Advertisment

ସଂସାର ଉଜାଡୁଛି ତମାଖୁ ରାକ୍ଷସ, ପ୍ରତିବର୍ଷ ନେଉଛି ୧୩ ଲକ୍ଷ ଜୀବନ

ତମାଖୁ ରାକ୍ଷସ । କାହାର ସ୍ବପ୍ନ ଉଜାଡ଼ୁଛି ତ’ କାହା ସଂସାର । କିଏ ନିଜେ ରୋଗ ଯନ୍ତ୍ରଣାରେ ଛଟପଟ...ତ’ କାହା ପାଇଁ ଦୁଃଖରେ ସଢୁଛି ପୂରା ପରିବାର । ତମାଖୁ ସେବନ ଯୋଗୁଁ ପ୍ରତିବର୍ଷ ଦେଶରେ ଚାଲିଯାଉଛି ୧୩ ଲକ୍ଷରୁ ଅଧିକ ଜୀବନ । ଆମ ରାଜ୍ୟରେ ତମାଖୁ ବିକ୍ରିରେ ପ୍ରତିବନ୍ଧକ ସତ୍ତ୍ବେ ମହିଳାଙ୍କ ଦ୍ବାରା ତମାଖୁ ସେବନ ବଢ଼ିଚାଲିଛି ।

ଅଦ୍ୟତନ ହୋଇଛି
No Tobacco Day 2025

No Tobacco Day 2025

Advertisment

ବିଡି, ସିଗାରେଟ୍, ଗୁଟ୍‌ଖା । କାହାକୁ କର୍କଟ ରୋଗୀ ବନାଇ ବାକଶୂନ୍ୟ କରିଦେଉଛି ତ’ ଆଉ କାହାର ସଂସାରକୁ ଉଜାଡ଼ି ଦେଉଛି । ତମାଖୁ ସେବନ ଯୋଗୁଁ ପ୍ରତିବର୍ଷ ଦେଶରେ ଚାଲିଯାଉଛି ୧୩ ଲକ୍ଷରୁ ଅଧିକ ଜୀବନ । ଉଦବେଗର କଥା ହେଉଛି ଆମ ରାଜ୍ୟରେ ତମାଖୁ ବିକ୍ରିରେ ପ୍ରତିବନ୍ଧକ ସତ୍ତ୍ବେ ମହିଳାଙ୍କ ଦ୍ବାରା ତମାଖୁ ସେବନ ବଢ଼ିଚାଲିଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ରୋକିବା ଲାଗି ନୂଆ ଅବକାରୀ ନୀତି ଅଣାଯିବ ବୋଲି ସୂଚନା ଦେଇଛନ୍ତି । 

Advertisment

ତମାଖୁ ରାକ୍ଷସ । କାହାର ସ୍ବପ୍ନ ଉଜାଡ଼ୁଛି ତ’ କାହା ସଂସାର । କିଏ ନିଜେ ରୋଗ ଯନ୍ତ୍ରଣାରେ ଛଟପଟ...ତ’ କାହା ପାଇଁ ଦୁଃଖରେ ସଢୁଛି ପୂରା ପରିବାର। ଗୁଟ୍‌ଖା ଓ ସିଗାରେଟ୍ ପ୍ୟାକେଟର ଏହି ବିଭତ୍ସ ଛବିଗୁଡ଼ିକୁ ଦିନେ ଦେଖି ବି ଅଣଦେଖା କରିଦେଇଥିଲେ ମୟୂରଭଞ୍ଜ ଜିଲ୍ଲା ଦିଘିର ଶାମୁ ହାଁସଦା । ଯାହାର ପରିଣାମ, ଏବେ ତାଙ୍କ ଚେହେରାରୁ ଜଳଜଳ ଦିଶୁଛି । ପତ୍ନୀଙ୍କ ଲକ୍ଷେ ବାରଣ ସତ୍ତ୍ବେ ବିଡି, ସିଗାରେଟ୍ ଓ ଗୁଟ୍‌ଖା ଖାଇବା ବନ୍ଦ କରିନଥିଲେ ଶାମୁ । ଏବେ ମୁଖ ଗହ୍ବର କ୍ୟାନସରରେ ପୀଡ଼ିତ । ନା କିଛି ଖାଇ ପାରୁଛନ୍ତି, ନା କଥା କହି ପାରୁଛନ୍ତି। କେବଳ ଶାମୁ ହାଁସଦା ନୁହନ୍ତି, ଗୁଟ୍‌ଖା ଖାଇ କ୍ୟାନସର କବଳରେ ପଡ଼ିଛନ୍ତି ପାରାଦୀପର ସୁଶୀଲ ରାଉତ ଓ ବ୍ରହ୍ମପୁରର ଦେବାନନ୍ଦ ଦାଶ । ସର୍ବସ୍ବାନ୍ତ ହୋଇ ବୁଦ୍ଧି ଶିଖିବା ପରେ ଏବେ ଗୁଟ୍‌ଖା ନ ଖାଇବାକୁ ସମସ୍ତଙ୍କୁ ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା । 

ଅଧିକ ପଢନ୍ତୁ: 'ଭାରତ ଇତିହାସର ସବୁଠୁ ବଡ଼ ଅପରେସନ 'ସିନ୍ଦୂର', ଏହା ନାରୀଶକ୍ତିର ପ୍ରତୀକ' 

Advertisment

ଗୁଟ୍‌ଖା ସେବନର ଏ ଭୟାବହତା ବିଷୟରେ ଲୋକଙ୍କୁ ସଚେତନ କରାଇବାକୁ ଆଜି ସାରା ବିଶ୍ବ ପାଳୁଛି ୱାର୍ଲ୍ଡ ନୋ ଟବାକୋ ଡେ’ । ଚଳିତ ବର୍ଷର ଥିମ୍ ରହିଛି, ଅନ୍ ମାସ୍କିଂ ଦି ଅପିଲ୍: ଏକ୍ସପୋଜିଂ ଇଣ୍ଡଷ୍ଟ୍ରି ଟାକ୍ଟିକ୍ସ ଅନ୍ ଟବାକୋ ଆଣ୍ଡ ନିକୋଟିନ୍ ପ୍ରଡକ୍ଟସ । ତମାଖୁ ସେବନ ଯୋଗୁଁ ଦେଶରେ ପ୍ରତିବର୍ଷ ପ୍ରାୟ ସାଢ଼େ ୧୩ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ଓଡ଼ିଶାରେ ଯଦିଓ ତମାଖୁ ଜନିତ ମୃତ୍ୟୁ ନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ, ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ ରିପୋର୍ଟ କହୁଛି, ଆମ ରାଜ୍ୟରେ ପୁରୁଷଙ୍କ ତମାଖୁ ସେବନ କମୁଥିବା ବେଳେ ମହିଳାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । 

ଏନ୍ଏଫ୍ଏଚ୍ଏସ୍-୪ ଅନୁଯାୟୀ, ରାଜ୍ୟରେ ୫୫.୯ ପ୍ରତିଶତ ପୁରୁଷ ତମାଖୁ ସେବନ କରୁଥିବା ବେଳେ ଏନ୍ଏଫ୍ଏଚ୍ଏସ୍-୫ରେ ଏହି ସଂଖ୍ୟା ୫୧.୬ ପ୍ରତିଶତକୁ ଖସିଛି। ହେଲେ ମହିଳାଙ୍କ ଦ୍ବାରା ତମାଖୁ ସେବନ ଏନ୍ଏଫ୍ଏଚ୍ଏସ୍-୪ର ୧୭.୩ ପ୍ରତିଶତ ତୁଳନାରେ ଏନ୍ଏଫ୍ଏଚ୍ଏସ୍-୫ରେ ୨୬ ପ୍ରତିଶତକୁ ବଢ଼ିଛି । ୨୦୧୩ରୁ ଓଡ଼ିଶା ତମାଖୁ ବିକ୍ରିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଥିବା ବେଳେ ତମାଖୁ କମ୍ପାନିଗୁଡ଼ିକ ଭ୍ରମାତ୍ମକ ପନ୍ଥା ଆପଣାଇ ଆଇନର ଗଳାବାଟ ଦେଇ ବଜାରରେ ତମାଖୁ ବିକ୍ରି କରୁଛନ୍ତି। ଏହାକୁ ରୋକିବା ଦିଗରେ ବିଭିନ୍ନ ବିଭାଗର ସହଯୋଗ ନେଉଛି ସ୍ବାସ୍ଥ୍ୟ ବିଭାଗ । ଆଗାମୀ ଦିନରେ ସଚେତନତା ତଥା ତମାଖୁ ବିରୋଧୀ କାର୍ଯ୍ୟାନୁଷ୍ଠାନକୁ ଆହୁରି କଡ଼ାକଡ଼ି କରାଯାଇ ଯୁବପିଢ଼ିଙ୍କୁ ତମାଖୁ ରାକ୍ଷସ କବଳରୁ ମୁକୁଳାଯିବ ବୋଲି ଚେତେଇ ଦେଇଛି ସ୍ବାସ୍ଥ୍ୟ ବିଭାଗ।  

Advertisment

ଏପଟେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସବୁ ବର୍ଗଙ୍କ ସହଯୋଗ ଲୋଡ଼ିବା ସହ ଆଗାମୀ ଦିନରେ ଏହାକୁ ରୋକିବା ଲାଗି ନୂଆ ଅବକାରୀ ନୀତି ଅଣାଯିବ ବୋଲି ସୂଚନା ଦେଇଛନ୍ତି ।

ତମାଖୁ ବିକ୍ରି ଉପରେ ବ୍ୟାନ୍ ସତ୍ତ୍ବେ ରାଜ୍ୟରେ ଖୁଲମ୍ଖୁଲା ଚାଲିଥିବା କାରବାର ବନ୍ଦ ଲାଗି ଆଗକୁ କି ପଦକ୍ଷେପ ନେଉଛନ୍ତି ସରକାର, ଏବେ ତା ଉପରେ ନଜର ।

ଅଧିକ ପଢନ୍ତୁ: ପୁଣି ଧମକ ଦେଲେ ମୁନୀର, 'ସିନ୍ଧୁ ଚୁକ୍ତି ଆମ ପାଇଁ ଲକ୍ଷ୍ମଣ ରେଖା, ପାକିସ୍ତାନ କେବେ ମୁଣ୍ଡ ନୁଆଁଇବନି' 

Tobacco Excise Policy World No Tobacco Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ