ବ୍ୟାସନଗର ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଯାତନା ଘଟଣାରେ କେବେ ହେବ କାର୍ଯ୍ୟାନୁଷ୍ଠାନ ? ଗତ ୨୬ ତାରିଖରେ ଘଟଣା ଘଟିଥିଲେ ବି ଏଯାଏଁ କାହିଁକି ବନ୍ଧା ହେଉନାହାନ୍ତି ଅଭିଯୁକ୍ତ ? ସଂଗୀନ ଘଟଣାକୁ ଚାପିଦେବାକୁ କିଏ କରୁଛି ଉଦ୍ୟମ ?
ଗତ ଜୁନ୍ ୨୬ ତାରିଖ ଅପରାହ୍ମରେ ବ୍ୟାସନଗର ପୌରପାଳିକା କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ବିଜେଡି କାଉନସିଲରମାନେ ପ୍ରାୟ ୮ ଘଣ୍ଟା ଧରି ତାଙ୍କୁ ଅଟକ ରଖିଥିଲେ । ଏମିତିକି ଔଷଧ ଖାଇବାକୁ ମଧ୍ୟ ଛାଡ଼ିନଥିଲେ । କିଛି ଫାଇଲରେ ଜବରଦସ୍ତ ଦସ୍ତଖତ କରିବାକୁ ବିଜେଡି ଅଧ୍ୟକ୍ଷ ଓ କାଉନସିଲର ଧମକଚମକ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।
Also Read
ଅଧିକ ପଢ଼ନ୍ତୁ: ବରିଷ୍ଠ ନାଗରିକଙ୍କୁ ଆକ୍ରମଣ, ବିଜେଡି କର୍ପୋରେଟରଙ୍କ ନାଁରେ ଥାନାରେ ଏତଲା
ତେବେ ଏ ବାବଦରେ ୨୭ ତାରିଖରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ଛୁଟିରେ ରହିଛନ୍ତି ନିର୍ବାହୀ ଅଧିକାରୀ ପ୍ରଦୀପ ପାଢ଼ୀ। ଘଟଣାକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଜିଲ୍ଲାପାଳ ଏକ ଟିମ ଗଠନ କରି ଏହି ଘଟଣାର ତଦନ୍ତ କରୁଥିବା କୋରେଇ ବିଧାୟକ ଆକାଶ ଦାସ ନାୟକ କହିଥିବାବେଳେ ଆଇନମନ୍ତ୍ରୀ କହିଛନ୍ତି ଯିଏ ଦୋଷୀ ସିଏ ଦଣ୍ଡ ପାଇବ ।
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହୋଇଥିବାବେଳେ ବ୍ୟାସନଗର ମାମଲାରେ କାହିଁକି ଅଭିଯୁକ୍ତଙ୍କୁ ଗିରଫ କରାଯାଉନି ସେନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।