍ୟୁତ୍ ଆଘାତରେ ଆସି ସଂପର୍କରେ ପୁଅ ଓ ପୁତୁରାର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ମୃତ ଦୁଇ ନାବାଳକ ହେଲେ ସିଂହପାଲି ଗାଁର ନବୀନ ଡୁଙ୍ଗଡୁଙ୍ଗଙ୍କ ପୁଅ ଜିତ ଏବଂ ପୁତୁରା ରମେଶ ।
Advertisment
ଗତକାଲି ରାତିରେ ଘଟିଛି ଏହି ଅଘଟଣ । ଗାଁ ପାଖ ହାତିଲିମୁଣ୍ଡା ଜଙ୍ଗଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାରରେ ଉଭୟ ନାବାଳକ ଲାଗିଯାଇଥିଲେ l ପାଖରେ ଥିବା ନବୀନ ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇ ଆହତ ହୋଇଛନ୍ତି । ଆହତ ନବୀନ ଉଲୁଣ୍ଡା ଡାକ୍ତରଖାନରେ ଚିକିତ୍ସାଧୀନ ଅଛନ୍ତି । ସେପଟେ ଦୁଇ ନାବାଳକଙ୍କ ମୃତଦେହକୁ ଜବତ କରି ଉଲୁଣ୍ଡା ପୋଲିସ ତଦନ୍ତ ଆରମ୍ଭ କରିଛି ।
ତେବେ କେଉଁ ଭଳି ପରିସ୍ଥିତିରେ ଏଭଳି ଏକ ଅଘଟଣ ଘଟିଲା, ତାହା ତଦନ୍ତ ପରେ ଜଣାପଡିବ ବୋଲି ଉଭୟ ବନ ବିଭାଗ ଓ ପୋଲିସ ସୂଚନା ଦେଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)