Advertisment

We need Justice asked Father: କିଟ୍ ନେପାଳୀ ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ବାପାଙ୍କ ଗୁହାରି, ଆମକୁ ନ୍ୟାୟ ଦରକାର

ଆମକୁ ନ୍ୟାୟ ଦରକାର। କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରିସା ଶାହଙ୍କ ମୃତଦେହକୁ ବ୍ୟବଚ୍ଛେଦ ପରେ ଅନ୍ତ୍ୟେଷ୍ଟି ପାଇଁ ନେବା ବେଳେ ଆଜି ଏମିତି ଗୁହାରି କରିଛନ୍ତି ପ୍ରିସାଙ୍କ ବାପା। ପରିବାରର ସନ୍ଦେହ ଦୃଢମନା ଝିଅ ଆତ୍ମହତ୍ୟା କରିବା ସମ୍ଭବ ନୁହେଁ, ତେଣୁ ଉଚ୍ଚସ୍ତରୀୟ ତଦନ୍ତ କରି ଘଟଣା ପଛର କାରଣ ଖୋଜୁ ପୋଲିସ।

undefined

prisa

Advertisment

ଆମକୁ ନ୍ୟାୟ ଦରକାର। କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରିସା ଶାହଙ୍କ ମୃତଦେହକୁ ବ୍ୟବଚ୍ଛେଦ ପରେ ଅନ୍ତ୍ୟେଷ୍ଟି ପାଇଁ ନେବା ବେଳେ ଆଜି ଏମିତି ଗୁହାରି କରିଛନ୍ତି ପ୍ରିସାଙ୍କ ବାପା। ପରିବାରର ସନ୍ଦେହ ଦୃଢମନା ଝିଅ ଆତ୍ମହତ୍ୟା କରିବା ସମ୍ଭବ ନୁହେଁ, ତେଣୁ ଉଚ୍ଚସ୍ତରୀୟ ତଦନ୍ତ କରି ଘଟଣା ପଛର କାରଣ ଖୋଜୁ ପୋଲିସ। ସେପଟେ ରାଜ୍ୟ ସରକାରଙ୍କୁ ଏନଏଚଆରସିର କ୍ୟାର୍ଯ୍ୟାନୁଷ୍ଠାନ ରିପୋର୍ଟ ନୋଟିସ୍ ପରେ ୟୁଜିସି ମଧ୍ୟ ନିଜ ଆଡ଼ୁ ତଦନ୍ତ ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଥିବାରୁ କିଟର ଅଡୁଆ ବଢ଼ି ଚାଲିଛି।

Advertisment

ଯେଉଁ ଅଲିଅଳି ଝିଅ ସହ ଗୁରୁବାର ଅପରାହ୍ଣ 3ଟାରେ କଥା ହେଲେ, ମାନସିକ ଅବଶାଦର ଟିକିଏ ବି ସୁରାକ୍ ପାଇ ନଥିବା ସେଇ ଝିଅ ସଂଧ୍ୟା 7ଟା ବେଳକୁ ଯେ ଆତ୍ମହତ୍ୟା କରିଦେବ, ସେ କଥାକୁ କେମିତି ବା ଗ୍ରହଣ କରିପାରନ୍ତେ ବାପା-ମାଆ। ନିମିଷକରେ ସ୍ବପ୍ନଭଙ୍ଗର କ୍ଷଣ ଇଏ। ଶବ ବ୍ୟବଚ୍ଛେଦ ପରେ ଝିଅର ମଲାଦେହକୁ ଆଉ ନିଜ ମାଟି ନେପାଳକୁ ନନେଇ ପୁରୀ ସ୍ବର୍ଗଦ୍ବାରକୁ ନେବା ବେଳର ଦୃଶ୍ୟ ଇଏ। ଆଉ ଏତିକି ବେଳେ ଆମକୁ ନ୍ୟାୟ ଦରକାର କହି ବାପା ଶ୍ୟାମ ଶାହଙ୍କ କ୍ଷୋଭ ଏଯାଏଁ ଖାଲି ମୃତଦେହ ଜବତ ହୋଇଛି, ଦୁଇ ଦିନ ହେଲାଣି କିଛି ବି କାର୍ଯ୍ୟାନୁଷ୍ଠାନ ନାହିଁ। ପରିବାର ଏବେ ବି ବୁଝି ପାରୁନାହାନ୍ତି, ଝିଅ ଯଦି ଆତ୍ମହତ୍ୟା କରିଛି, ତାହେଲେ କଲା କାହିଁକି? କଣ ୟା ପଛର କାରଣ? ଝିଅର ପିଉସା କହିଛନ୍ତି, ପ୍ରିସା ମାନସିକ ସ୍ତରେ ଏତେ ଦୁର୍ବଳ ନୁହେଁ ଯେ, ନିଜ ସମସ୍ୟା ସମ୍ପର୍କରେ କିଛି ନଜଣାଇ ଏଭଳି ଚରମ ନିଷ୍ପତ୍ତି ନେଇଯିବ। ତେଣୁ ସରକାରଙ୍କୁ ନିବେଦନ ଉଚ୍ଚସ୍ତରୀୟ ତଦନ୍ତ ହେଉ। ଜେଜେଙ୍କ ସନ୍ଦେହ ପୂର୍ବ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପରେ ନାତୁଣୀ ପ୍ରତିବାଦକୁ ଓହ୍ଲାଇଥିବାରୁ ୟା ପଛରେ ପ୍ରତିଶୋଧ ଏକ କାରଣ ନୁହେଁ ତ? ତେବେ ଏନେଇ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ନଥିଲା ବେଳେ କମିଶନରେଟ୍ ପୋଲିସ କହିଛି ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି। ମାମଲାରେ ଏପର୍ଯ୍ୟନ୍ତ 10 ଜଣଙ୍କ ବୟାନ ରେକର୍ଡ କରାଯାଇଥିଲା ବେଳେ ଜବତ ମୋବାଇଲ୍ ଓ ଲ୍ୟାପଟପରୁ ମୃତ୍ୟୁର ରହସ୍ୟ ଖୋଜିବାକୁ ଏହାକୁ ଫରେନ୍ସିକ୍ ଲାବ୍କୁ ପଠାଯାଇଛି।

ଏପଟେ ପ୍ରିସା ମୃତ୍ୟୁ ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ଶାସନ ସଚିବ ଓ ପୋଲିସ୍ ଡିଜିଙ୍କୁ ଏନ୍ଏଚ୍ଆରସିର ନୋଟିସ୍ ପରେ ଆଜି କମିଶନ୍ ସଦସ୍ୟ ପ୍ରିୟଙ୍କ କାନୁନଗୋ କହିଛନ୍ତି, ଦରକାର ହେଲେ କମିଶନ୍ ଟିମ୍ ମଧ୍ୟ କିଟ୍ ଯାଇ ତଦନ୍ତ କରିବ। ତେବେ ବଡ଼ କଥା ହେଉଛି ଅଢ଼େଇ ମାସ ଭିତରେ ଦୁଇ ଦୁଇ ଜଣ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପରେ ମାମଲାକୁୁ ଗୁରୁତ୍ବର ସହ ନେଇ ୟୁନିର୍ଭସିଟି ଗ୍ରାଣ୍ଟସ କମିଶନ ବା ୟୁଜିସି ମଧ୍ୟ ଏହାର ତଦନ୍ତ କରିବ। ଏଥିପାଇଁ ଇଗ୍ନୋର ପୂର୍ବତନ କୁଳପତି ପ୍ରଫେସର ନାଗେଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ଏକ ୪ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଆଇନ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ମନ୍ଦିର ସଂପର୍କରେ ତଦନ୍ତ କରି ସତ୍ୟାସତ୍ୟ ପଦାକୁ ଆଣ

କମିଟି ମୁଖ୍ୟତଃ ୭ଟି ଦିଗ ଯଥା- କେଉଁ ପରିସ୍ଥିତିରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି, ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଥିବା ନିୟମକୁ କିଟ୍ ଅନୁପାଳନ କରୁଛି ନା ନାହିଁ, ବାସ୍ତବରେ ଛାତ୍ରଛାତ୍ରୀଙ୍କ ନିରାପତ୍ତା ଓ କଲ୍ୟାଣ ପାଇଁ ଥିବା ନୀତିନିୟମର ଏହା କାର୍ଯ୍ୟକାରୀ କରୁଛି କି ନାହିଁ, ଏସବୁର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ୧୦ ଦିନ ଭିତରେ ରିପୋର୍ଟ ଦେବ। ତେବେ ୟୁଜିସି ତଦନ୍ତରେ ଯଦି କିଟ୍ ଦୋଷୀ ପ୍ରମାଣିତ ହୁଏ, କ’ଣ ହେବ ଆକ୍ସନ ? ଶିକ୍ଷାବିତ୍ଙ୍କ ମତରେ ବିଭିନ୍ନ ନିୟମର ଅନୁପାଳନ ହେଉ ନଥିଲେ ୟୁଜିସି କିଟ୍ ବିଶ୍ବବିଦ୍ୟାଳୟକୁ ଅନୁଦାନ ବନ୍ଦ କରିପାରିବ। ଡିମ୍ଡ୍ ଟୁ ବି ୟୁନିଭର୍ସିଟି ମାନ୍ୟତାକୁ ଫେରାଇ ନେଇପାରିବ। ଚଳିତ ବର୍ଷଠାରୁ ନୂଆ ଛାତ୍ରଛାତ୍ରୀଙ୍କ ଆଡମିଶନ୍ ଉପରେ ରୋକ୍ ବି ଲଗାଇପାରିବ। ଖାଲି ସେତିକି ନୁହେଁ, କିଟ୍ ବିଶ୍ବବିଦ୍ୟାଳୟକୁ ସମ୍ପୂର୍ଣ୍ଣ ବନ୍ଦ କରିବାର କ୍ଷମତା ବି ରଖୁଛି ୟୁଜିସି।

Advertisment

ପ୍ରିସା ମୃତ୍ୟୁ ମାମଲାରେ NHRC ଓ ୟୁଜିସି ତଦନ୍ତରୁ କ’ଣ ଖୁଲାସା ହେଉଛି ଓ ପ୍ରଥମ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଶୀତଳଭଣ୍ଡାରରେ ଥିବା ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟିର ତଦନ୍ତ ରିପୋର୍ଟ କେବେ ଆସୁଛି, ତାହା ଉପରେ ସମସ୍ତଙ୍କ ନଜର।

ଅଧିକ ପଢ଼ନ୍ତୁ: ଦୀଘା ମନ୍ଦିରକୁ ଦାରୁ ପଠାଇବା ଘଟଣା, କାରଣ ଦର୍ଶାଅ ନୋଟିସ ଜାରି

Girl Suicide KIIT KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ