Advertisment

Village Streets Turn Knee‑Deep in Floodwater: ବନ୍ୟାରେ ଉବୁଟୁବୁ ଉତ୍ତର ଓଡ଼ିଶା; ଡର ବଢ଼ାଇଲା ଆଗକୁ ୪ଦିନ ବଡ଼ ବର୍ଷା !

ଭାସୁଛି ବାଲେଶ୍ବର। ବୁଡ଼ିଛି ଉତ୍ତର ଓଡ଼ିଶାର ପ୍ରାଣକେନ୍ଦ୍ର। ସପ୍ତାହକ ଭିତରେ ଦ୍ବିତୀୟ ଥର ବନ୍ୟାରେ ଉବୁଟୁବୁ ବାଲେଶ୍ବର ଜିଲ୍ଲାର ୬ଟି ବ୍ଲକ୍।

author-image
Sujit kumar Swain
ଅଦ୍ୟତନ ହୋଇଛି
Village Streets Turn Knee‑Deep in Floodwater:

Village Streets Turn Knee‑Deep in Floodwater:

ସପ୍ତାହେ ଯାଇନି, ବାଲେଶ୍ବର ଜିଲ୍ଲାରେ ପୁଣି ଆସିଛି ପ୍ରଳୟଙ୍କାରୀ ବନ୍ୟା। ପ୍ରଭାବିତ ହୋଇଛନ୍ତି ଜିଲ୍ଲାର ୬ଟି ବ୍ଲକର ପ୍ରାୟ ୩୦ରୁ ଅଧିକ ପଞ୍ଚାୟତ। ଏଥର ସୁବର୍ଣ୍ଣରେଖା ସମେତ ବୁଢାବଳଙ୍ଗ ଓ ଜଳକାରେ ଏକାବେଳକେ ବନ୍ୟା ଆସିଥିବାରୁ ନାକେଦମ ହୋଇଛନ୍ତି ବାଲେଶ୍ବର ଜିଲ୍ଲାବାସୀ। ସେପଟେ ମୟୂରଭଞ୍ଜ ଜିଲ୍ଲରା କିଛି ଅଞ୍ଚଳ ମଧ୍ୟ ବୁଢାବଳଙ୍ଗରେ ବନ୍ୟା ପାଇଁ ପ୍ରଭାବିତ ହୋଇଛି। ତେବେ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ଥିବା ରାଜସ୍ବ ମନ୍ତ୍ରୀ କହିଥିବା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଥିବା କହିଛନ୍ତି।

Advertisment

ଭାସୁଛି ବାଲେଶ୍ବର। ବୁଡ଼ିଛି ଉତ୍ତର ଓଡ଼ିଶାର ପ୍ରାଣକେନ୍ଦ୍ର। ସପ୍ତାହକ ଭିତରେ ଦ୍ବିତୀୟ ଥର ବନ୍ୟାରେ ଉବୁଟୁବୁ ବାଲେଶ୍ବର ଜିଲ୍ଲାର ୬ଟି ବ୍ଲକ୍। ଏ ଦୃଶ୍ୟ ବାଲେଶ୍ବର ସହରର। ବୁଢାବଳଙ୍ଗ ନଦୀରେ ଆସିଥିବା ଭୟଙ୍କର ବନ୍ୟା ପରେ ନାକେଦମ୍ ହୋଇଛି ବାଲେଶ୍ବର। ଆକାଶ ମାର୍ଗରୁ ଉତ୍ତୋଳିତ ଏ ଚିତ୍ର ହିଁ ବୟାନ କରୁଛି ବନ୍ୟାର ଭୟାବହତା। ବଢ଼ିର ଆଁ ଭିତରେ ବୁଡ଼ି ଯାଇଛି ଘରଦ୍ବାର, ଆଉ କେଉଁଠି ଘରର ଛାତକୁ ଛୁଇଁ ଯାଇଛି ବନ୍ୟାଜଳ। ଇଏ ସହରର ୧୨ ନମ୍ବର ୱାର୍ଡ। କାଲି ରାତିରେ ଘର ଆଗରେ ଅଣ୍ଟାଏ ଉଚ୍ଚର ପାଣି ଛିଡ଼ା ହେବା ପରେ ଜଳବନ୍ଦୀ ଅବସ୍ଥାରେ ଲୋକେ। ପାଣିର ପ୍ରକୋପ ବଢୁଥିବାରୁ ନାଁ ଘରୁ ବାହାରି ହେଉଛି, ନାଁ କିଛି ଉପାୟ ଚିନ୍ତା କରି ହେଉଛି।

ସେପଟେ ନଦୀ ଉପରମୁଣ୍ଡର ପାଣି ଆଉ ତଳମୁଣ୍ଡରେ ବର୍ଷା ପରେ ସପ୍ତାହକ ପରେ ପୁଣି ଥରେ ଫୁଲିଛି ସୁବର୍ଣ୍ଣରେଖା। ଆଉ ଥରେ ବନ୍ୟାର ପ୍ରଭାବ ପଡ଼ିଛି ବାଲେଶ୍ବର ଜିଲ୍ଲାର ବସ୍ତା, ବାଲିଆପାଳ, ଜଳେଶ୍ବର ଓ ଭୋଗରାଇ ବ୍ଲକ ଉପରେ। ଏଇ ୪ଟି ବ୍ଲକର ପ୍ରାୟ ୩୦ରୁ ଅଧିକ ପଂଚାୟତରେ ପାଣି ପଶିବା ପରେ ପ୍ରଭାବିତ ହୋଇଛନ୍ତି ହଜାର ହଜାର ଲୋକ। ଘରେ ପାଣି ପଶିଥିବାରୁ ଖାଇବା ପିଇବା ଭୁଲି ଉଚ୍ଚା ଯାଗାରେ ଆଶ୍ରୟ ନେଇଛନ୍ତି ବନ୍ୟା ବିପନ୍ନ। ସପ୍ତାହେ ତଳେ ବନ୍ୟା କବଳରୁ ମୁକୁଳି ଯାଇ ଟିକେ ଆଶ୍ବସ୍ତ ହେବା ବେଳକୁ ପୁଣି ଦାଉ ସାଧିଛି ପ୍ରକୃତି। ଏପଟେ ସୋମବାର ଅପରାହ୍ମ ୪ଟା ସୁଦ୍ଧା ରାଜଘାଟଠାରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି। ତେଣୁ ବନ୍ୟା ସ୍ଥିତି ଆଗକୁ ଆହୁରି ସଙ୍ଗୀନ ହେବା ଅନୁମାନ କରାଯାଉଛି। ଯାହାକୁ ନେଇ ଭୟ ଆଉ ଆଶଙ୍କା ଭିତରେ ବନ୍ୟା ଦୁର୍ଗତ।

Advertisment

ତେଣେ ଜଳକାରେ ବନ୍ୟା ପରେ ବାଲେଶ୍ବର ବସ୍ତା ବ୍ଲକରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ହୋଇଛି ୮ରୁ ଅଧିକ ପଞ୍ଚାୟତ। ବନ୍ୟା ଦାଉରୁ ବାଦ୍ ପଡ଼ିନି ବସ୍ତା ଥାନା ଏବଂ ଏସଡିପିଓ ଅଫିସ। ଏ ଦୁଇ ସରକାରୀ ଅଫିସରେ ଲହଡି ଭାଙ୍ଗିଛି 3 ଫୁଟ ଉଚ୍ଚର ବନ୍ୟା ଜଳ। ସେହିଭଳି ବସ୍ତା ବ୍ଲକର ଶହ ଶହ ହେକ୍ଟର ଚାଷ ଜମିକୁ ବୁଡାଇ ରଖିଛି ବନ୍ୟା। ଅପରାହ୍ଣ ୪ଟା ସୁଦ୍ଧା ମଥାନୀଠାରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ନଦୀ କୂଳିଆ ଲୋକଙ୍କ ମନରେ ଛାନି ପଶିଛି। ସପଟେ ଜଳକା ବନ୍ୟାରେ ପ୍ରଭାବିତ ହୋଇଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର କିଛି ଅଞ୍ଚଳ।

ସେପଟେ ଝାଡ଼ଖଣ୍ଡରେ ଅଧିକ ବର୍ଷା ଯୋଗୁଁ ଆଗକୁ ସୁରର୍ଣ୍ଣରେଖାର ଜଳସ୍ତର ବଢିବା ନେଇ ଅନୁମାନ କରିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ। ଏପଟେ ଉତ୍ତର ଓଡ଼ିଶାର ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ। ଏହାସତ୍ତ୍ବେ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନକୁ ଆଲର୍ଟରେ ରଖାଯାଇଛି। ବନ୍ୟାଞ୍ଚଳରେ ଆଗାମୀ ୭ ଦିନ ଯାଏଁ ମାଗଣା ଖାଦ୍ୟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତା ସହ ଅନ୍ୟ ଜିଲ୍ଲାର ଓଡ୍ରାଫ୍ ଟିମକୁ ବାଲେଶ୍ବର ପଠାଯାଇଛି। ଉଭୟ ଓଡ୍ରାଫ ଓ ଅଗ୍ନିଶମର ୭ ୟୁନିଟ ମୁତୟନ ଅଛନ୍ତି।

ଅଧିକ ପଢନ୍ତୁ: ଲଗାଣ ବର୍ଷାରେ ସ୍ଥିତି ବେହାଲ, ଦୁଇ ଜିଲ୍ଲାରେ ହୋଇପାରେ ବଡ଼ ବନ୍ୟା

Heavy Rainfall Floodwater
Advertisment
Advertisment