/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723777042.jpg)
Paradip Port
ପାରାଦୀପରେ ଆଉ ଏକ ଜାହାଜକୁ ଆରେଷ୍ଟ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦେଶ । ଏଥିପାଇଁ କୁଜଙ୍ଗ ସବଜଜଙ୍କୁ ମାର୍ଶାଲ ରୂପେ ନିଯୁକ୍ତ କରାଯାଇଛି । ହାଇକୋର୍ଟଙ୍କ ଆଦେଶ ନ ମିଳିବା ପର୍ଯ୍ୟନ୍ତ ଜାହାଜ ପାରାଦୀପ ଛାଡି କୁଆଡେ ଯାଇ ପାରିବ ନାହିଁ । ଏମଭି ୱାଡି ଆଲବୋସ୍ତାନ ନାମକ ଇଜିପ୍ଟ ଫ୍ଲାଗସିପର ଏହି ଜାହାଜ ଗତ ୬ ତାରିଖରେ ପାରାଦୀପରେ ପହଞ୍ଚିଥିଲା ।
Advertisment
ସେବେଠାରୁ ପୋର୍ଟ ଆଙ୍କରେଜରେ ଅଟକି ରହିଛି । ବାଂଲାଦେଶରୁ ଆସିଥିବା ଏହି ଜାହାଜ ପାରାଦୀପରୁ ୫୫ ହଜାର ମେଟ୍ରିକ୍ ଟନ୍ ଲୁହାପଥର ନେଇ ଚୀନ ଯାଇଥାନ୍ତା । ମାତ୍ର ଜର୍ମାନୀର ଏକ କମ୍ପାନୀ ଜାହାଜ ମାଲିକଙ୍କ ଠାରୁ ପ୍ରାୟ ୪ କୋଟି ଟଙ୍କା ପାଇବାକୁ ଥିବା ଦାବି କରି ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।
ଲୋ ସଲଫର ମେରାଇନ ଗ୍ୟାସ ଅଏଲ ପରିବହନକୁ ନେଇ ଆବେଦନକାରୀ କମ୍ପାନୀ ଏବଂ ଜାହାଜ ମଧ୍ୟରେ ବିବାଦ ଉପୁଜିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ୧୫ ଦିନ ତଳେ ଚୀନର ଏକ ଜାହାଜକୁ ପାରାଦୀପରେ ଆରେଷ୍ଟ କରାଯାଇଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)