Advertisment

Bus Terminal: କାହାକୁ ମିଳିବ ବରମୁଣ୍ଡା ବସଷ୍ଟାଣ୍ଡ ଦୋକାନ ଘର ?

ବସ୍ ଷ୍ଟାଣ୍ଡରେ ଦୋକାନ ଦେଇଥିବା ଦୋକାନୀଙ୍କୁ ଦିଆଯିବ ଦୋକାନ। ସିଲେକ୍ସନ୍ ବି ସରିଛି। ବସ୍ ଟର୍ମିନାଲରେ ପାଖାପାଖି ଲକ୍ଷେ ବର୍ଗ ମିଟର କମର୍ସିଆଲ ସ୍ପେସ ଅଛି। ଏହାର ଉନ୍ନତି ପାଇଁ ପ୍ରତି ବର୍ଗ ମିଟର କୁ ୫୨ ଟଙ୍କା ହିସାବରେ ଗୋଟିଏ ଏଜେନ୍ସୀକୁ ଦିଆଯାଇଛି।

author-image
Jnanadarsi Sahoo
ଅଦ୍ୟତନ ହୋଇଛି
Who will get the Bermuda Bus Stand Shop?

Who will get the Bermuda Bus Stand Shop?

ଭୁବନେଶ୍ବର: ବରମୁଣ୍ଡା ପୁରୁଣା ବସଷ୍ଟାଣ୍ଡର କ୍ଷତିଗ୍ରସ୍ତ ଦୋକାନୀମାନଙ୍କ ପାଇଁ ଖୁସି ଖବର । ଆସନ୍ତା ୧୦ ଦିନ ମଧ୍ୟରେ ୧୨୦ ଜଣଙ୍କୁ ଭୁବନେଶ୍ୱର ବରମୁଣ୍ଡା ଆନ୍ତଃରାଜ୍ୟ ବସ ଟର୍ମିନାଲ ମଧ୍ୟରେ ଥିବା ଦୋକାନ ଘରକୁ ଲଟେରୀ ମାଧ୍ୟମରେ ବଣ୍ଟନ କରାଯିବ । ଦୋକାନୀଙ୍କ ମଧ୍ୟରେ ଟିକେ ଅନ୍ତର୍ଦ୍ବନ୍ଦ ଥିଲା, ଯାହା ଏବେ ଦୂର ହୋଇଛି ବୋଲି କହିଛନ୍ତି କହିଛନ୍ତି ବିଡ଼ିଏ ଭାଇସ ଚେୟାରମ୍ୟାନ। ଲଟେରୀ ଜରିଆରେ ଦୋକାନ ଗୃହ ପାଇବେ ଦୋକାନୀ। ପୁରୁଣା ବସ୍ ଷ୍ଟାଣ୍ଡରେ ଦୋକାନ ଦେଇଥିବା ଦୋକାନୀଙ୍କୁ ଦିଆଯିବ ଦୋକାନ। ସିଲେକ୍ସନ୍ ବି ସରିଛି। ବସ୍ ଟର୍ମିନାଲରେ ପାଖାପାଖି ଲକ୍ଷେ ବର୍ଗ ମିଟର କମର୍ସିଆଲ ସ୍ପେସ ଅଛି।

Advertisment

ଏହାର ଉନ୍ନତି ପାଇଁ ପ୍ରତି ବର୍ଗ ମିଟର କୁ ୫୨ ଟଙ୍କା ହିସାବରେ ଗୋଟିଏ ଏଜେନ୍ସୀକୁ ଦିଆଯାଇଛି। ସେ ସେଠାରେ ଉନ୍ନୟନମୂଳକ କାମ କରିବେ। ଖୁବ୍ ଶୀଘ୍ର ସେହି ଏଜେନ୍ସିକୁ ୱାର୍କ ଅଡର ଦିଆଯିବ। କିଛି ଷ୍ଟ୍ରକଚର୍ ଚେଞ୍ଜ ହେବ। ଭଙ୍ଗାରୁଜା ହୋଇଥିବା ଡୋର କିମ୍ବା ଅନ୍ୟାନ୍ୟ ଷ୍ଟ୍ରକଚର ପାଇଁ ଯେଉଁ ଏଜେନ୍ସି ବୁଝିଛନ୍ତି ସେମାନେ ଦାୟୀ ରହିବେ। ଯେଉଁ ସୁବିଧା ସୁଯୋଗ ଯୋଗାଇବା ଲକ୍ଷ୍ୟ ନେଇ ବସ୍ ଟର୍ମିନାଲ ଆରମ୍ଭ ହୋଇଥିଲା ସବୁ ସୁବିଧା ସୁଯୋଗ ଲାଗୁ ହେବାକୁ କହିଛନ୍ତି ବିଡ଼ିଏ ଭାଇସ ଚେୟାରମ୍ୟାନ । କିଛି ଅସୁବିଧା ରହିବ ନାହିଁ ବୋଲି ସେ ଦୋହରାଇଛନ୍ତି ।

Baramunda Bus Terminal Baramunda Bus Stand
Advertisment
Advertisment