Advertisment

ଅବହେଳିତ ଅବସ୍ଥାରେ ଭେଣ୍ଡିଂ ଜୋନ୍; କେବେ ଖୋଲିବ ଦୋକାନ ତାଲା, ଉଠିଲା ପ୍ରଶ୍ନ

ସହରକୁ ଟ୍ରାଫିକ୍ ମୁକ୍ତ ଓ ସୁନ୍ଦର କରିବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ପ୍ରୟାସରେ ସତେ ଯେପରି କଳଙ୍କି ଲାଗି ଯାଇଛି। କାରଣ ଅବହେଳିତ ଅବସ୍ଥାରେ ଭେଣ୍ଡିଂ ଜୋନ୍ ।

ଅଦ୍ୟତନ ହୋଇଛି
CMC fails to set up vending zones

Vending Zones

Advertisment

ଅବହେଳିତ ଅବସ୍ଥାରେ ପଡି ରହିଛି ଭେଣ୍ଡିଂ ଜୋନ୍ । ସହରକୁ ଟ୍ରାଫିକ୍ ମୁକ୍ତ ଓ ସୁନ୍ଦର କରିବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ପ୍ରୟାସରେ ସତେ ଯେପରି କଳଙ୍କି ଲାଗି ଯାଇଛି। କାରଣ ଦୀର୍ଘ ବର୍ଷ ବିତିଥିଲେବି ନା ଆବଣ୍ଟିତ ଘର ବ୍ୟବସାୟୀଙ୍କୁ ମିଳୁଛି ନା ରାସ୍ତାକଡରୁ ହଟୁଛି ଅବରୋଧ। ଯାହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। 

Advertisment

ଭାଙ୍ଗିରୁଜି ଗଲାଣି । ତାଲାରେ କଳଙ୍କି ଲାଗିଲାଣି। ପୁଣି କେଉଁଠି ଦୋକାନ ଘର ଭିତର ଅଧା ଭଙ୍ଗା ହୋଇ ଭିତରେ ଗଡୁଛି ମଦ ବୋତଲ। କଟକ ସିଡ଼ିଏ, ବିଡାନାସୀ, ଖାନନଗର ଠାରେ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ତିଆରି ହୋଇଥିବା ଭେଣ୍ଡିଙ୍ଗ ଜୋନର ଅବସ୍ଥା ଭୟଙ୍କର । ଦୀର୍ଘ ବର୍ଷ ହେବ ଏଠାରେ ଦୋକାନ ଘର ନିର୍ମାଣ ହେଇଥିଲେ ସୁଦ୍ଧା ସେଗୁଡ଼ିକ ହିତାଧିକାରୀଙ୍କୁ ମିଳୁ ନ ଥିବାରୁ ବଢୁଛି ଅସନ୍ତୋଷ।ଟିକେ ବର୍ଷା ହେଲେ ସେଠାରେ ପାଣି ଜମୁଛି।ପିଇବା ପାଇଁ ସ୍ୱଚ୍ଛ ପାନୀୟ ଜଳ ବି ନାହିଁ।ଯାହା ଫଳରେ ବ୍ୟବସାୟୀ ସେଠାରେ ଦୋକାନ ଖୋଲିବାକୁ ଇଚ୍ଛା କରୁନାହାନ୍ତି। ଯାହାଫଳରେ ଖତ ଖାଉଛି ଭେଣ୍ଡିଂ ଜୋନ।

ପଢନ୍ତୁ ଏହି ଖବର: ଲୁଟେରାଙ୍କ ଉପରେ ନଜର, ରାଜଧାନୀର ବିଭିନ୍ନ ଅଞ୍ଚଳରେ କଡ଼ା ଚେକିଂ

ତେଣେ ମେୟର କହିଛନ୍ତି ଭେଣ୍ଡିଂ ଜୋନର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଯେଉଁ ବ୍ୟବସାୟୀ ଙ୍କୁ ଦୋକାନ ଘର ଆର୍ଲଟ ହୋଇଛି, ସେମାନେ ଯଦି ସେଠାରେ ଦୋକାନ ଘର ନ କରନ୍ତି, ତେବେ ସେମାନଙ୍କ ଟେଣ୍ଡର ରଦ୍ଦ କରାଯିବ।  

Advertisment

ସେପଟେ ଢେଙ୍କାନାଳ ସହରରେ ବି ଅବ୍ୟବସ୍ଥିତ ଭେଣ୍ଡିଂଜୋନକୁ ନେଇ କୁହୁଳୁଛି ଅସନ୍ତୋଷ। ୩ ବର୍ଷରୁ ଅଧିକ ସମୟ ହେଲା ପୌରପାଳିକା ପକ୍ଷରୁ ଲକ୍ଷାଧିକ ଟଙ୍କାରେ ଭେଣ୍ଡିଂ ଜୋନ୍ ତିଆରି ହୋଇଥିଲେବି ଆସିପାରୁନି କାମରେ। ଫଳରେ ରାସ୍ତା କଡରେ ବ୍ୟବସାୟୀ ମେଲାଇଛନ୍ତି ପସରା। ଆଉ ରାସ୍ତା ଜାମ୍ ସମସ୍ୟାରେ ସନ୍ତୁଳି ହେଉଛନ୍ତି ସହରବାସୀ। ତେଣେ ବାଜିଚୌକ ନିକଟରେ ଥିବା ୩୦ ବଖରା ଭେଣ୍ଡିଂଜୋନ କୌଣସି ବ୍ୟବସାୟୀଙ୍କୁ ବଣ୍ଟା ଯାଇ ନଥିବା ବେଳେ ସହରର ରଥଗଡ଼ା,ଜୁବୁଲୀଟାଉନ, କୁଞ୍ଜକାନ୍ତ, ଦେଉଳ ସାହି ଭଳି ୧୪ଟି ଜାଗାରେ ନୂଆ ନୂଆ ଭେଣ୍ଡିଂଜୋନ ଘର ତିଆରି ହେବାକୁ ନେଇ ଉଠିଛି ପ୍ରଶ୍ନ।  

CMC Vending Zone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ