ଜାତିପ୍ରଥା ଆଗରେ ମରିଗଲା ମାନବିକତା । ଅନ୍ୟ ଜାତିରେ ବିବାହ କରିବାରୁ ମଶାଣି ଯାଏଁ ମିଳିଲାନି ଚାରି କାନ୍ଧ । ମଲା ପରେ ବି ଅନେଇଲେନି ଜାତି ଭାଇ । ଏମିତିକି ନିଜ ପରିବାର ଲୋକେ କାନ୍ଧେଇ ନେବାକୁ ଆଗେଇ ଆସିଲେନି । ଶେଷରେ ଝିଅ ସହ ସ୍ବାମୀର ମୃତଦେହକୁ ଖଟିଆରେ ବୋହି ଅନ୍ତିମ ସତ୍କାର କଲେ ପତ୍ନୀ । ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ବଇଣ୍ଡା ଗାଁ ଅଞ୍ଚଳରୁ ।
ଅଧିକ ପଢ଼ନ୍ତୁ:ବସ୍କୁ ଧକ୍କା ଦେଲା କଣ୍ଟେନର; ୧୦ ତୀର୍ଥଯାତ୍ରୀ ଆହତ
ହେଲେ ଅନ୍ୟ ଜାତିରେ ବିବାହ କରିଥିବାରୁ ପ୍ରକାଶଙ୍କ ମରଶରୀରକୁ କାନ୍ଧ ଦେବାକୁ ପରିବାର କିମ୍ବା ଜାତି ଭାଇ ଆଗେଇ ଆସିଲେନି । ଶେଷରେ କିଛି ଉପାୟ ନପାଇ ଅସହାୟ ପତ୍ନୀ ରୀତା ଓ ତାଙ୍କ ବଡ ଝିଅ ପୂଜାରିଣୀ ବିଶ୍ୱାଳ ଖଟିଆରେ ପ୍ରକାଶଙ୍କ ମୃତଦେହକୁ ବୋହି ନେଇ ଅନ୍ତିମ ସତ୍କାର କରିଥିଲେ ।
ସମୟ ବଦଳୁଛି, ହେଲେ ବଦଳୁନି ଲୋକଙ୍କ ମାନସିକତା । ଏବେ ବି ସମାଜରେ ବଞ୍ଚିରହିଛି କୁତ୍ସିତ ଜାତିପ୍ରଥା । ବଇଣ୍ଡା ଗାଁର ଏହି ଘଟଣା ଆମ ସଭ୍ୟ ଓ ଶିକ୍ଷିତ ସମାଜ ସାମ୍ନାରେ ଅନେକ ପ୍ରଶ୍ନ ଛିଡ଼ା କରିଛି । ସତରେ କ'ଣ ମଣିଷ ଏତେ ନିଷ୍ଠୁର ହୋଇପାରେ ! ଜାତିପ୍ରଥା ଆଗରେ ନିଜର ମାନବିକତା ଭୁଲିଯାଇପାରେ !
ଅଧିକ ପଢ଼ନ୍ତୁ:ନୃଶଂସ, ବର୍ବର...ମୃତ୍ୟୁ ସହ ଲଢେଇ କରୁଛି ଦୁଷ୍କର୍ମର ଶିକାର ଶିଶୁକନ୍ୟା, ଗୁପ୍ତାଙ୍ଗରେ ପଡିଛି ୨୮ ଷ୍ଟିଚ୍