Advertisment

Chhattisgarh Water Dispute: ଛତିଶଗଡ଼ ପଟେ ପାଣି ଉଛୁଳୁଛି, ମରୁଭୂମି ଭଳି ଶୁଷ୍କ ଓଡ଼ିଶା

ଏଣେ ଘାଣ୍ଟୁଛି ଗ୍ରୀଷ୍ମର ପ୍ରଭାବ । ତେଣେ କଲବଲ କରୁଛି କଲମା ବ୍ୟାରେଜ୍ । ଅଣମୌସୁମୀ ବେଳେ ପାଣି ଅଟକାଇ ଛତିଶଗଡ଼ ଫଳାଉଛି ସୁନାର ଫସଲ । ହେଲେ ତଳ ମୁଣ୍ଡରେ ଥିବା ଓଡ଼ିଶାରେ ମରୁଭୂମି ସାଜିଛି ମହାନଦୀ ପଠା ।

ଅଦ୍ୟତନ ହୋଇଛି
undefined

ଛତିଶଗଡ଼ର ‘କଲମା’ ମନମାନୀ

Advertisment

ଓଡ଼ିଶା ଉପରେ ଭାରି ପଡ଼ିଛି କଲମା ବ୍ୟାରେଜ୍ । ଏବେ ବି ଛତିଶଗଡ଼ ପାଣି ଛାଡୁନଥିବାରୁ ମହାନଦୀ ଶଯ୍ୟା ଶୁଖି ମରୁଭୂମି ପାଲଟିବାକୁ ବସିଲାଣି। ତଳମୁଣ୍ଡରେ ଥିବା ଓଡ଼ିଆଙ୍କ ଜୀବନ ଜୀବିକା ବି ପ୍ରଭାବିତ ହେଲାଣି ସାଂଘାତିକ ଭାବେ। କ୍ଷତିଗ୍ରସ୍ତ ହୋଇଛି ଚାଷ ବାସ । ବ୍ୟାରେଜ୍ ଉପରମୁଣ୍ଡ ତଥା ଛତିଶଗଡ଼ରେ ସୁନାର ଫସଲ ହସୁଥିବାବେଳେ ତଳମୁଣ୍ଡ ଓଡ଼ିଶା ଚାଷୀ ଚିନ୍ତାରେ। ଏ ନେଇ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି ଓଟିଭି ।

Advertisment

ଅଧିକ ପଢ଼ନ୍ତୁ: RTE କୋଟାରେ ପିଲାଙ୍କୁ ମିଳୁନି ଆଡମିଶନ, ଓସେପା ଅଫିସ ଘେରିଲେ ଅଭିଭାବକ

ଏଣେ ଘାଣ୍ଟୁଛି ଗ୍ରୀଷ୍ମର ପ୍ରଭାବ । ତେଣେ କଲବଲ କରୁଛି କଲମା ବ୍ୟାରେଜ୍ । ଅଣମୌସୁମୀ ବେଳେ ପାଣି ଅଟକାଇ ଛତିଶଗଡ଼ ଫଳାଉଛି ସୁନାର ଫସଲ । ହେଲେ ତଳ ମୁଣ୍ଡରେ ଥିବା ଓଡ଼ିଶାରେ ମରୁଭୂମି ସାଜିଛି ମହାନଦୀ ପଠା । ଶୁଖିଲା ମହାନଦୀର ସାଂଘାତିକ ପ୍ରଭାବ ପଡ଼ିଛି ଓଡ଼ିଶା ଉପରେ । କଲମା ବ୍ୟାରେଜର ଉପରମୁଣ୍ଡ ଅର୍ଥାତ ଛତିଶଗଡ଼ ଅଞ୍ଚଳ ପଟେ ଲହଡ଼ି ଭାଙ୍ଗୁଛି ପାଣି । ଆଉ ଯେଉଁପଟେ ମରୁଭୂମିର ଭ୍ରମ ସୃଷ୍ଟି କରୁଛି ତାହା ହେଉଛି ଓଡ଼ିଶା । ତଳମୁଣ୍ଡରେ ଯୁଆଡ଼େ ଚାହିଁବେ କେବଳ ବାଲି ଆଉ ବାଲି । ଯାହା କିଛି ପାଣି ଦେଖୁଛନ୍ତି ତାହା ବ୍ୟାରେଜର ସିପେଜ୍ ଏବଂ ଲିକେଜ୍ ପାଣି । ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ଭିତରେ ସେତିକିରେ ହିଁ କଷ୍ଟେମଷ୍ଟେ ଚଳୁଛନ୍ତି ଚାଷୀ ଓ ସ୍ଥାନୀୟ ବାସିନ୍ଦା। ମତ୍ସ୍ୟଜୀବୀଙ୍କ ଡଙ୍ଗା ଶୁଖିଲାରେ ପଡ଼ିରହିଛି। କଲମା ଅଞ୍ଚଳବାସୀଙ୍କ କହିବା କଥା, ଏହି ବ୍ୟାରେଜରୁ କେବେ କେମିତି ଗୋଟିଏ ଗେଟ୍ ଦେଇ ପାଣି ଛଡ଼ାଯାଉଛି।

Advertisment

ଛତିଶଗଡ଼ କଲମା ବ୍ୟାରେଜରେ ରହିଛି ମୋଟ୍ ୬୬ଟି ଗେଟ୍ । ତା’ମଧ୍ୟରୁ କେବଳ ମାତ୍ର ଗୋଟିଏ ଗେଟ୍ ଦେଇ ବର୍ତ୍ତମାନ ଅଳ୍ପ ପାଣି ଛଡ଼ାଯାଉଛି । ତା’ପୁଣି ଦରକାର ପଡ଼ିଲେ ଛତିଶଗଡ଼ ବନ୍ଦ କରିଦେଉଛି । ଫଳରେ ଅଣମୌସୁମୀ ଋତୁରେ ମହାନଦୀରେ ଜଳପ୍ରବାହ କମିବା ସ୍ବାଭାବିକ। ତଳମୁଣ୍ଡରେ ଥିବା ମହାନଦୀର ଶାଖା ନଦୀଗୁଡ଼ିକରେ ଜଳ ପ୍ରବାହ ହ୍ରାସ ପାଇବା ସହ ଝାରସୁଗୁଡ଼ା ଓ ଆଖପାଖ ଅଞ୍ଚଳରେ ଚାଷବାସ, ଜଳ ସଂରକ୍ଷଣ ବ୍ୟବସ୍ଥା, ଜଳ ଉତ୍ସଗୁଡ଼ିକର ଜୈବ ବିବିଧତା ପ୍ରଭାବିତ ହେଉଛି। କିନ୍ତୁ ଛତିଶଗଡ଼ ପଟେ ଲହଡ଼ି ଭାଙ୍ଗୁଛି ଫସଲ।

ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ହେଉ କିମ୍ବା କଲମା ବ୍ୟାରେଜରୁ ତଳମୁଣ୍ଡକୁ ଅଣମୌସୁମୀ ୠତୁରେ ପାଣି ନଆସିବା ପ୍ରସଙ୍ଗ ହେଉ। ପୂର୍ବ ସରକାର ଅମଳରୁ ଲାଗିରହିଛି ବିବାଦ। ଏହି ଆନ୍ତଃରାଜ୍ୟ ଜଳବଣ୍ଟନ ମାମଲା ଏବେ ଟ୍ରିବୁନାଲରେ ବିଚାରାଧିନ ଅଛି। ଗତ ମାର୍ଚ୍ଚ ୨୨ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ଭୁବନେଶ୍ବରରେ ସିଏମ୍ ମୋହନ ମାଝୀଙ୍କୁ ସାକ୍ଷାତ କରିଥିଲେ। ସେହି ସମୟରେ ଟ୍ରିବ୍ୟୁନାଲକୁ ବାଦ ଦେଇ ଟ୍ରିପଲ୍ ଇଞ୍ଜିନ ସରକାର ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ସମସ୍ୟାର ସମାଧାନ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ କହିଛନ୍ତି, କିଛିଦିନ ତଳେ ଜଳସମ୍ପଦ ଅଧିକାରୀଙ୍କ ସହ ସମୀକ୍ଷା କରି କ୍ଷେତ୍ର ପରିଦର୍ଶନ ପାଇଁ ପଠାଇଥିଲେ। ମହାନଦୀର ଜଳସଂରକ୍ଷଣ ପାଇଁ ରୋଡମ୍ୟାପ୍ ତିଆରି ଚାଲିଛି।

Advertisment

ଅଧିକ ପଢ଼ନ୍ତୁ: ପାର୍ଲରରୁ ସଜ ହୋଇ ଫେରୁଥିଲେ...ବାଟରୁ କନିଆଙ୍କୁ କିଏ କଲା କିଡ୍‌ନାପ୍‌ ?

Odisha Mahanadi Chattisgarh Mahanadi River Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ