Advertisment

ମେ’ରେ ମରିଯିବ କି ମହାନଦୀ ? ୬୦ ବର୍ଷରେ ସର୍ବନିମ୍ନ ଜଳସ୍ତର ରେକର୍ଡ

୪ ଦିନରେ ହୀରାକୁଦରେ କମିଲାଣି ଏକ ଫୁଟ୍ ଜଳସ୍ତର

author-image
Prangyan Parimita
ଅଦ୍ୟତନ ହୋଇଛି
undefined

Mahanadi River

ସଙ୍କଟଜନକ ସ୍ଥିତିରେ ମହାନଦୀ । ହୀରାକୁଦ ଇତିହାସରେ ପ୍ରଥମ ଥର ପାଇଁ ସର୍ବନିମ୍ନ ଜଳସ୍ତର ରେକର୍ଡ। ଏମିତି ସ୍ଥିତି ପଛରେ ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଛନ୍ତି ବିରୋଧୀ। ୪ ଦିନ ଭିତରେ ଜଳସ୍ତର ୧ ଫୁଟ୍ କମିଥିବା କହି, ବର୍ତ୍ତମାନ ହାରରେ ଜଳସ୍ତର କମିଲେ ମେ ଶେଷରେ ମହାନଦୀ ପୁରା ଶୁଖି ଯାଇପାରେ ବୋଲି କହିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜେପି ଓ କଂଗ୍ରେସ ମଧ୍ୟ ଏଭଳି ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଅନ୍ୟପଟେ ଆଜି ଟ୍ରିବୁନାଲ ଶୁଣାଣି କରି ମେ ମାସ ସୁଦ୍ଧା ଛତିଶଗଡ ଏବଂ ଓଡ଼ିଶା କ୍ଷେତ୍ର ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।....

Advertisment

ହୀରାକୁଦ ଇତିହାସରେ ଏମିତି ସଙ୍କଟ ପ୍ରଥମ କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ତଥ୍ୟ ରଖି କହିଛନ୍ତି, ୪ ଦିନ ତଳେ ହୀରାକୁଦର ଜଳସ୍ତର ୬୧୭.୧୫ ଫୁଟ୍ ଥିଲା, ଆଉ ଆଜି ଜଳସ୍ତର ୬୧୬. ୬୯ ଫୁଟ୍ ରହିଛି। କିନ୍ତୁ ଗତବର୍ଷ ଏହି ସମୟରେ ୬୨୧.୫ ଫୁଟ୍ ଥିଲା। ଆଉ ଯଦି ଏହି ହାରରେ ଜଳ ସ୍ତର କମେ ମେ ଶେଷ ଆଡକୁ ଜଳସ୍ତର ୬୦୦ ଫୁଟକୁ ଖସି ଆସିବ।

ସେମିତି ସ୍ଥିତି ହେଲେ ପାନୀୟ ଜଳ ସହ ଚାଷ ପାଇଁ ପାଣିର ଉତ୍କଟ ସମସ୍ୟା ଦେଖାଯିବ। ଜଳ ବିଦ୍ୟୁତ ଉତ୍ପାଦନ ସଂପୂର୍ଣ୍ଣ ଠପ୍ ହୋଇଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବିଜୟ ମହାପାତ୍ର। ଏହା ସହ ପ୍ରଶ୍ନ ଉଠାଇଛନ୍ତି ଡିସେମ୍ବରରୁ ଏମିତି ସ୍ଥିତିର ଖବର ଥାଇ ମଧ୍ୟ କାହିଁକି ସରକାର କୌଣସି ପଦକ୍ଷେପ ନେଲେ ନାହିଁ। ମହାନଦୀ ଟ୍ରିବୁନାଲକୁ ୫ ବର୍ଷ ଭିତରେ କାହିଁକି ସରକାର ଇବ, ଅଙ୍ଗ ପ୍ରକଳ୍ପ ସହ ତଳମୁଣ୍ଡରେ ବ୍ୟାରେଜ ନିର୍ମାଣ କଲେନି? ସେହିପରି ବିରୋଧୀ ଏହି ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି ଶାସକ ଦଳକୁ।

Advertisment

ଟ୍ରିବୁନାଲକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଆଜି ଦିଲ୍ଲୀରେ ମାମଲାର ଶୁଣାଣି ହୋଇଛି। ଦୁଇଟି ପର୍ଯ୍ୟାୟରେ କ୍ଷେତ୍ର ପରିଦର୍ଶନ କରିବେ ମହାନଦୀ ଟ୍ରିବୁନାଲ ଟିମ୍। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୭ରୁ ୨୧ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୯ରୁ ମେ ୩ ପର୍ଯ୍ୟନ୍ତ ଉପର ମୁଣ୍ଡରୁ କଲମା ବ୍ୟାରେଜ ଯାଏଁ ପରିଦର୍ଶନ କରିବେ। ଛତିଶଗଡ ଗସ୍ତ ସରିଲେ ଓଡିଶା ଅଞ୍ଚଳ ପରିଦର୍ଶନ ପାଇଁ ନିଷ୍ପତ୍ତି ହୋଇଛି। ମେ ମାସ ସୁଦ୍ଧା ଏହି ଗସ୍ତ ସାରିବାକୁ ନିର୍ଦ୍ଦେଶ ରହିଛି।

ମହାନଦୀ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୋସନ ଆଣିବା ପରେ ରୁଲିଂ ଦେଇଥିଲେ ବାଚସ୍ପତି। ଏବେ ଦେଖିବାର କଥା ଏ ସଂପର୍କରେ ଗୃହରେ କଣ ଉତ୍ତର ଦେଉଛନ୍ତି ଜଳ ସଂପଦ ମନ୍ତ୍ରୀ।...

Mahanadi BJP Hirakud Dam
Advertisment
Advertisment