Advertisment

ହିଣ୍ଡାଲକୋ ନାଁରେ ସିବିଆଇର ଏତଲା; ନବୀନଙ୍କ ପାଇଁ ବଢିଲା ଅଡୁଆ !

ପୁଣି ତେଜିଲା କୋଇଲା ଦୁର୍ନୀତି ବିବାଦ। ସିବିଆଇ ରିଟର୍ଣ୍ଣକୁ ନେଇ ତେଜିଲା ରାଜନୀତି। ହିଣ୍ଡାଲକୋ ବିରୋଧରେ ସିବିଆଇ ମାମଲା ରୁଜୁ କରିବା ପରେ ପାୱାର କରିଡରରେ ଏମିତି ଚର୍ଚ୍ଚା ଜୋର ଧରିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Naveen Patnaik'

ପୁଣି ତେଜିଲା ନବୀନ ଓ କୋଇଲା ଦୁର୍ନୀତି ଅଭିଯୋଗ ରାଜନୀତି। ହିଣ୍ଡାଲକୋ ନାଁରେ ସିବିଆଇ ଏତଲା ରୁଜୁ କରିବା ପରେ ବଢ଼ିଲା ଚର୍ଚ୍ଚା । ଯେହେତୁ ୨୦୦୫ରେ ହିଣ୍ଡାଲକୋକୁ ତଳାବିରା ଖଣି ଦେବାକୁ ସୁପାରିଶ କରି ନବୀନ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଚିଠି ଲେଖିଥିଲେ, ତେଣୁ ସେ ବି ସ୍କାନରକୁ ଆସିପାରନ୍ତି। ତଳାବିରା-୧ କୋଇଲା ଖଣି ପାଇଁ ପରିବେଶ ମଞ୍ଜୁରୀ ହାତେଇବାକୁ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ହିଣ୍ଡାଲକୋ ମୋଟା ଅଙ୍କର ଲାଞ୍ଚ ଦେବା ଅଭିଯୋଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା ସିବିଆଇ।

Advertisment

ନବୀନଙ୍କ ପାଇଁ ବଢିଲା ଅଡୁଆ ! ପୁଣି ତେଜିଲା କୋଇଲା ଦୁର୍ନୀତି ବିବାଦ। ସିବିଆଇ ରିଟର୍ଣ୍ଣକୁ ନେଇ ତେଜିଲା ରାଜନୀତି। ହିଣ୍ଡାଲକୋ ବିରୋଧରେ ସିବିଆଇ ମାମଲା ରୁଜୁ କରିବା ପରେ ପାୱାର କରିଡରରେ ଏମିତି ଚର୍ଚ୍ଚା ଜୋର ଧରିଛି। କାହିଁକି ନା ହିଣ୍ଡାଲକୋକୁ ଖଣି ଦେବାକୁ ୨୦୦୫ ଅଗଷ୍ଟ ୧୭ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଚିଠି ଲେଖିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି ଚିଠିରେ ଯେଉଁଥିରେ ତଳାବିରା କୋଇଲା ଖଣିକୁ ହିଣ୍ଡାଲକୋକୁ ଦେବା ପାଇଁ ସୁପାରିଶ କରିଥିଲେ ନବୀନ। ସେହି ଖଣିକୁ ନେଇ ସିବିଆଇ ମାମଲା ରୁଜୁ କରିଥିବା ବେଳେ ନବୀନଙ୍କ ପାଇଁ ଅଡୁଆ ବଢୁଥିବାକୁହାଯାଉଛି। ଯାହାକୁ ନେଇ ତେଜିଛି ରାଜନୀତି।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପରୋକ୍ଷରେ ନବୀନଙ୍କୁ ଟାର୍ଗେଟ କରି କହିଛନ୍ତି ଯେଉଁମାନେ ନିଜକୁ ନିର୍ମଳ ଭାବମୂର୍ତ୍ତି କହି ଛବି ପ୍ରତିଷ୍ଠା କରିଥିଲେ ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ। କଂଗ୍ରେସ ବି କହିଛି ଅନୁକମ୍ପା ଦେଖାଇଥିଲେ ମହଙ୍ଗା ହେବ, ଦୋଷୀ ଦଣ୍ଡ ପାଇବା ଦରକାର। ଏପଟେ ବିଜେଡିର କହିବା କଥା ଓଡିଶା ବିକାଶ ଆଉ ସ୍ବାର୍ଥ ଦୃଷ୍ଟିରୁ ଚିଠି ଲେଖାଯାଇଥିଲା, କୌଣସି ଦୁର୍ନୀତି ହୋଇନି।

Advertisment

ତଳାବିରା କୋଇଲା ଖଣି ପାଇଁ ପରିବେଶ ମଞ୍ଜୁରୀ ହାତେଇବାକୁ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ହିଣ୍ଡାଲକୋ ମୋଟା ଅଙ୍କର ଲାଞ୍ଚ ଦେବା ଅଭିଯୋଗ ପରେ ୨୦୧୬ରେ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲା ସିବିଆଇ। ଆଉ ସିବିଆଇ ହାତରେ କିଛି ପ୍ରମାଣ ଲାଗିବା ପରେ ଏତଲା ରୁଜୁ କରିଥିବା କୁହାଯାଉଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତଳାବିରା-୧ ଖଣିରୁ ପ୍ରତିବର୍ଷ ୦.୪ ମିଲିୟନ ଟନ୍ କୋଇଲା ଖନନ ପାଇଁ କଂପାନୀକୁ ୨୦୦୧ରେ ପ୍ରଥମ ପରିବେଶ ମଞ୍ଜୁରୀ ମିଳିଥିଲା। ୨୦୦୯ରେ ଆଉ ଏକ ପରିବେଶ ମଞ୍ଜୁରୀ ମିଳିଥିଲା, ଯଦ୍ବାରା ଉତ୍ପାଦନ କ୍ଷମତା ୧.୫ ମିଲିୟନ ଟନ୍ ଯାଏଁ ବୃଦ୍ଧି ହୋଇଥିଲା। କିନ୍ତୁ ଏହି ମଞ୍ଜୁରୀ ମିଳିବା ପରେ କଂପାନୀ ତାର କ୍ଷମତାକୁ ୩ ମିଲିୟନ ଟନ୍ ଯାଏଁ ବୃଦ୍ଧି କରିବାକୁ ପରିଶେ ମଞ୍ଜୁରୀ ଲୋଡ଼ିଥିଲା। କିନ୍ତୁ ଅଭିଯୋଗ ହୁଏ କଂପାନୀ ୨୦୦୪-୦୫ରୁ ୨୦୦୭-୦୮ ଏବଂ ୨୦୦୮-୦୯ ଯାଏଁ ଅତିରିକ୍ତ ଭାବେ ୩.୦୪ ମିଲିୟନ ଟନ୍ କୋଇଲା ଖନନ କରିଥିଲା। ଯାହାକି ବିନା ପରିବେଶ ମଞ୍ଜୁରୀରରେ ହୋଇଥିବା ସିବିଆଇ ସୂତ୍ରରୁ ଜଣାପଡିଛି। 

ବଡ଼ କଥା ହେଲା ତଳାବିରା-୧ ପାଇଁ ପରିବେଶ ମଞ୍ଜୁରୀ ଅନିୟମିତତା ଅଭିଯୋଗ ଆସିବା ପରେ ବି ତଳାବିରା-୨ ପାଇଁ କେମିତି ଚିଠି ଲେଖିଥିଲେ ନବୀନ ? ତାଛଡ଼ା ତଳବିରା-୨ ଖଣିଟି ୨୦୦୫ ଜାନୁୟାରୀ ୧୦ରେ ନେୟବେଲି ଲିଗନାଇଟ୍ କର୍ପୋରେସନକୁ ଆବଣ୍ଟିତ ହୋଇଥିଲା ମଧ୍ୟ ଅଗଷ୍ଟ ୧୭ ତାରିଖରେ ନବୀନ ଏହାକୁ ହିଣ୍ଡାଲକୋକୁ ଦେବାକୁ କରିଥିଲେ ସୁପାରିଶ। ତେବେ ପୁରା ମାମଲାରୁ ହିଣ୍ଡାଲକୋ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି। ଆଗକୁ ଏହି ମାମଲା କେଉଁ ମୋଡ଼ ନେଉଛି ତା ଉପରେ ନଜର।

Naveen Patnaik CBI Coal Scam Hindalco Industries
Advertisment
Advertisment