Advertisment

Vigilance Raid: ବିଏମସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ବିଏମସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ସହ ଜଡିତ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଛି ଭିଜିଲାନ୍ସ।

ଅଦ୍ୟତନ ହୋଇଛି
Vigilance

Vigilance

Advertisment

ଭିଜିଲାନ୍ସ ଜାଲରେ ଫସିଛନ୍ତି ବିଏମସି ଅଧିକାରୀ। ଭୁବନେଶ୍ବର ମହାନଗର ନିଗମର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ରେଡ୍ ଚାଲିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜଗନ୍ନାଥ ପଟ୍ଟନାୟକଙ୍କ ସହିତ ୪ଟି ସ୍ଥାନରେ ଚଢାଉ କରାଯାଇଛି। BMC ଅଫିସ୍ ସମେତ ଭୁବନେଶ୍ୱର ବଡ଼ଗଡ଼ ଘରେ ଚଢାଉ କରୁଛି ଭିଜିଲାନ୍ସ ଟିମ। ଏହି ରେଡରେ ୬ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ୍ ଅଛନ୍ତି । ଯନ୍ତ୍ରୀଙ୍କ ଘରେ ପୁଳା ପୁଳା ସଂପତ୍ତି ଠାବ ହେଲାଣି। ମିଳିଲାଣି ବିପୁଳ ସୁନା ଅଳଙ୍କାର।

Advertisment

ନିମ୍ନଲିଖିତ ସ୍ଥାନରେ ଚଢାଉ ଚାଲିଛି:

  • ଭୁବନେଶ୍ୱର ବଡ଼ଗଡ଼ର ବ୍ରିଟ କଲୋନୀ ସ୍ଥିତ ତିନି ମହଲା କୋଠା
  • ରାୟଗଡ଼ା ଗୁଣପୁରରେ ଥିବା ପୈତୃକ ଘର
  • ବାଲିଅନ୍ତାର ରଣପୁରରେ ଥିବା ଫାର୍ମ ହାଉସ
  • ବିଏମସି କାର୍ଯ୍ୟାଳୟରେ ଚଢାଉ

ଅଧିକ ପଢନ୍ତୁ: ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

Vigilance Raid Bhubaneswar Municipal Corporation Assistant Executive Engineer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ