ସୀମା ବିବାଦକୁ ନେଇ ଉତ୍ତେଜନା : ୪୮ ଘଣ୍ଟିଆ ୧୪୪ ଧାରା ଜାରି

ଭଦ୍ରକ-କେନ୍ଦୁଝର ସୀମା ଆପଣ୍ଡା ଛକରେ ଦୁଇ ଦିନ ପାଇଁ ୧୪୪ ଧାରା ଜାରି କରିଛି ପ୍ରଶାସନ

144 Imposed

ସୀମା ବିବାଦରୁ ତୁମୁଳ କାଣ୍ଡ ପରେ ୧୪୪ ଧାରି ଜାରି । ଭଦ୍ରକ-କେନ୍ଦୁଝର ସୀମା ଆପଣ୍ଡା ଛକରେ ଦୁଇ ଦିନ ପାଇଁ ୧୪୪ ଧାରା ଜାରି କରିଛି ପ୍ରଶାସନ । ଆପଣ୍ଡା ଛକ ଏବଂ ଏହାର ୨ଶହ ମିଟର ଅଂଚଳରେ ଆଜି ଦିନ ୧୧ଟାରୁ ୧୮ ତାରିଖ ଦିନ ୧୧ଟା ଯାଏଁ ୧୪୪ ଧାରା ବଳବତ୍ତର ରହିବ ।

ଗତକାଲି ଆପଣ୍ଡା ଛକରେ ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା । କିଛି ଦୋକାନ ଭଙ୍ଗାରୁଜା ହେବା ସହ କାର୍ ଏବଂ ବାଇକ୍ ପୋଡ଼ାଜଳା ହୋଇଥିଲା । ଏହାପରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।

ମିଳିଥିବା ସୂଚନା ଅନୁଯାୟୀ, ଓରାଳି ଛକଟି ପୂର୍ବରୁ ଆନନ୍ଦପୁର ଅଧିନରେ ଯାଉଥିବା ବେଳେ ସୀମା ନିର୍ଦ୍ଧାରଣ ବେଳେ ଏହା ଭଦ୍ରକ ଜିଲ୍ଲା ଅଧିନରେ ଥିବା ଜଣାପଡିଛି । ତେବେ ଏହି ସୀମା ନିର୍ଦ୍ଧାରଣକୁ ଉଭୟ ପକ୍ଷ ନିଜର ବୋଲି ଦାବି କରିବା ସହ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।