• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ରାଜ୍ୟ ସରକାର ଓ ବସ୍ ମାଲିକ ସଂଘ ମଧ୍ୟରେ ଆଲୋଚନା ହୋଇଛି । ଧର୍ମଘଟ ସ୍ଥଗିତ ରଖାଯାଇଛି କିନ୍ତୁ ପ୍ରତ୍ୟାହୃତ ହୋଇନାହିଁ ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ସରକାରଙ୍କ ସହ ହୋଇଥିବା ଆଲୋଚନା ସଫଳ ନୁହେଁ କି ବିଫଳ ନୁହେଁ । ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରହିଛି । ୩୦ରେ ସଂଘର ସାଧାରଣ ପରିଷଦ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ ।

ସେପଟେ ଏନେଇ ଆଲୋଚନା ପରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ପ୍ରତିକ୍ରିୟା ରଖିଛନ୍ତି । କମିଟି ମାଧ୍ୟମରେ ୩୦ ତାରିଖ ସୁଦ୍ଧା ବସ୍ ମାଲିକ ସଂଘ ସେମାନଙ୍କ ପ୍ରସ୍ତାବ ଦେବେ । ଏବେ ଆଉ କୌଣସି ଆନ୍ଦୋଳନ କରାଯିବନି ଆଲୋଚନା ମାଧ୍ୟମରେ ସମାଧାନ ହେବ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଆଉ ତାଙ୍କ ନିଷ୍ପତ୍ତିକୁ ସବୁବେଳେ ଓଡ଼ିଶାବାସୀ ଗ୍ରହଣ କରିଛନ୍ତି । ଯେଉଁଠି ବସ୍ ଚାଲୁନଥିଲା ସେଠି ବସ୍ ଚଳାଚଳ କରାଯାଉଥିବାରୁ ବିଶେଷ କିଛି ଅସୁବିଧା ହେବ ନାହିଁ । ଯେଉଁ ସ୍ଥାନରେ ପରିବହନ ସୁବିଧା ନାହିଁ ସେଠାରେ ପ୍ରଥମ ପର୍ଯ୍ୟାୟରେ ଲକ୍ଷ୍ମୀ ବସ୍‌ ଚଳାଇବା ପାଇଁ ନିଷ୍ପତ୍ତି ହୋଇଛି ।

ସୂଚନାଯୋଗ୍ୟ ଆଲୋଚନା ବେଳେ ବାଲେଶ୍ୱର ବସ୍ ମାଲିକ ସଂଘକୁ ସାଙ୍ଗ କରିନଥିଲା ରାଜ୍ୟ ବସ୍ ମାଲିକ ସଂଘ । ବୈଠକରେ ଯୋଗଦେବାକୁ ଯାଇଥିବା ବାଲେଶ୍ୱର ସଂଘକୁ ବିରୋଧ କରାଯାଇଥିଲା । ଫଳରେ ବୈଠକରେ ଯୋଗ ନଦେଇ ଫେରି ଯାଇଥିଲେ ବାଲେଶ୍ୱର ସଂଘ ସଭାପତି । ବୈଠକରୁ ଫେରିବା ପରେ ବାଲେଶ୍ୱର ସଂଘ ସଭାପତି ବାଦଲ ଦାସ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ଲକ୍ଷ୍ମୀ ବସ୍‌ ଯୋଜନାକୁ ବାଲେଶ୍ୱର ବସ୍‌ ମାଲିକ ସଂଘ ସମର୍ଥନ କରୁଛି । ଲୋକଙ୍କ ସ୍ୱାର୍ଥକୁ ବିରୋଧ କରୁଥିବା ରାଜ୍ୟ ସଂଘକୁ ସମର୍ଥନ ଦେବୁନି ’ ।