Advertisment

Flight Services: ବାହାର ସୁନ୍ଦର, ଭିତର ଫମ୍ପା; କେବେ ଲୋକେ ପାଇବେ ସୁବ୍ୟବସ୍ଥିତ ସୁବିଧା ?

ମିନି ଇଣ୍ଡିଆ କୁହାଯାଉଥିବା ରାଉରକେଲାରେ ବିମାନବନ୍ଦର ଅଛି, ବିମାନ ଚଳାଚଳ ବି କରୁଛି । କିନ୍ତୁ ବାହାର ସୁନ୍ଦର ଭିତର ଫମ୍ପା ଭଳି, ବିମାନସେବା ଏଠି ଅନିୟମିତ।

When Will Air Connectivity Improve in Rourkela

When Will Air Connectivity Improve in Rourkela

Advertisment

ରାଉରକେଲା ସହରରେ କେବେ ସୁଧୁରିବ ବିମାନସେବା?  ମିନି ଇଣ୍ଡିଆ କୁହାଯାଉଥିବା ଏହି ସହରରେ ସବୁକିଛି ଥାଇ ମଧ୍ୟ କାହିଁକି ଏତେ ପଛରେ ବିମାନସେବା ? ଅବ୍ୟବସ୍ଥିତ ବିମାନସେବା ପାଇଁ ଲୋକଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ । ବ୍ୟବସ୍ଥା ସୁଧାରିବାକୁ ହୋଇଛି ଦାବି ।  

Advertisment

ରାଉରକେଲା ସହରରେ କେବେ ସୁଧୁରିବ ବିମାନ ସେବା ? କେବେ ଲୋକେ ପାଇବେ ସୁବିଧା ? ମିନି ଇଣ୍ଡିଆ କୁହାଯାଉଥିବା ରାଉରକେଲାରେ ବିମାନବନ୍ଦର ଅଛି, ବିମାନ ଚଳାଚଳ ବି କରୁଛି । କିନ୍ତୁ ବାହାର ସୁନ୍ଦର ଭିତର ଫମ୍ପା ଭଳି, ବିମାନସେବା ଏଠି ଅନିୟମିତ। ଶେଷ ମୁହୂର୍ତ୍ତରେ ବାରମ୍ବାର ଟିକେଟ ବାତିଲ୍ ହୋଇଯାଉଥିବା ଅଭିଯୋଗ କରିଛନ୍ତି ରାଉରକେଲା ବାସିନ୍ଦା। ଏଭଳି ନାହିଁ ନାହିଁରେ ଚାଲିଛି ବିମାନ ବନ୍ଦର । କେବଳ ଦିନକୁ ମାତ୍ର ଥରୁଟେ ଭୁବନେଶ୍ବରକୁ ଛାଡି ଦେଲେ ଅନ୍ୟ ସ୍ଥାନକୁ ବି ଉଡିପାରୁନି ବିମାନ।

ଅଧିକ ପଢ଼ନ୍ତୁ: ଗାଁରେ ଷଣ୍ଢ ଉତ୍ପାତ; ଶେଷରେ ବୃଦ୍ଧାଙ୍କୁ ମାରି ନିଜେ ମଲା...

ରାଉରକେଲା ସହରରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ, ଏନଆଇଟି, ବିପିୟୁଟି ଭଳି ବହୁ ଶିକ୍ଷାନୁଷ୍ଠାନ ଥିବାବେଳେ ପ୍ରତିଦିନ ଏଠି ବିମାନ ସେବା ଉପରେ ନିର୍ଭରଶୀଳ ଲୋକେ। ଏଭଳି ସ୍ଥିତିରେ ବିମାନସେବା ଅବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟ ସହରବାସିନ୍ଦା । ଏନେଇ ଅନେକଥର ଆନ୍ଦୋଳନ, ଆଲୋଚନା ହେବାସହ ବ୍ୟବସ୍ଥା ସୁଧାରିବାକୁ ଦାବି ହୋଇଛି। କିନ୍ତୁ ସ୍ଥିତି ଯଥା ପୂର୍ବଂ ତଥା ପରଂ। 

Advertisment

ତେଣେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ରାଉରକେଲା ଗସ୍ତରେ ଆସିଥିବା ବେଳେ ଲୋକଙ୍କ ଦାବି ଯଥାର୍ଥ କହିବାସହ ବିମାନ ସେବା ନିୟମିତ କରାଯିବା ନେଇ ବିଚାର କରାଯିବ ବୋଲି ଆଶ୍ବାସନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଗର୍ଜିବେ ପ୍ରାଥମିକ ଶିକ୍ଷକ, ସରକାରଙ୍କୁ ମାଗିବେ ହକ୍‌

Rourkela Flight Services Flight Air Connectivity
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ