/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724764163.jpg)
Woman Alleges Rape Attempt
ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ସ୍ୱାମୀ ବ୍ଲଡ଼ କ୍ୟାନ୍ସରରେ ଚିକିତ୍ସିତ ହେଉଥିବା ବେଳେ ଶାରୀରିକ ସମ୍ପର୍କ ରଖିବାକୁ ସିକୁରିଟି ଗାର୍ଡ ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ରୋଗୀ ସେବାରେ ସାହାଯ୍ୟ କରିବା ଯେପରିକି ରକ୍ତ ଦେବା, ଟିକେଟ କରାଇବା, ଅନ୍ୟାନ୍ୟ ଟେଷ୍ଟ କରାଇବାର ଆଳ ଦେଖାଇ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
Advertisment
ଥାନାରୁ ନିରାଶ ହୋଇ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା । ମହିଳା କମିଶନ କେସ ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ହାଜର କରିବାକୁ ନିର୍ଦ୍ଦେଶ ପାଇଁ ନୋଟିସ କରିଛନ୍ତି । ଏନେଇ ଓଟିଭି କ୍ୟାମେରା ଆଗରେ ନିଜର ଦୁଃଖ ବୟାନ କରିଛନ୍ତି ମହିଳା ଜଣଙ୍କ । ତେବେ ଏ ସମ୍ପର୍କରେ ସଂପୃକ୍ତ ସିକୁରିଟି ଗାର୍ଡଙ୍କୁ ପଚାରିବାରୁ ସେ ଘଟଣାକୁ ଏଡ଼ାଇ ଯାଇଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)