Advertisment

Biswanath Pandit Central Library: ସମୟ ଗଡ଼ୁଛି, ସରିପାରୁନି ଲାଇବ୍ରେରୀ ନିର୍ମାଣ; ବଢୁଛି ଅସନ୍ତୋଷ...

କେବେ ସ୍ଥାୟୀ ଠିକଣା ପାଇବ କଟକ ବିଶ୍ବନାଥ ପାଠାଗାର ? ସମୟ ଗଡ଼ୁଛି, ହେଲେ ସରିପାରୁନି ଲାଇବ୍ରେରୀ ନିର୍ମାଣ । ନେତାଜୀ ବସ୍ ଟର୍ମିନାଲ୍ ପାଇଁ ବଳିପଡ଼ିଲା କଟକର ଅନ୍ୟତମ ଗୌରବମୟ ଅଧ୍ୟାୟ ପଣ୍ଡିତ ବିଶ୍ବନାଥ ପାଠାଗାର।

ଅଦ୍ୟତନ ହୋଇଛି
Biswanath Pandit Central Library

Biswanath Pandit Central Library

Advertisment

ନିଯୁକ୍ତି ଭିତ୍ତିକ ପରୀକ୍ଷା ଆଶାୟୀଙ୍କ ସହ ସବୁବର୍ଗର ପାଠକଙ୍କ ପାଇଁ ଭରସାଯୋଗ୍ୟ ଅନୁଷ୍ଠାନଟିଏ କଟକର ପଣ୍ଡିତ ବିଶ୍ବନାଥ ପାଠାଗାର । ହେଲେ ଏହାର ବିଲ୍ଡିଂକୁ ଭାଙ୍ଗି ନେତାଜୀ ବସ ଟର୍ମିନାଲ ନିର୍ମାଣ ପରଠୁ ନଷ୍ଟ ହୋଇଯାଇଛି ଲାଇବ୍ରେରୀର ଶୈକ୍ଷିକ ବାତାବରଣ । ପଢିବାକୁ ଆବଶ୍ୟକ ପରିବେଶ ନଥିବାବେଳେ ନୂଆ କୋଠା ନିର୍ମାଣ କେବେ ସରିବ ସେନେଇ କିଛି ସ୍ପଷ୍ଟତା ନାହିଁ । ଏହାରି ଭିତରେ ବିଭିନ୍ନ କଟକଣା ପାଇଁ ପାଠକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । 

Advertisment

କେବେ ସ୍ଥାୟୀ ଠିକଣା ପାଇବ କଟକ ବିଶ୍ବନାଥ ପାଠାଗାର ? ସମୟ ଗଡ଼ୁଛି, ହେଲେ ସରିପାରୁନି ଲାଇବ୍ରେରୀ ନିର୍ମାଣ । ନେତାଜୀ ବସ୍ ଟର୍ମିନାଲ୍ ପାଇଁ ବଳିପଡ଼ିଲା କଟକର ଅନ୍ୟତମ ଗୌରବମୟ ଅଧ୍ୟାୟ ପଣ୍ଡିତ ବିଶ୍ବନାଥ ପାଠାଗାର। ୯୦ ଦଶକରୁ ଠିଆ ହୋଇଥିବା ଲାଇବ୍ରେରୀ ଭାଙ୍ଗି ଠିଆ ହେଲା ନୂଆ ବସଷ୍ଟାଣ୍ଡ । ସେବେଠୁ ଯେମିତି ବେଘର ହୋଇପଡ଼ିଛି ବିଶ୍ବନାଥ ଲାଇବ୍ରେରୀ । ବସ ଟର୍ମିନାଲର ଦ୍ବିତୀୟ ମହଲାରେ ଅସ୍ଥାୟୀ ଭାବେ ଏହା ଚାଲୁଥିଲେ ବି ନା ଶୈକ୍ଷିକ ବାତାବରଣ ରହିଛି, ନା ପାଠକଙ୍କ ପାଇଁ ମୌଳିକ ବ୍ୟବସ୍ଥା। ଅହରହ ଗାଡ଼ିମୋଟର ଶବ୍ଦରେ ୧୦ ମିନିଟ୍ ବସି ପଢିବା ବି ମୁସ୍କିଲ । ବସିବା ପାଇଁ ସ୍ଥାନର ଅଭାବ ସାଙ୍ଗଙ୍କୁ ପାନୀୟ ଜଳ ଠୋପେ ବି ମିଳୁନି ପାଠକଙ୍କୁ । 

ଅଧିକ ପଢ଼ନ୍ତୁ: ବଢ଼ିଲା କର୍ଣ୍ଣାଟକ ପୋଲିସ ହାଉସିଂ କର୍ପୋରେସନ୍ ଡିଜିପିଙ୍କ ଅଡୁଆ, ବାଧ୍ୟତାମୂଳକ ଛୁଟିରେ ପଠାଇଲେ ସରକାର

Advertisment

ସେପଟେ ନୂଆ ନିୟମକୁ ନେଇ ଉଠିଛି କେଁ । ଲାଇବ୍ରେରୀକୁ କେବଳ ୩ ଘଣ୍ଟା ପାଇଁ ମିଳୁଛି ଅନୁମତି । ପରିଚୟପତ୍ର ଅବଧିକୁ ଦୁଇ ବର୍ଷକୁ ହ୍ରାସ କରାଯାଇଛି । ଯାହାକୁ ନେଇ ପାଠକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି । 

ଲାଇବ୍ରେରୀ ସମସ୍ୟାକୁ ନେଇ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଛାତ୍ରଛାତ୍ରୀ। ହେଲେ କୌଣସି ସମାଧାନ ନହେବାରୁ ଧାରଣାରେ ବସି ସିଏମସି କମିଶନରଙ୍କୁ ଅଭିଯୋଗ ଜଣାଇଥିଲେ । ସିଏମସି କମିଶନର କହିଛନ୍ତି, ପୁରୁଣା ଅନୁଗୁଳ ବସ ଷ୍ଟାଣ୍ଡରେ ପାଠାଗାର ପାଇଁ ସ୍ଥାୟୀ ବିଲ୍ଡିଂ ନିର୍ମାଣ ଚାଲିଛି । ଆସନ୍ତା କିଛି ମାସରେ ନିର୍ମାଣ ସରିଲେ ଆନୁଷଙ୍ଗିକ ସମସ୍ୟାର ସମାଧାନ ହୋଇପାରିବ । 

Advertisment

ଅନ୍ୟପଟେ ପାଠକଙ୍କ ସଂଖ୍ୟା ପୂର୍ବ ଅପେକ୍ଷା ଅହେତୁକ ବୃଦ୍ଧି ପାଇଛି । ସ୍ଥିତିକୁ ଦେଖି ସମସ୍ତଙ୍କୁ ସୁଯୋଗ ଦିଆଯିବା ଭଳି ନିୟମ କରାଯାଇଛି । ଏଣୁ ସମସ୍ତଙ୍କୁ ପଠନ ପାଇଁ ୩ ଘଣ୍ଟା ପ୍ରଦାନ କରାଯାଉଛି ବୋଲି କହିଛନ୍ତି ସିଏମସି କମିଶନର। ଦେଖିବାକୁ ବାକି ରହିଲା କେବେ ସମ୍ପୂର୍ଣ୍ଣ ହେଉଛି ପଣ୍ଡିତ ବିଶ୍ବନାଥ ପାଠାଗାରର ନୂଆ ବିଲ୍ଡିଂ ନିର୍ମାଣ ।

ଅଧିକ ପଢ଼ନ୍ତୁ: ଏବେ ଫେରିବେନି ସୁନିତା, ହାଇଡ୍ରଲିକ୍ ସିଷ୍ଟମରେ ତ୍ରୁଟି କାରଣରୁ ମିଶନ ସ୍ଥଗିତ

Odisha News Cuttack Library Biswanath Pandit Central Library
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ