Advertisment

Chief Secretary: ଡିସେମ୍ବର ୩୧ରେ ସରୁଛି ମନୋଜଙ୍କ କାର୍ଯ୍ୟକାଳ; ବର୍ଷ ଆରମ୍ଭରେ ରାଜ୍ୟ ଦେଖିବ କି ପ୍ରଶାସନିକ କଳର ନୂଆ ମୁଖିଆ ?

ମନୋଜ ଆହୁଜାଙ୍କୁ ଏକ୍ସଟନସନ ଦେବେ, ନା ନୂଆ କାହାକୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମିଳିବ? ଯାହାକୁ ନେଇ ପାୱାର କରିଡରରେ ଚର୍ଚ୍ଚା।

ଅଦ୍ୟତନ ହୋଇଛି
undefined

Who Will Be The Next Chief Secretary

Advertisment

ରାଜ୍ୟ ଦେଖିବ କି ପ୍ରଶାସନିକ କଳର ନୂଆ ମୁଖିଆ? ନା ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜାଙ୍କୁ ଏକ୍ସଟନସନ ଦେବେ ସରକାର? ଆସନ୍ତା 31 ତାରିଖରେ ସରିବାକୁ ଯାଉଛି ମନୋଜଙ୍କ କାର୍ଯ୍ୟକାଳ। ତେଣୁ ଏହାକୁ ନେଇ ଏବେ ପାୱାର କରିଡରରେ ହଲଚଲ। ତେବେ ଗଲା ୬ ମାସରେ ମନୋଜଙ୍କ କାର୍ଯ୍ୟଦକ୍ଷତା ଦେଖି ରାଜ୍ୟ ସରକାର ତାଙ୍କୁ ପୁରସ୍କୃତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆଉ ଯଦି ନୂଆ ବାଛନ୍ତି, କିଏ କିଏ ତାଲିକାରେ ଅଛନ୍ତି ଆସନ୍ତୁ ଜାଣିବା...

Advertisment

ମନୋଜ ଆହୁଜାଙ୍କୁ ଏକ୍ସଟନସନ ଦେବେ, ନା ନୂଆ କାହାକୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମିଳିବ? ଯାହାକୁ ନେଇ ପାୱାର କରିଡରରେ ଚର୍ଚ୍ଚା। ଡିସେମ୍ବର 31ରେ ସରୁଛି ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ତେଣୁ ରାଜ୍ୟ ପ୍ରଶାସନିକ କଳ ନୂଆ ମୁଖିଆ କିଏ ହେବେ ସେ ପ୍ରଶ୍ନ ଏବେ ପାୱାର କରିଡରରେ ଉଙ୍କି ମାରୁଛି। ଏହାରି ଭିତରେ ଚର୍ଚ୍ଚା ହେଉଛି ମାତ୍ର 6 ମାସ ହେଲା ମୁଖ୍ୟ ସଚିବ ଦାୟିତ୍ୱରେ ଥିବା ମନୋଜ ଆହୁଜାଙ୍କୁ ଆଉ 6 ମାସ ଏକ୍ସଟନସନ କରିପାରନ୍ତି ମୋହନ ସରକାର। 

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁଏତର ସର୍ବଶ୍ରେଷ୍ଠ ପୁରସ୍କାର

ଅନ୍ୟପକ୍ଷରେ ଯଦି ନୂଆ କାହାକୁ ନିଯୁକ୍ତ କରନ୍ତି, ତାହେଲେ ରେସରେ ଅଛନ୍ତି ଅନେକ ବରିଷ୍ଠ ଆଇଏଏସ୍ ଅଫିସର। ବିଶେଷ କରି 91 ବ୍ୟାଚର ଅନୁ ଗର୍ଗ, ସତ୍ୟବ୍ରତ ସାହୁ ଓ ସଞ୍ଜୟ ରସ୍ତୋଗୀ। ଏମାନଙ୍କ ମଧ୍ୟରୁ ସଞ୍ଜୟ ରସ୍ତୋଗୀ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ଅନୁ ଗର୍ଗ ଏବେ ଉନ୍ନୟନ କମିଶନର ସହ ଜଳସମ୍ପଦ ବିଭାଗର ସଚିବ ମଧ୍ୟ ରହିଛନ୍ତି। ସେହି ବ୍ୟାଚର ସତ୍ୟବ୍ରତ ସାହୁ ଏବେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସମ୍ଭାବ୍ୟ ମୁଖ୍ୟ ଶାସନ ସଚିବ ଚର୍ଚ୍ଚାରେ ତାଙ୍କ ନାଁ ବି ରହିଛି। ଏମାନଙ୍କ ପରେ ୧୯୯୦ ବ୍ୟାଚ୍‌ର ମନୋଜ ଆହୁଜାଙ୍କ ବାଦ୍ ଆଉ ତିନି ଜଣ ଅଧିକାରୀ ଅଛନ୍ତି। ସେମାନେ ହେଲେ ନୀତିନ ଚନ୍ଦ୍ରା, ସଞ୍ଜୀବ ଚୋପ୍ରା ଓ ଜି. ଶ୍ରୀନିବାସ। କିନ୍ତୁ ସମସ୍ତେ ଏବେ କେନ୍ଦ୍ରୀୟ ଡେପୁଟେସନରେ। ତେବେ ମୁଖ୍ୟ ଶାସନ ସଚିବ ନିଯୁକ୍ତି ସଂପୂର୍ଣ୍ଣ ରୂପେ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର ବୋଲି କହିଛନ୍ତି ପୂର୍ବତନ ପ୍ରଶାସକ।

Advertisment

ବିଜେପି ସରକାର ଗଠନ ହେଉ ହେଉ ଜୁନ 30ରେ ସରିଥିଲା ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ। ଆଉ ସେତେବେଳ ହଠାତ୍ ଡେପୁଟେସନରୁ ଆସି ମୁଖ୍ୟ ସଚିବ ପଦରେ ବସିଥିଲେ ମନୋଜ ଆହୁଜା। କେନ୍ଦ୍ର ସରକାରଙ୍କ ଗୁଡ୍  ବୁକ୍‌ରେ ଥିବାରୁ ତାଙ୍କୁ ଓଡ଼ିଶା ପଠା ଯାଇଥିବା ଚର୍ଚ୍ଚ ହୋଇଥିଲା। ମାତ୍ର ୬ ମାସ ଭିତରେ ନୂଆ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇଛନ୍ତି ମନୋଜ ଆହୁଜା। ବିଶେଷ କରି ବିଜେପିର ନିର୍ବାଚନୀ ପ୍ରତିଶ୍ରୁତିଗୁଡ଼ିକୁ ପୂରଣ କରିବାରେ ବଡ଼ ଭୂମିକା ନିଭାଇଛନ୍ତି। ଏ ଭିତରେ ରାଜ୍ୟରେ ପ୍ରଥମ ଥର ନାଭାଲ ଡେ, ଡିଜି ସମ୍ମିଳନୀର ସଫଳ ଆୟୋଜନ ହୋଇଥିବା ବେଳେ ଆଗକୁ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ତେଣୁ ମନୋଜଙ୍କ କାର୍ଯ୍ୟକାଳ ବଢ଼ିବ ନା ଆଉ କାହାକୁ ମୁଖ୍ୟମନ୍ତ୍ରୀ ବାଛିବେ ଏବେ ତା ଉପରେ ନଜର।

ଅଧିକ ପଢ଼ନ୍ତୁ: ଆଉ ନାହାନ୍ତି ପୂର୍ବତନ ବିଧାୟକ ବିଜୟ ମହାନ୍ତି, ୬୦ ବର୍ଷ ବୟସରେ ପରଲୋକ

Advertisment
Odisha Govt Chief Secretary IAS Manoj Ahuja IAS Officer Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ