Advertisment

Assembly: ରାତି ତମାମ ଚାଲିଲା ବିଧାନସଭା, ଭୋର ୪ଟା ୨୯ ମିନିଟରେ ପାରିତ ହେଲା ବିଶ୍ୱ ବିଦ୍ୟାଳୟ ସଂଶୋଧିତ ବିଲ୍‌-୨୦୨୪

ଭୋର ୪ଟା ୨୯ ମିନିଟରେ ପାରିତ ହେଲା ବିଶ୍ୱ ବିଦ୍ୟାଳୟ ସଂଶୋଧିତ ବିଲ୍‌ ୨୦୨୪ । ଶେଷ ଯାଏଁ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଗୃହରେ ନଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ଅଦ୍ୟତନ ହୋଇଛି
Assembly

Assembly

Advertisment

ବିଧାନସଭା ଇତିହାସରେ ପୁଣି ରେକର୍ଡ । ପ୍ରାୟ ଦୁଇ ଦଶନ୍ଧି ପରେ ଗତକାଲିଠୁ ଆଜି ସକାଳ ଯାଏଁ ରାତିତମାମ ଚାଲିଲା ବିଧାନସଭା । ଭୋର ୪ଟା ୨୯ ମିନିଟରେ ପାରିତ ହେଲା ବିଶ୍ୱ ବିଦ୍ୟାଳୟ ସଂଶୋଧିତ ବିଲ୍‌ ୨୦୨୪ । ପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଗତ କରିଥିଲେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍‌ ୨୦୨୪ । ବିଶ୍ୱବିଦ୍ୟାଳୟ ବିଲ୍‌ ନେଇ ବିରୋଧୀ ଏବଂ ଶାସକ ଦଳ ଭିତରେ ହୋଇଥିଲା ଘମାଘୋଟ ଆଲୋଚନା । ଶେଷ ଯାଏଁ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଗୃହରେ ନଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଦୁଇ ମହିଳା ବିଧାୟିକା ଉପାସନା ମହାପାତ୍ର ଏବଂ ସଞ୍ଜଳି ମୁର୍ମୁ ଶେଷ ଯାଏଁ ଗୃହରେ ଉପସ୍ଥିତ ଥିଲେ ।

Advertisment

ଅଧିକ ପଢ଼ନ୍ତୁ: କଟକରେ ନକଲି ପୋଲିସ, ହୋମଗାର୍ଡ ଚାକିରି କରାଇଦେବାକୁ କହି ଠକୁଥିଲା ଅଭିଯୁକ୍ତ

ସେହିପରି ବିରୋଧୀ ଦଳ ପକ୍ଷରୁ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ଗଣେଶ୍ବର ବେହେରା, ଧ୍ରୁବ ସାହୁ ବିଲ୍‌ ବିରୋଧରେ ବଳିଷ୍ଠ ଯୁକ୍ତି ବଢିଥିଲେ । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ବିରୋଧୀଙ୍କୁ କଡ଼ା କାଉଣ୍ଟର କରିଥିଲେ । ଶାସକ ଦଳର ପ୍ରାୟ ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ଉପସ୍ଥିତ ଥିଲେ । କିନ୍ତୁ ଭୋଟିଂ ହେଉଥିବାରୁ ଉପସ୍ଥିତ ନଥିବା ବିଧାୟକ କାହିଁକି ଆସିନାହାନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ । ଫୋନ୍‌ କରି ଅନୁପସ୍ଥିତ ଥିବା ବିଧାୟକ ମାନଙ୍କୁ ମଧ୍ୟ କାରଣ ପଚାରିଥିଲେ ମୁଖ୍ୟମନ୍ତ୍ରୀ ।

Advertisment

ସୂଚନା ଅନୁସାରେ ଗତକାଲି ଅପରାହ୍ଣ ୪ଟାରୁ ଆରମ୍ଭ ହୋଇଥିବା ବିଶ୍ୱବିଦ୍ୟାଳୟ ସଂଶୋଧିତ ବିଲ୍‌ ବିରୋଧୀ ଏବଂ ଶାସକ ଦଳ ଭିତରେ ଏକ ଘମାଘୋଟ ଲଢେଇ ସାମ୍ନାକୁ ଆଣିଥିଲା । ବିଜେଡି ବିଧାୟକ ଅରୁଣ ସାହୁ ୩ ଘଣ୍ଟା ୧୦ ମିନିଟରୁ ଅଧିକ ଏବଂ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦେଢ଼ ଘଣ୍ଟାରୁ ଅଧିକ, ଗଣେଶ୍ବର ବେହେରା ୧ ଘଣ୍ଟାରୁ ଅଧିକ ସମୟ ଧରି ନିଜର ଯୁକ୍ତି ରଖିଥିଲେ । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଘଂଟାଏରୁ ଅଧିକ ସମୟ ଧରି କାଉଣ୍ଟର କରିଥିଲେ । ବିଜେପି ବିଧାୟକମାନେ ମଧ୍ୟ ଆଲୋଚନାରେ ଭାଗ ନେଇ ବିରୋଧୀଙ୍କୁ କଡା କାଉଣ୍ଟର କରିଥିଲେ । ସାଢେ ୧୨ ଘଣ୍ଟା ଧରି ବହୁ ଯୁକ୍ତି ତର୍କ ଏବଂ ଆଲୋଚନା ପରେ ବିଶ୍ୱବିଦ୍ୟାଳୟ ସଂଶୋଧିତ ବିଲ ୨୦୨୪ ବିଧାନସଭାରେ ପାରିତ ହୋଇଛି। ଭୋର ସମୟରେ ଓଡ଼ିଶା ପ୍ରତି ଶିକ୍ଷାର ସୂର୍ଯ୍ୟୋଦୟ ହେବ ବୋଲି କହିଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ । ବିଲ୍‌ ପାରିତ ପାଇଁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିଲେ ମନ୍ତ୍ରୀ । ଏହାପରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ପାରିତ ନେଇ ଆଲୋଚନା ଆରମ୍ଭ ହୋଇଥିଲା ।

ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ପାରିତ ହେବା ପରେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଚଞ୍ଚକତା ପୂର୍ଣ୍ଣ ବିଲ ଆଣିଛନ୍ତି ବିଜେପି ସରକାର । ୨୦୨୪ରେ ଯେଉଁ ବିଲ୍‌ ଅଣା ଯାଇଛି ତାହା ୧୯୮୯ର ବିଲକୁ ସଂଶୋଧନ କରାଯାଇଛି ବୋଲି କୁହାଯାଇଛି । ବିଲର ବୈଧତା କ’ଣ ଅଛି ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ଆଲୋଚନା ହେବ ବୋଲି ସେ କହିଛନ୍ତି ।

Advertisment

ସେପଟେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି ଗଣତନ୍ତ୍ର ପୁଣି ବିଧାନସଭା ଗୃହରେ ପ୍ରତିଷ୍ଠା ହୋଇଛି । ସାଢେ ୧୨ ଘଣ୍ଟା ଆଲୋଚନା ପରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ପାରିତ ହୋଇଛି । କ୍ଲଜ ବାଏ କ୍ଲଜ ଆଲୋଚନା ବେଳେ ସବୁ ଉତ୍ତର ଉଚ୍ଚ ଶିକ୍ଷା ମନ୍ତ୍ରୀ ରଖିଛନ୍ତି। ଏହି ବିଲ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ । ପୂର୍ବ ସରକାର ବିଶ୍ୱବିଦ୍ୟାଳୟ କ୍ଷମତା ସଂକୀର୍ଣ୍ଣ କରିଥିଲେ ଏବେ ତାହାକୁ ସ୍ୱାୟତ୍ତ କରାଯାଇଛି।ନୂଆ ବିଲ ଦ୍ୱାରା ସରକାରୀ ନିୟନ୍ତ୍ରଣ କମିବ। ନୂଆ ବିଧାୟକଙ୍କୁ ବିଲ ବିଷୟରେ ବୁଝିବାକୁ ସୁଯୋଗ ମିଳିଛି। ଆମେ ରାତି ସାରା ଏଥିରେ ଭାଗ ନେଇଥିବାରୁ ଆମେ ଗର୍ବିତ ବୋଲି କହିଛନ୍ତି ଇରାଶିଷ।

Odisha Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ