Advertisment

Silicon Statue: ମୃତ ସ୍ୱାମୀଙ୍କ ସିଲିକନ ପ୍ରତିମୂର୍ତ୍ତି ସ୍ଥାପନ କଲେ...ପୂଜାର୍ଚ୍ଚନା ପରେ ପ୍ରାଣ ପ୍ରତିଷ୍ଠା

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାର ଡାକ୍ତର ସମୀର ରାୟଙ୍କ ପତ୍ନୀ ସାଗରିକା ରାୟ ନେଇଛନ୍ତି ଏପରି ଭିନ୍ନ ପଦକ୍ଷେପ। ସ୍ୱାମୀଙ୍କ ମୃତ୍ୟୁ ପରେ ସିଲିକଲ ପ୍ରତିମୂର୍ତ୍ତି ନିର୍ମାଣ କରାଇ ପ୍ରାଣ ପ୍ରତିଷ୍ଠା କରାଇଛନ୍ତି। ହିନ୍ଦୁ ରୀତିନୀତିରେ ଦେବଦେବୀଙ୍କ ପୂଜାର୍ଚ୍ଚନା ପରି ନନା ମନ୍ତ୍ରପାଠ କରି ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଇଛନ୍ତି।

ଅଦ୍ୟତନ ହୋଇଛି
SiliconStatue

SiliconStatue

Advertisment

ନିର୍ମଳ ଚେହେରା, ସୁନ୍ଦର ଠାଣି ଆଉ ହସ ହସ ମୁଖ... କେତେ ଜୀବନ୍ତ ସତରେ ଏ ପ୍ରତିମୂର୍ତ୍ତି। ଆଜ୍ଞା ହଁ, ଏ ହେଉଛି ପ୍ରତିମୂର୍ତ୍ତିଟିଏ, କୌଣସି ଜୀବନ୍ତ ବ୍ୟକ୍ତି ନୁହଁନ୍ତି... ସୋଫା ଉପରେ ବସିଥିବା ଏ ବ୍ୟକ୍ତି ଜଣକ ଦୁଇ ବର୍ଷ ହେବ ଆରପାରିକୁ ଚାଲି ଗଲେଣି। ହେଲେ ଏ ମୂର୍ତ୍ତି ତାଙ୍କୁ ଜୀବନ୍ତ କରିଦେଇଛି। କେବଳ ମୂର୍ତ୍ତି ତିଆରି ନୁହେଁ, ପରିବାର ଲୋକେ ପ୍ରାଣ ପ୍ରତିଷ୍ଠା ବି କରାଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଅଶୋକାଷ୍ଟମୀ ପଛରେ ମାତା ସୀତାଙ୍କ ସହ ରହିଛି ସମ୍ୱନ୍ଧ; କିପରି ଜାଣନ୍ତୁ…

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାର ଡାକ୍ତର ସମୀର ରାୟଙ୍କ ପତ୍ନୀ ସାଗରିକା ରାୟ ନେଇଛନ୍ତି ଏପରି ଭିନ୍ନ ପଦକ୍ଷେପ। ସ୍ୱାମୀଙ୍କ ମୃତ୍ୟୁ ପରେ ସିଲିକଲ ପ୍ରତିମୂର୍ତ୍ତି ନିର୍ମାଣ କରାଇ ପ୍ରାଣ ପ୍ରତିଷ୍ଠା କରାଇଛନ୍ତି। ହିନ୍ଦୁ ରୀତିନୀତିରେ ଦେବଦେବୀଙ୍କ ପୂଜାର୍ଚ୍ଚନା ପରି ନନା ମନ୍ତ୍ରପାଠ କରି ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଇଛନ୍ତି।

Advertisment

ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ସମୀର। ଅତି ପ୍ରିୟର ମଣିଷକୁ ହରାଇ ସ୍ତ୍ରୀ, ପୁଅ-ଝିଅ ସମସ୍ତେ ଭାଙ୍ଗି ପଡ଼ିଥିଲେ। ଏତେ ବଡ଼ ଘରଟା ଭିତରେ ଅସହାୟ ଅସହାୟ ଅନୁଭବ କରିଥିଲେ। ଫଳରେ ସ୍ୱାମୀଙ୍କୁ ଘରେ ହିଁ ସ୍ଥାପନ କରି ରଖିବାକୁ ଇଚ୍ଛା କରିଥିଲେ ସାଗରିକା। ଏଥିପାଇଁ ସିଲିକନ ପ୍ରତିମୂର୍ତ୍ତି ତିଆରି କରିବା ପାଇଁ ମନସ୍ତ କରିଥିଲେ। ଏଥିପାଇଁ ଧାର କରଜ କରିବା ସହ ନିଜ ସୁନାଗହଣା ବିକ୍ରି କରି ପ୍ରତିମୂର୍ତ୍ତିଟିଏ ଗଢି ତୋଳିଛନ୍ତି। ତା ସାଙ୍ଗକୁ ପ୍ରାଣ ପ୍ରତିଷ୍ଠା କରି ପୂର୍ଣ୍ଣ ପୂର୍ଣ୍ଣ ଅନୁଭବ କରୁଛନ୍ତି।

ଅଧିକ ପଢ଼ନ୍ତୁ: କଟକରେ ନକଲି ପୋଲିସ, ହୋମଗାର୍ଡ ଚାକିରି କରାଇଦେବାକୁ କହି ଠକୁଥିଲା ଅଭିଯୁକ୍ତ

Advertisment

Rayagada Silicon Statue For Fathers Memory
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ