/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722870913.jpg)
Vigilance raid
ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ କୁବେର ଇଞ୍ଜିନିୟର । ୪୨ଟି ପ୍ଲଟ୍, ଭୁବନେଶ୍ୱରରେ ବିଳାସପୂର୍ଣ୍ଣ ବଙ୍ଗଳା ଓ ୨ଟି ଫ୍ଲାଟ୍ । । ଭଦ୍ରକରେ ୩ ମହଲା କୋଠା, କେଜିଏରୁ ଅଧିକ ସୁନା, ଅଧକିଲୋ ରୂପା । କ୍ରସର ୟୁନିଟ୍, ୨ଟି ଜେସିବି, ଗୋଟିଏ ଏକ୍ସକାଭେଟର ।ବାବୁ ଜଣକ ହେଲେ କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ରଥ । ମାଲଦାର ଯନ୍ତ୍ରୀଙ୍କ ରାଜଧାନୀ ପାଣ୍ଡରା ସ୍ଥିତ ବାସଭବନ ଦେଖିଲେ ତାଜୁବ ହୋଇଯିବେ । ଘର ତ ନୁହେଁ ଲଗଜୁରୀ ବଙ୍ଗଳା । ଭିତର ସାଜସଜ୍ଜା ବି ଫାଇଭ ଷ୍ଟାର ହୋଟେଲ ଭଳି ।
ଘର ଭିତରେ ସାଇତି ରଖାଯାଇଥିବା ସଂପତ୍ତି ଦେଖିଲେ ହୋସ୍ ଉଡିଯିବ । ସୋରୁମ ଠାରୁ ବି ଅଧିକ ରହିଛି ସୁନା ଅଳଙ୍କାର । କେଜିଏରୁ ଅଧିକ ସୁନା, ପାଖାପାଖି ଅଧକିଲୋ ରୁପା । ଚଢାଉ ବେଳେ ଭିଜିଲାନ୍ସ ହାତରେ ଲାଗିଛି, ସରକାରୀ ଅଧିକାରୀଙ୍କ ଅମାପ ସଂପତ୍ତିର ଭଣ୍ଡାର । ୪୨ଟି ପ୍ଲଟ୍, ଯେଉଁଥିରୁ ୩୨ଟି କେବଳ ଯାଜପୁରରେ ରହିଛି । ଭୁବନେଶ୍ବରରେ ବିଳାସପୂର୍ଣ୍ଣ ବଙ୍ଗଳା, ୨ଟି ଫ୍ଲାଟ୍, ମେଡିସିନ୍ ଷ୍ଟୋର, ଭଦ୍ରକରେ ୩ ମହଲା କୋଠା, ଢେଙ୍କାନାଳରେ କ୍ରସର ୟୁନିଟ୍, ୨ଟି ଜେସିବି ଏବଂ ଏକ୍ସକାଭେଟର ବି ରହିଛି । ବିଭିନ୍ନ ବ୍ୟାଙ୍କରେ ଜମା ବାବଦରେ ୮୮ ଲକ୍ଷର ବଣ୍ଡ ଜବତ କରିଛି ଭିଜିଲାନ୍ସ ।
ଯନ୍ତ୍ରୀ ବାବୁଙ୍କ ଆୟର ଉତ୍ସ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ପୁଅ ନାଁରେ ରହିଛି ଦଧିବାମନ ଜିଉ ଇନଫ୍ରାଷ୍ଟ୍ରକଚର ଆଣ୍ଡ ସପ୍ଲାୟର୍ସ । ବାପା ପ୍ଲାନିଂ କରୁଥିଲେ, ପୁଅ ଟେଣ୍ଡର ନେଉଥିଲେ । ନିର୍ମାଣ କାମ ପାଇଁ ସପ୍ଲାଇ ବି କରୁଥିଲେ। କ୍ରସର ୟୁନିଟ୍, ଜେସିବି, ଏକ୍ସକାଭେଟର ସବୁ ନିଜର । ଏମିତି ଚାଲିଥିଲା କୋଟି କୋଟି ଟଙ୍କାର ସଂପତ୍ତି ଅର୍ଜନ । ଏହାବାଦ୍ ମେଡିସିନ ଷ୍ଟୋର ଏବଂ ହୋଲସେଲ ବିଜନେସ୍ ବି ଥିଲା । ଆଜି ଭିଜିଲାନ୍ସ ଟିମ୍ ପ୍ରଦୀପଙ୍କ ଘର, ପୈତୃକ ଘର ଓ ଅଫିସ୍ ସମେତ ୧୨ଟି ଠିକଣାରେ ଏକାସଙ୍ଗେ ଯାଞ୍ଚ କରିଛି । ତେବେ ଏହି ରେଡ୍ ସଂପର୍କରେ ପ୍ରଦୀପ ରଥଙ୍କର ପ୍ରତିକ୍ରିୟା ମିଳିପାରିନି ।
ଗତ ସପ୍ତାହକ ଭିତରେ ଭିଜିଲାନ୍ସ ଜାଲରେ ପଡିଲେଣି ୧୦ରୁ ଅଧିକ ବଡ଼ ସରକାରୀ ଅଧିକାରୀ । ସେପଟେ ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଗତ ସରକାର ଭଳି ଟାଳଟୁଳ ନୀତି ଅବଲମ୍ବନ କରିବେନି । ଦୁର୍ନୀତି ଅଭିଯୋଗରେ ଯେଉଁମାନେ ଧରା ପଡୁଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)