Advertisment

Consuming Anganwadi Chhatua: ବିଷ ପାଲଟିଲା ଛତୁଆ ନା ପାରିବାରିକ ବିବାଦରୁ ଅଘଟଣ ? ଲାଗିରହିଛି ରହସ୍ୟ...

ନିଷ୍ପାପ ଶିଶୁକନ୍ୟା ଦୁଇଟି। ଜାଣିନଥିଲେ ଦୁନିଆ କ’ଣ। ଜୀବନକୁ ଜାଣିବା ଆଗରୁ ମରଣ ତାଙ୍କୁ କୋଳେଇ ନେଲା। ମା’ କାନ୍ଦୁଛି ଛାତିଫଟାଇ, ଭାଙ୍ଗିଯାଉଛି ବାପର ଧୈର୍ଯ୍ୟ।

Consuming Anganwadi Chhatua:

Consuming Anganwadi Chhatua:

Advertisment

ଗଜପତିରେ ୨ କୁନିଝିଅଙ୍କ ମୃତ୍ୟୁ ସହ ବାପ-ଝିଅ ଗୁରୁତର ଘଟଣାର ଅସଲ କାରଣ କ’ଣ ? ୨୪ ଘଣ୍ଟା ହୋଇଗଲା, ହଟୁନି ସସପେନ୍ସ। କୁହାଯାଉଛି, ଅଙ୍ଗନବାଡ଼ି ଛତୁଆ ଖାଇବା ପରଠୁ ଗୋଟିଏ ପରିବାରର ଏହି ୪ ସଦସ୍ୟ ଭୋଗିଛନ୍ତି ଦଶା। ଯଦି ଛତୁଆ ବିଷାକ୍ତ ସାଜିଲା, ତେବେ କାହିଁକି ? ଅଙ୍ଗନବାଡ଼ିର ସମାନ ଛତୁଆ ଅନ୍ୟମାନେ ବି ଖାଇଛନ୍ତି। କିନ୍ତୁ କାହାର କିଛି ହୋଇନି। ନିର୍ଦ୍ଦିଷ୍ଟ ଏହି ପରିବାରରେ କେମିତି ଘଟିଲା ଅଘଟଣ ?  ତାକୁ ନେଇ ଖୋଳତାଡ଼ ଜାରି ରହିଛି। 

Advertisment

ନିଷ୍ପାପ ଶିଶୁକନ୍ୟା ଦୁଇଟି। ଜାଣିନଥିଲେ ଦୁନିଆ କ’ଣ। ଜୀବନକୁ ଜାଣିବା ଆଗରୁ ମରଣ ତାଙ୍କୁ କୋଳେଇ ନେଲା। ମା’ କାନ୍ଦୁଛି ଛାତିଫଟାଇ, ଭାଙ୍ଗିଯାଉଛି ବାପର ଧୈର୍ଯ୍ୟ। ଅଳ୍ପକେ ଘର ମୁରବୀ ସହ ୨ ଜଣଙ୍କ ଜୀବନ ବଞ୍ଚିଗଲା ସିନା, ଏଭଳି ବିପତ୍ତିକୁ ନେଇ ଆତଙ୍କିତ ମନପ୍ରାଣ। ଶୋକରେ ବୁଡ଼ିଛି ଗଜପତି ରାମଗିରି ଗାଁ। ହେଲେ ସବୁରି ମୁହଁରେ ଗୋଟିଏ ପ୍ରଶ୍ନ, କାହିଁକି ମାଡ଼ି ଆସିଲା ଏତେବଡ଼ ବିପତ୍ତି ? ହେଲେ ୬ ବର୍ଷିୟା ତୁଳସୀ ଓ ୩ ବର୍ଷିୟା ଗୁଣବତି। ଆଉ ଅର୍ଜୁନ ବଡ଼ମୁଣ୍ଡି ଏବଂ ତାଙ୍କ ବଡ଼ଝିଅ ସୁମିତ୍ରା। କୁହାଯାଉଛି, କାଲି ସଂଧ୍ୟାରେ ଏମାନେ ଅଙ୍ଗନବାଡ଼ିର ଛତୁଆକୁ ରାନ୍ଧିକି ଖାଇବା ପରେ ଏଭଳି ଅବସ୍ଥା ଭୋଗିଛନ୍ତି। ଜଣଙ୍କ ପରେ ଜଣଙ୍କୁ ପେଟ ଯନ୍ତ୍ରଣା ସହ ଝାଡ଼ା ବାନ୍ତି ହୋଇଥିଲା। ଫଳରେ ରାମଗିରି ଚିକିତ୍ସାଳୟରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ପ୍ରଥମେ ତୁଳସୀ ଓ ପରେ ପାରଳାଖେମୁଣ୍ଡି ହସ୍ପିଟାଲରେ ଗୁଣବତିଙ୍କ ମୃତ୍ୟୁ ଘଟିଥିଲା। ସୌଭାଗ୍ୟକୁ ବାପ ଅର୍ଜୁନ ଓ ଝିଅ ସୁମିତ୍ରା ବଞ୍ଚିଗଲେ ସତ, କିନ୍ତୁ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର MKCGରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। 

ଅଧିକ ପଢ଼ନ୍ତୁ:ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର, ୨ କିଲୋ ୱାଟ୍ ଯାଏ ମିଟର ରେଣ୍ଟ୍‌ ଛାଡ଼

Advertisment

ଅର୍ଜୁନ ବଡ଼ମୁଣ୍ଡି। ବୟସ ପ୍ରାୟ ୫୫ ବର୍ଷ। ଗଜପତି ଉପଜିଲ୍ଲାପାଳଙ୍କ କହିବା କଥା, ଅର୍ଜୁନଙ୍କର କୁଆଡ଼େ ୩ ଜଣ ପତ୍ନୀ। ୨ ଜଣଙ୍କ ମୃତ୍ୟୁ ପରେ ତୃତୀୟ ବିବାହ କରିଛନ୍ତି ଅର୍ଜୁନ। ତେବେ ମୃତ ୬ ବର୍ଷିୟା ତୁଳସୀ ହେଉଛନ୍ତି ପ୍ରଥମ ପତ୍ନୀଙ୍କ ପୁଅର ଝିଅ, ଅର୍ଥାତ ନାତୁଣୀ। ଆଉ ଅନ୍ୟ ୩ ବର୍ଷିୟା ଗୁଣବତି ହେଉଛନ୍ତି ତୃତୀୟ ପତ୍ନୀଙ୍କ ଔରସରୁ ଜନ୍ମିତ ସାନ ଝିଅ। ବଡ଼ ଝିଅ ସୁମିତ୍ରା ଓ ଅର୍ଜୁନ ଏବେ ମେଡ଼ିକାଲରେ। ଛତୁଆ ହୁଏତ ରୋଷେଇ ପରେ ବଦଳିଯାଇଛି ରଙ୍ଗ। ଚୁଲିରେ ଯେଉଁଠି ଗତ ସଂଧ୍ୟାରେ ରୋଷେଇ କରିଥିଲେ। ଆଉ ଖାଇ ସାରିବା ପରେ ନିକଟ ଖତଗଦାରେ ପୋତିଦେଇଥିଲେ। ଏସବୁକୁ ଜବତ ସହ ନମୂନା ସଂଗ୍ରହ କରି ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିବା ମେଡ଼ିକାଲ୍ ଓ ଖାଦ୍ୟ ନିରାପତ୍ତା ଟିମ୍ ଯାଞ୍ଚ କରୁଛି। କିନ୍ତୁ ଏଯାଏଁ ବିଷକ୍ରିୟାଜନିତ ଉପାଦାନ ମିଳିନଥିବା କୁହାଯାଉଛି। 

ତେବେ ଛତୁଆ ଖାଇବା ପରେ କାହିଁକି ଘଟିଗଲା ଏତେ ବଡ଼ ଅଘଟଣ ? ସତରେ ଛତୁଆ ପାଇଁ ଜୀବନ ଗଲା ନା ଏହା ପଛରେ ଅନ୍ୟ କାରଣ ରହିଛି ? ଗଜପତି ଉପ ଜିଲ୍ଲାପାଳଙ୍କ କହିବା କଥା, ଗାଁର ଏକ ନିଛାଟିଆ ସ୍ଥାନରେ ରହୁଥିବା ଏହି ପରିବାରରେ ଲାଗିରହୁଥିଲା ପାରିବାରିକ ବିବାଦ। ତଥାପି ମୃତ୍ୟୁର କାରଣ ସଂପର୍କରେ ତଦନ୍ତ କରାଯାଉଛି। କାରଣ ଯାହା ବି ଥାଉ, ଅପେକ୍ଷା ଚୁଡାନ୍ତ ତଦନ୍ତ ରିପୋର୍ଟକୁ।

Advertisment

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଖୁବଶୀଘ୍ର ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା

Children Anganwadi Chhatua
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ