Tigress Zeenat: ଜିନ୍ନତକୁ ନେଇ ସସପେନ୍ସ, କୁଆଡେ ଗଲା ମରାଠା ବାଘୁଣୀ ମିଳୁନି ପତ୍ତା

ଶିମିଳିପାଳର ବାଘୁଣୀ ଜିନ୍ନତ ଗତରାତିରେ ଝାଡ଼ଖଣ୍ଡର ଜାମସେଦପୁର ରେଞ୍ଜ୍‌ ଛାଡ଼ି ପଶ୍ଚିମବଙ୍ଗର ବେଲପାହାଡି ଜଙ୍ଗଲକୁ ପଳାଇଥିଲା । ତେବେ ବାଘୁଣୀ ଏବେ ଆଉ ସେଠାରେ ନାହିଁ ।

ଜିନ୍ନତ ଏବେ କେଉଁଠି ?

ମହାରାଷ୍ଟ୍ରରୁ ଓଡ଼ିଶାକୁ ଅଣାଯାଇଥିବା ବାଘୁଣୀ ଜିନ୍ନତକୁ ନେଇ ସସପେନ୍ସ । ଝାଡ଼ଖଣ୍ଡରେ କିଛି ଦିନ ବୁଲିବା ପରେ ଏବେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ରହିଛି, ତାହା ଜଣାପଡୁନାହିଁ । ବାରିପଦା RCCF ପ୍ରକାଶ ଚାନ୍ଦ ଗୋଗିନେନି ଏହି ସୂଚନା ଦେଇଛନ୍ତି । ବାଘୁଣୀ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ଏବେ କେଉଁଠି ଅଛି ଜଣାପଡ଼ୁ ନଥିବା ବାରିପଦା RCCF କହିଛନ୍ତି । ତେବେ ବାଘୁଣୀର ସୁରକ୍ଷା ଦୃଷ୍ଟିରୁ ପ୍ରକୃତ ଲୋକେସନ୍‌ କହିବାକୁ ବନ ବିଭାଗ ମନା କରିଛି ।

ବାରିପଦା RCCF ପ୍ରକାଶ ଚାନ୍ଦ ଗୋଗିନେନିଙ୍କ କହିବା କଥା, ଶିମିଳିପାଳର ବାଘୁଣୀ ଜିନ୍ନତ ଗତରାତିରେ ଝାଡ଼ଖଣ୍ଡର ଜାମସେଦପୁର ରେଞ୍ଜ୍‌ ଛାଡ଼ି ପଶ୍ଚିମବଙ୍ଗର ବେଲପାହାଡି ଜଙ୍ଗଲକୁ ପଳାଇଥିଲା । ତେବେ ବାଘୁଣୀ ଏବେ ଆଉ ସେଠାରେ ନାହିଁ । ବନବିଭାଗର ଟିମ୍ ଏବେ ସଂପୃକ୍ତ ବାଘୁଣୀର ଗତିବିଧିକୁ ଟ୍ରାକ୍ କରୁଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ଅବପାତର ରୂପ ନେଲା ଲଘୁଚାପ, ଆଜି ବି ଲାଗି ରହିବ ବର୍ଷା

ସୂଚନା ଅନୁସାରେ ବାଘୁଣୀ ଜିନ୍ନତକୁ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ଶିମିଳିପାଳ ଅଭୟାରଣ୍ୟ ଅଣାଯାଇଥିଲା । ଶିମିଳିପାଳର ଏନକ୍ଲୋଜରରୁ କୋର ଏରିଆ ଭିତରେ ଛାଡି ଦିଆଯାଇଥିବାବେଳେ ଗତ ୧୦ ଡିସେମ୍ବରରେ ଜିନ୍ନତ ଶିମିଳିପାଳ ଛାଡି ଝାଡ଼ଖଣ୍ଡ ପଳାଇଥିଲା । ଜିନ୍ନତ ଶରୀରରେ ଲାଗିଥିବା ଜିପିଏସକୁ ଟ୍ରାକିଂ କରି ସ୍ବତନ୍ତ୍ର ଟିମ୍ ଏବେ ତା’ ଗତିବିଧି ସଂପର୍କରେ ଅନୁଧ୍ୟାନ ଚଳାଇଛି ।

ସେପଟେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତରେ, ଶିମିଳିପାଳରେ ପୂର୍ବରୁ ଅନେକ ମହାବଳ ଅଛନ୍ତି । ଖାଦ୍ୟର ବି ଅଭାବ ନାହିଁ । କିନ୍ତୁ ହୁଏତ, ମହାରାଷ୍ଟ୍ରରୁ ଯମୁନା ଓ ଜୀନ୍ନତ ବାଘୁଣୀ ଆସିବା ପରେ ଇଲାକାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଲଢ଼େଇ ହୋଇଥାଇପାରେ । ଅଥବା ନିଜସ୍ବ ଟେରିଟୋରି ତିଆରି ପାଇଁ ସେମାନେ ଶିମିଳିପାଳ ଛାଡ଼ି ଥାଇପାରନ୍ତି । ଯଦି ଏଭଳି ହୋଇଥାଏ, ସେମାନଙ୍କର ଶିମିଳିପାଳ ଫେରିବାର ସମ୍ଭାବନା ଯଥେଷ୍ଟ ରହିଛି ।

ଅଧିକ ପଢ଼ନ୍ତୁ: ରସାତଳଗାମୀ ହେଲାଣି ପିଲାଙ୍କ ଭବିଷ୍ୟତ; ହାଇସ୍କୁଲରେ ୧୧ ହଜାରରୁ ଅଧିକ ଶିକ୍ଷକ ପଦ ଖାଲି...