Advertisment

ସମସ୍ୟା ଘେରରେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ଦୀର୍ଘ ସାତବର୍ଷ ପୂର୍ବରୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପ୍ରଦାନ ନେଇ ନୋଟିଫିକେସନ ହୋଇଛି। ହେଲେ ଆଜି ଯାଏ ଏହା କେବଳ ସାଇନବୋର୍ଡରେ ସୀମିତ ରହିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Umarkotes Health Center

ନବରଙ୍ଗପୁର ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିଛି ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା । ନା ମେଡିକାଲରେ ଅଛନ୍ତି ଆବଶ୍ୟକ ସଂଖ୍ୟକ ଡାକ୍ତର, ନା ଅଛି ସମସ୍ତ ମେଡିକାଲ ଉପକରଣ । ଉପଖଣ୍ଡ ଚିକିତ୍ସାଳୟ ମାନ୍ୟତା କେବଳ ଗତ ୭ ବର୍ଷ ହେଲା ସାଇନ ବୋର୍ଡରେ ସୀମିତ ରହିଛି। ଆଉ ଏପଟେ ଉଦଘାଟନ ପରେ ବି ରୋଗୀଙ୍କ ପାଇଁ ଖୋଲୁନାହିଁ ଏମସିଏଚ କୋଠା।

Advertisment

ଦୀର୍ଘ ସାତବର୍ଷ ପୂର୍ବରୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପ୍ରଦାନ ନେଇ ନୋଟିଫିକେସନ ହୋଇଛି। ହେଲେ ଆଜି ଯାଏ ଏହା କେବଳ ସାଇନବୋର୍ଡରେ ସୀମିତ ରହିଛି। ଏପଟେ ରୋଗୀଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଏମସିଏଚ କୋଠା ଉଦଘାଟନ ହେବାର ୬ ମାସ ପରେ ବି କାର୍ଯ୍ୟକ୍ଷମ ହୋଇନି। 

ଏପଟେ ରୋଗୀ ବେଡ ନପାଇ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି।ଏଠାରେ ରକ୍ତ ଭଣ୍ଡାରଟିଏ ନଥିବା ବେଳେ ଡିଜିଟାଲ ଏକ୍ସରେ ମେସିନ, ସିଟି ସ୍କାନ ଭଳି ଆବଶ୍ୟକ ଉପକରଣ ନାହିଁ। ରକ୍ତ ପାଇଁ ଉମରକୋଟରୁ ୬୦ କିଲୋମିଟର ଦୂର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡୁଛି। ଅନାସ୍ଥାସିଆ, ମେଡ଼ିସିନ, ସର୍ଜରୀ ଭଳି ବିଭାଗର ବିଶେଷଜ୍ଞ ବି ନାହାନ୍ତି। ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୨ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବାବେଳେ ଅଛନ୍ତି ଏବେ ୧୬ ଜଣ ଡାକ୍ତର। 

Advertisment

ଅନ୍ୟପଟେ ମେଡିକାଲ ଇନଚାର୍ଜ କହିଛନ୍ତି, ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳା, ଶିଶୁମାନଙ୍କ ପାଇଁ ବିଶେଷଜ୍ଞ ଅଛନ୍ତି । କିନ୍ତୁ ସର୍ଜରୀ ଓ ମେଡ଼ିସିନ ବିଶେଷଜ୍ଞଙ୍କ ଆବଶ୍ୟକତା ରହିଛି। ନିର୍ମାଣାଧୀନ ନୂତନ କୋଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ତ୍ରୁଟି ଥିବା ଯୋଗୁଁ  ଏହା କାର୍ଯ୍ୟକ୍ଷମ ହୋଇପାରୁନି। କେବେ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁଧୁରିବ ସମସ୍ୟା, ତାଉପରେ ସାଧାରଣ ଜନତାଙ୍କ ନଜର । 

Hospital
Advertisment
Advertisment